Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ବିଡିଓଙ୍କ ମୁହଁରେ ରାଜ୍ୟ ସରକାରଙ୍କ ଚର୍ଚ୍ଚା

Odisha

 ବିଡିଓଙ୍କ ମୁହଁରେ ରାଜ୍ୟ ସରକାରଙ୍କ ଚର୍ଚ୍ଚା

Manini Pattanayak
Browse all articles by Manini Pattanayak
·2 years ago·1 min read
 ବିଡିଓଙ୍କ ମୁହଁରେ ରାଜ୍ୟ ସରକାରଙ୍କ ଚର୍ଚ୍ଚା

 ମାଲକାନଗିରି: ବିଡିଓଙ୍କ ମୁହଁରେ ରାଜ୍ୟ ସରକାରଙ୍କ ଚର୍ଚ୍ଚା।   ଅଫିସର ପଦବୀରେ ରହି ଦଳୀୟ କାମ କରୁଛନ୍ତି।  ତାହା ପୁଣି ସର୍ବସମ୍ମୁଖରେ । ଆଉ ନୁହେଁ ତ କଣ ?  ସରକାରଙ୍କ ଗୁଣଗାନ କରିବା କିଛି ଖରାପ ନୁହେଁ ହେଲେ ବିରୋଧୀଙ୍କୁ ଏମିତି ଗାଳି କରିବା ସରକାରୀ ବାବୁଙ୍କର ଅଧିକାର ଆସିଲା କେଉଁଠୁ ? ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ସତ ହେଲେ ଉତ୍ତର ମିଳୁନି...
ଏ ହେଉଛନ୍ତି ମାଲକାନଗିରି ସଦର ବ୍ଲକ ବିଡିଓ ପ୍ରଭାତୀ ଝୋଡ଼ିଆ । ସଦର ପଦ୍ମଗିରି ପଂଚାୟତରେ ଚାଲିଥିଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ବିଜେପି ସମର୍ଥିତ ବ୍ଲକ ଉପାଧକ୍ଷ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହାଇଜାକ କରୁଥିବା କଥା କହି ବିରୋଧ କରିଥିଲେ । ଆଉ ତା ପରେ ଏମିତି ଢଙ୍ଗରେ ଚିହିଁଙ୍କି  ଉଠିଥିଲେ ମାଲକାନଗିରି ବିଡିଓ ପ୍ରଭାତୀ ଝୋଡ଼ିଆ । 

ଭରା ସଭାରେ ମଞ୍ଚ ଉପରେ ଉପାଧକ୍ଷଙ୍କୁ ଟାର୍ଗେଟ କରିଛନ୍ତି ବିଡିଓ । କହିଛନ୍ତି, ଲକ୍ଷ୍ମୀ ବସକୁ ଯେଉଁମାନେ ବିରୋଧ କରୁଥିଲେ। ଯେଉଁମାନେ ସମାଲୋଚନା କରୁଥିଲେ, ଏବେ ସେମାନେ  ଲକ୍ଷ୍ମୀ ବସରେ ଯାତ୍ରା କରୁଛନ୍ତି । ହେଲେ ପ୍ରଶ୍ନ ସେତେବେଳେ ଉଠିଲା ଯେତେବେଳେ ବିଡିଓ ବିରୋଧୀଙ୍କୁ ସମାଲୋଚନା କଲେ।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟ ସରକାରଙ୍କ ପ୍ରଚାରରେ ଏବେ ଲାଗିପଡିଛନ୍ତି ସରକାରୀ କର୍ମଚାରୀ ।  କିନ୍ତୁ ସେମାନେ ନିଜ ଇଚ୍ଛାରେ ସରକାରଙ୍କ ଗୁଣଗାନ କରୁଛନ୍ତି କି ଉପରୁ ନିର୍ଦ୍ଦେଶ ଆସିଛି ସେନେଇ କିନ୍ତୁ କିଛି ତଥ୍ୟ ମିଳିନାହିଁ ।

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BDO is holding the rank of officer and she is doing political party work | Argus News