Cyclone Montha / ସାବଧାନ ରୁହନ୍ତୁ.. ସତର୍କ ରୁହନ୍ତୁ... ଭୟଭୀତ ହୁଅନ୍ତୁ ନାହିଁ...

Key Points
୧୨୩ ଅଗ୍ନିଶମ ଟିମ ବ୍ରହ୍ମପୁର RDC ସର୍କଲରେ ଅଛନ୍ତି ।
କଟକ RDC ସର୍କଲରେ ପ୍ରସ୍ତୁତି ହୋଇ ୧୪୪ ଟିମ ଅଛନ୍ତି ।
ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ସଜାଗ ଅଛନ୍ତି ରାଜ୍ୟ ସରକାର । ରେଡ୍ ଆଲର୍ଟରେ ଥିବା ୮ ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ୨ଟି ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । ୨୦୦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଗ୍ରାଉଣ୍ଡରେ ପହଁଚିଛନ୍ତି NDRF, ODRAF ଓ ଅଗ୍ନିଶମ ବାହିନୀ । ବିଭାଗ ୱାରୀ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ । ଆସନ୍ତାକାଲି ସକାଳ ସାଢ଼େ ୧୦ ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଚାଲିଛି ଘନ ଘନ ବୈଠକ । ଜିଲ୍ଲାଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଛି ରଣନୀତି । ବିଭାଗୱାରୀ ପ୍ରସ୍ତୁତିର ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ କହିଛନ୍ତି ୨୦୦ ଗର୍ଭବତୀଙ୍କୁ ସ୍ଥାନତରିତ କରାଗଲାଣି । ସମସ୍ତ ଗର୍ଭବତୀଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ପ୍ରଭାବିତ ହେବ । ଛତିଶଗଡ଼ ପଟେ ଅଧିକ ବର୍ଷା ହୋଇ ପାରେ ଫଳରେ ପାଣି ମହାନଦୀକୁ ଆସିବାର ସମ୍ଭାବନା ଅଛି ।
ତେବେ ଲୋକଙ୍କୁ ବିଚଳିତ ନହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । କଚା ଘର ଥିବା ଲୋକ ନିକଟ ଆଶ୍ରୟସ୍ଥଳୀ ବା ସ୍କୁଲକୁ ଯିବାକୁ କୁହାଯାଇଛି । ବୟସ୍କ, ମହିଳା, ଶିଶୁଙ୍କୁ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ଜାରି ହୋଇଛି । କଣ୍ଟ୍ରୋଲ ରୁମ ଖୋଲା ଅଛି । ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଙ୍ଗନବାଡ଼ି ହିତାଧିକାରୀଙ୍କ ଘରକୁ ଶୁଖିଲା ଖାଦ୍ୟ ପହଞ୍ଚାଇବାକୁ ସରକାର କରିଛନ୍ତି ବ୍ୟବସ୍ଥା ।
ସେପଟେ ଗ୍ରାଉଣ୍ଡରେ ପହଁଚିଛନ୍ତି NDRF, ODRAF ଓ ଅଗ୍ନିଶମ ବାହିନୀ ଟିମ । ୧୨୩ ଅଗ୍ନିଶମ ଟିମ ବ୍ରହ୍ମପୁର RDC ସର୍କଲରେ ଅଛନ୍ତି । କଟକ RDC ସର୍କଲରେ ପ୍ରସ୍ତୁତି ହୋଇ ୧୪୪ ଟିମ ଅଛନ୍ତି । ରବିବାର ସୁଦ୍ଧା ୩୦ଟି ODRF ମୁତୟନ ହୋଇଥିବା ବେଳେ ସୋମାବାର ଆହୁରି ୨୦ଟି ODRF ନିୟୋଜିତ ହୋଇଛନ୍ତି । ସମସ୍ତ ରେସ୍କ୍ୟୁ ଟିମକୁ ଉଚ୍ଚକୋଟିର ଉପକରଣ ଦିଆଯାଇଛି । ପାୱାର ବୋଟ, ରବର ବୋଟ, JCB, ଗଛ କଟା ଯନ୍ତ୍ର ଯାହା ପାୱାର ଚେନ, ଟେଲିସକୋପିକ ଲାଇଟ, ଭୂସ୍ଖଳନ ନେଇ ପୋଲିସ ଓ ପ୍ରଶାସନ ସହ ଯୋଗସୂତ୍ର ରଖାଯାଇଛି । ପାହାଡ଼ିଆ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ବାତ୍ୟା ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ ଡିଜି ।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ କରିବେ ବାତ୍ୟା ସମୀକ୍ଷା। । ବାତ୍ୟା ମୁକାବିଲା ନେଇ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।
📱 Get Argus News App
✨Related Topics
Explore more stories