Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ସାବଧାନ !

Odisha

ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ସାବଧାନ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ସାବଧାନ !

ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ। ଧରାପଡିବା ପରେ ଚାକିରିରୁ ବିଦା। ଜଣେ କି ଦୁଇ ଜଣେ ନୁହେଁ ୧୭୪ କର୍ମଚାରୀଙ୍କ ଚାଲିଛି ସାର୍ଟିଫିକେଟ୍ ଯାଞ୍ଚ। ଏନେଇ ଯାଞ୍ଚ କମିଟି ଗଠନ କରାଯାଇ ବିଭିନ୍ନ ଟିମକୁ ବାହାର ରାଜ୍ୟର ଭିନ୍ନ ଭିନ୍ନ ୟୁନିଭର୍ସିଟିକୁ ପଠାଯାଇଛି। ଶିକ୍ଷା ବିଭାଗରୁ ସମବାୟ ବ୍ୟାଙ୍କ । ଲମ୍ବିଛି ଫେକ୍ ସାର୍ଟିଫିକେଟ ଚେର । ନକଲି ସାର୍ଟିଫିକେଟ୍ ଦେଇ ବ୍ୟାଙ୍କରେ କରୁଥିଲେ ଚାକିରି । ଧରାପଡ଼ିବା ପରେ ବିଦା ହେଲେ । ଏବେ ବି ଚାଲିଛି ସାର୍ଟିଫିକେଟ୍ ଯାଞ୍ଚ । ସାମ୍ନାକୁ ଆସିବ ତ କିଏ ନକଲି କିଏ ଅସଲି ?

ଚାକିରି କରୁଥିଲେ, ଦରମା ନେଉଥିଲେ। ହେଲେ କୌଣସି କଲେଜ ନଯାଇ ପାଇ ଯାଇଥିଲେ ଡିଗ୍ରୀ ସାର୍ଟିଫିକେଟ୍। ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବରଗଡ଼ ମୁଖ୍ୟ ଶାଖାର ଜଣେ କର୍ମଚାରୀ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରୁଥିଲେ । ଧରାପଡ଼ିବା ପରେ ଚାକିରିରୁ ବିଦା ହେବାକୁ ପଡ଼ିଛି। ହେଲେ ବଡ଼କଥା ହେଲା, କେବଳ ଜଣେ ନୁହେଁ ବ୍ୟାଙ୍କରେ ମାଳ ମାଳ ନକଲି ସାର୍ଟିଫିକେଟଧାରୀ କର୍ମଚାରୀ କାମ କରୁଥିବା ଚର୍ଚ୍ଚା ହେଉଛି।

ଖାଲି ସେତିକି ନୁହେଁ, କୁହାଯାଉଛି କେହି ଜଣେ ବଡ଼ ବାବୁ ହାତ ଗୁଞ୍ଜା ନେଇ ନକଲି ସାର୍ଟିଫିକେଟରେ କୁଆଡ଼େ ପ୍ରମୋସନ ଦେଉଛନ୍ତି। ଏପଟେ ବ୍ୟାଙ୍କ ସିଇଓଙ୍କ କହିବା ଅନୁସାରେ ଏବେ ବ୍ୟାଙ୍କରେ ନକଲି ସାର୍ଟିଫିକେଟ୍ ଧରପଗଡ଼ ଚଲିଛି। ଅର୍ଥାତ ସମସ୍ତ କର୍ମଚାରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯାଉଛି। ଏନେଇ ଯାଞ୍ଚ କମିଟି ଗଠନ କରାଯାଇ ବିଭିନ୍ନ ଟିମକୁ ଭିନ୍ନ ଭିନ୍ନ ୟୁନିଭର୍ସିଟିକୁ ପଠାଯାଇଛି।

ଏକ ୩ ଜଣିଆ ଟିମକୁ ମିରଟର ସ୍ବାମୀ ବିବେକାନନ୍ଦ ସୁଭାରତୀ ବିଶ୍ବବିଦ୍ୟାଳୟ ଓ ସୋଭିତ୍ ୟୁନିଭର୍ସିଟିକୁ ପଠାଯାଇଥିବା ବେଳେ ଅନ୍ୟ ଏକ ଦୁଇ ଜଣିଆ ଟିମକୁ ପ୍ରୟାଗରାଜ ସ୍ଥିତ ସାମ୍ ହିଗିଂବୋଟମ୍ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲଚର୍ ଟେକ୍ଲୋଲୋଜି ଆଣ୍ଡ ସାଇନ୍ସକୁ ପଠାଇଯାଇଛି। ସେହିପରି ଆଉ ଏକ ୩ ଜଣିଆ ଟିମକୁ ଦିଲ୍ଲୀ ଓ ନୋଏଡ଼ାର ଦୁଇଟି ଶିକ୍ଷାନୁଷ୍ଠାନକୁ ପଠାଯାଇଥିବା ସୂଚନା ମିଳିଛି ।

ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦୁର୍ନୀତିର ଗନ୍ତାଘର ସାଜିଥିବା ବେଳେ ଏବେ ନକଲି ସାର୍ଟିଫିକେଟରେ କିଏ ଓ କେମିତି ଚାକିରି ଦେଉଥିଲା ତାକୁ ନେଇ ବଢ଼ିଛି ସନ୍ଦେହ । ଏପଟେ ଯାଞ୍ଚ ପାଇଁ ଗଠନ ହୋଇଥିବା କମିଟିରେ ବ୍ୟାଙ୍କ ଡାଇରେକ୍ଚର କିମ୍ବା ପ୍ରେସିଡେଣ୍ଟ ଥିବାରୁ ଯାଞ୍ଚରେ ସ୍ବଚ୍ଛତା ନେଇ ଉଠୁଛି ପ୍ରଶ୍ନ। ଏନେଇ ସମବାୟ ମନ୍ତ୍ରୀଙ୍କ କହିବା କଥା, କୌଣସି ଚୋରଙ୍କୁ ଛଡ଼ାଯିବ ନାହିଁ। ଯାହା ହୋଇଛି ତାର ସଠିକ୍ ତଦନ୍ତ ହେବ ଏବଂ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ।

କେବଳ ନକଲି ସାର୍ଟିଫିକେଟ୍ ନୁହେଁ ଆଉଟସୋର୍ସିଂ କର୍ମଚାରୀ ନିଯୁକ୍ତିରେ ବି ଅର୍ଥ କାରବାରର ରହିଛି ସଂଗୀନ ଅଭିଯୋଗ। ଏମିତିକି କର୍ମଚାରୀଙ୍କ ଏରିୟର ଟଙ୍କାରୁ ପିସି ନିଆଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଏହି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଉପରେ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Be careful, if you are doing jobs using fake certificates! | Argus News