Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାବଧାନ ! ବଜାରରେ ଘୁରି ବୁଲୁଛି ଓମ୍ଫେଡ କମ୍ପାନୀର ନକଲି ଘିଅ

Swoyang prajna Mishra
Browse all articles by Swoyang prajna Mishra
·1 year ago
ସାବଧାନ ! ବଜାରରେ ଘୁରି ବୁଲୁଛି ଓମ୍ଫେଡ କମ୍ପାନୀର ନକଲି ଘିଅ

ଅର୍ଗସ ବ୍ୟୁରୋ : ଆପଣ ଓମଫେଡ ଘିଅ ଖାଉଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ। କାହିଁକି ନା ରାଉରକେଲା ସହରରେ ଘୁରିବୁଲୁଚି ଓମ୍ଫେଡ କମ୍ପାନୀର ନକଲି ଘିଅ। ରାଉରକେଲା ପୋଲିସ୍ 13 ଲିଟର ନକଲି ଘିଅ ଜବତ କରିଛି। ଓମ୍ଫେଡ୍ କମ୍ପାନୀ ରାଉରକେଲା ଏସ୍ପିଙ୍କୁ ନକଲି ଘିଅ ବିଷୟରେ ଜଣାଇବାରୁ ଏସ୍ପିଙ୍କ ନିର୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । 


ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରୁ ହରିଲାଲ ଷ୍ଟୋର ରୁ 4 ଲିଟର ନକଲି ଘିଅ ଓ ସେକ୍ଟର 7 ଥାନା ଅଂଚଳର ଏକ ଦୋକାନରୁ 13 ଲିଟର ନକଲି ଘିଅ ଜବତ କରିଛି ପୋଲିସ। ତେବେ ଏହାର ମାଷ୍ଟର ମାଇଣ୍ଡ କିଏ ଏବଂ କେଉଁଠୁ ପ୍ରଡକ୍ସନ ହେଉଛି ତାକୁ ନେଇ ତଦନ୍ତ କରୁଛି ପୋଲିସ୍। ବିକ୍ରୀ କରୁଥିବା ନକଲି ଘିଅ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Be careful! Fake ghee of Omfed company are circulating in the market | Argus News