Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଃଖ ବୁଝିଲେ,କୁଣ୍ଢାଇ ଧରି ଭୋ ଭୋ କାନ୍ଦିଲେ ବିଡିଓ

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ଦୁଃଖ ବୁଝିଲେ,କୁଣ୍ଢାଇ ଧରି ଭୋ ଭୋ କାନ୍ଦିଲେ ବିଡିଓ

Key Points

ଦୁଃଖ ଶୁଣି କାନ୍ଦି ପକାଇଥିଲେ ବିଡ଼ିଓ
ଯନ୍ତ୍ରଣା କାହାଣୀ ଶୁଣି କାନ୍ଦି ପକାଇଲେ ବିଡିଓ
ଜଣକ ପରେ ଜଣକୁ କୁଣ୍ଢେଇ ଭୋ ଭୋ କାନ୍ଦିଲେ
ଖୋର୍ଦ୍ଧା ବୋଲଗଡ଼ରେ ଦେଖିବାକୁ ମିଳିଛି ଦୃଶ୍ୟ

ଇଏ ଏମିତି ଜଣେ ବିଡିଓ, ଯିଏ କେବଳ ଦୁଃଖ ଶୁଣୁନଥିଲେ, ବରଂ ଅନୁଭବ କରି ଭୋ ଭୋ ହୋଇ କାନ୍ଦି ପକାଉଥିଲେ । କାହାକୁ କୋଳେଇ ନେଇ କାନ୍ଦୁଥିଲେ, ତ କାହାର ହାତ ଧରି କାନ୍ଦୁଥିଲେ । ସେମାନେ ମଧ୍ୟ ଜଣକ ପରେ ଜଣେ ତାଙ୍କ ହାତ ଧରି ଭୋ ଭୋ ହୋଇ କାନ୍ଦି ପକାଇ ନିଜର ସବୁ ଦୁଃଖ ଯନ୍ତ୍ରଣାକୁ ବଖାଣି ଦେଉଥିଲେ । ସତେ ଯେମିତି କେହି ଜଣେ ନିଜର ଆଜି ତାଙ୍କ ଦୁଃଖ ଶୁଣିବାକୁ ତାଙ୍କ ପାଖକୁ ଆସିଛି ।

ଭିଡିଓ ଦେଖିବା ମାତ୍ରେ ଆପଣଙ୍କ ଆଖି ବି ଛଳଛଳ ହୋଇଯିବ, ଆପଣ ବି ଭାବପ୍ରବଣ ହୋଇପଡିବେ । ଏଇଠି ସେ ଜଣେ ସରକାରୀ ଅଧିକାରୀ ନୁହନ୍ତି, ବରଂ ଜୀବନରେ ଏକା ଅନୁଭବ କରୁଥିବା ବାପମାଆ ମାନଙ୍କର ପୁଅ । ସେଇଥିପାଇଁ ତ କେମିତି କାନ୍ଧରେ ଆଉଜି ପଡି ନିଜର ସବୁ ଦୁଃଖକୁ ବଖାଣି ଦେଇ ବୋଝ ହାଲୁକା କରି ଦେଉଛନ୍ତି । ପୁଣି ଆଉ କେହି ମାଆ ତାଙ୍କ ହାତ ଧରି ମନଖୋଲି କାନ୍ଦି ପକାଉଛନ୍ତି । କାହାର ପୁଅ ତାକୁ ଛାଡି ଚାଲି ଯାଉଛି , ତ କିଏ ଜୋର ଜବରଦସ୍ତ ଘରୁ ତଡି ଦେଇଛି । ସମସ୍ତେ ନିଜର ଦୁଃଖକୁ ବିଡିଓ ମହୋଦୟଙ୍କୁ ଶୁଣାଇଛନ୍ତି ।

ଖୋର୍ଦ୍ଧା ଜିଲାର ବୋଲଗଡ଼ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ବୋଲଗଡ଼ ତହସିଲଦାର ତଥା ବିଡ଼ିଓ ଦାୟିତ୍ବରେ ଥିବା ବିଜୟ କୁମାର ସେଠୀ ସ୍ୱାଧୀନତା ଦିବସ ପାଳିବା ପାଇଁ ବୃଦ୍ଧାଶ୍ରମ ଯାଇଥିଲେ। ଆରିକମା କୋଶଳାଶୁଣି ନିକଟ ଏହି ବୃଦ୍ଧାଶ୍ରମରେ ପହଂଚି ଅନ୍ତେବାସୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଜଣଙ୍କ ପରେ ଜଣେ ସେମାନଙ୍କର ପରିବାର ସମ୍ପର୍କରେ କହିଥିଲେ। ସମସ୍ତଙ୍କ ପରିବାର ଥାଇ ମଧ୍ୟ ସେମାନେ କିପରି ଅଲୋଡା ହୋଇଛନ୍ତି ସେ ସବୁ ଦୁଃଖକୁ ସେ ତାଙ୍କୁ ଶୁଣାଇଥିଲେ । ଜଣକ ପରେ ଜଣେ କୁଣ୍ଡାଇ ଧରି ତାଙ୍କୁ କାନ୍ଦିବାକୁ ଲାଗିଥିଲେ । କାହାର ପୁଅ ବୋହୂ ଚାକିରି କରିଛନ୍ତି ତ କିଏ ବଡ଼ ବ୍ୟବସାୟୀ, ପୁଣି କିଏ ଜମି ବାଡ଼ି ନେଇ ଗଲା ପରେ ଘରୁ ତଡି ଦେଇଛି। ପୁଣି କିଏ ପିଲାଙ୍କୁ ଜମି ବାଡ଼ି ବିକି ପାଠ ବି ପଢ଼ାଇଛନ୍ତି। ଶେଷରେ ସେହି ପୁଅ ତାଙ୍କୁ ତଡି ଦେବା ଘଟଣା କହି ଅସହାୟ ବାପା ଏଠି ଆଶ୍ରୟ ନେଉଛି।

ଆଉ ସମସ୍ତଙ୍କ କଥା ଦୁଃଖ ଶୁଣି ନିଜେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ବିଡିଓ । ଆଉ ସମସ୍ତଙକ ଅଭିଯୋଗକୁ ଲେଖି କଲେକ୍ଟରଙ୍କୁ ଜଣାଇବେ ବୋଲି ମଧ୍ୟ ପ୍ରତିଶ୍ରୃତି ଦେଇଥିଲେ । ତେବେ ବିଡିଓଙ୍କର ଏପରି ଭିଡିଓ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BDO crying after hearing the grief at the old age home | Argus News