Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Gold Shopping / ଠକୁଛନ୍ତି ସୁନା ଦୋକାନୀ, ବଡ ଖୁଲାସା କଲେ ଯୋଗାଣ ମନ୍ତ୍ରୀ

Smruti Parija
Browse all articles by Smruti Parija
·9 months ago·3 min read
ଠକୁଛନ୍ତି ସୁନା ଦୋକାନୀ, ବଡ ଖୁଲାସା କଲେ ଯୋଗାଣ ମନ୍ତ୍ରୀ

Key Points

ସୁନା କିଣୁଥିଲେ ସାବଧାନ

କାରଣ ଓଜନ ମାପରେ ଠକୁଛନ୍ତି ସୁନା ଦୋକାନୀ

3 ବର୍ଷରେ 16 ମାମଲା ରୁଜ୍ଜୁ

ଭୁବନେଶ୍ୱର: ସୁନା କିଣୁଥିଲେ ସାବଧାନ । କାରଣ ଓଜନ ମାପରେ ଠକୁଛନ୍ତି ସୁନା ଦୋକାନୀ । ଗତ 3 ବର୍ଷରେ ମାପକ ରେ ତ୍ରୁଟି ନେଇ ସାମ୍ନାକୁ ଆସିଛି 16ଟି ମାମଲା । ରୁଜୁ ମାମଲାରୁ 2 ଲକ୍ଷ 26 ହଜାର 500 ଜୋରିମାନା ଆଦାୟ କରିଛନ୍ତି ସରକାର । ଖାଲି ସେତିକି ନୁହେଁ ନିମ୍ନ ମାନର ସୁନା ଦେଇ ଧରାପଡିଛନ୍ତି 8 ଦୋକାନୀ । ସେଥିରୁ 4 ଜଣଙ୍କ ପଞ୍ଜିକରଣ ବାତିଲ କରାଯାଇଥିବା ବେଳେ 3 ଜଣଙ୍କୁ ପଞ୍ଜିକରଣ ବାତିଲ ପାଇଁ ନୋଟିସ୍ ଦିଆଯାଇଛି । ଆଉ ଗୋଟିଏ ମାମଲା ବିଚାରଧୀନ ରହିଛି । ଏନେଇ ଗୃହରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ।




ସେହିପରି ରାଜ୍ୟରେ ସୁନା ଗହଣାର ମାପକରେ ସ୍ୱଚ୍ଛତା ରକ୍ଷା ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ।


୧.ରାଜ୍ୟରେ ସୁନା ଗହଣା ଦୋକାନ ମାନଙ୍କରେ ଯେପରି ସଠିକ ମାପ ଦେବେ ଏହା ସୁନିଶ୍ଚିତ କରିବା ପାଇଁ ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟ ଦ୍ୱାରା Legal metrology act 2009 ଏବଂ Orissa legal metrology rules 2011 ର ବିଭିନ୍ନ ଧାରା ଓ ଉପଧାରାକୁ ମାପ ଓଜନ ଅଧିକାରୀ ଓ ନୀରିକ୍ଷକ ମାନଙ୍କୁ କଡାକଡି ଭାବେ ପାଳନ କରିବା ପାଇଁ ଦାୟିତ୍ୱ ଦିଆଯାଇଛି ।


୨.ସୁନା ଗହଣା ଦୋକାନ ଗୁଡିକ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ବ୍ୟବହୃତ ମାସ ଓ ଓଜନ ଯନ୍ତ୍ର ଗୁଡିକୁ ଯାଞ୍ଚ କରିବା ପାଇଁ ୭୨ଗୋଟି ପ୍ରୟୋଗଶାଳା ବିଭିନ୍ନ ସହକାରୀ ନିୟନ୍ତ୍ରକ ଓ ନିରୀକ୍ଷକ ମାନଙ୍କ ତତ୍ତ୍ଵାବଧାନରେ ସାରା ରାଜ୍ୟରେ କାର୍ଯ୍ୟ କରୁଅଛି


୩.ରାଜ୍ୟରେ ସବୁ ସୁନା ଗହଣା ଦୋକାନରେ ବ୍ୟବହାର ହେଇଥିବା ଇଲେକ୍ଟ୍ରୋନିକ ଓଜନ ଯନ୍ତ୍ର ଓ ମାପ ଓଜଳ ଉପକରଣ ଇତ୍ୟାଦି ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଇ ନିରୀକ୍ଷକଙ୍କ ଦ୍ବାରା ମୋହର କରାଯାଇ ପ୍ରମାଣପତ୍ର ଦିଆଯାଇଥାଏ, ଯାହାକୁ ଦୋକାନର ପ୍ରମୁଖ ସ୍ଥାନରେ ଗ୍ରାହକଙ୍କ ଅବଗତି ନିମନ୍ତେ ପ୍ରଦର୍ଶନ କରିବାର ବିଧ୍ୱଂ ବ୍ୟବସ୍ଥା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୪. ସୁନା ଗହଣା ଦୋକାନ ମାନଙ୍କରେ ବ୍ୟବହୃତ ଓଜନ ଯନ୍ତ୍ରର ସଠିକତା ନିରୂପଣ ପାଇଁ ପ୍ରତ୍ୟେକ ଓଳନ ଯନ୍ତ୍ର ପାଖରେ ବିଭାଗ ଦ୍ଵାରା ଯାଞ୍ଚ ହୋଇଥିବା କଟକରା ରଖାଯିବାପାଇଁ ନିର୍ଦେଶ ଦିଆଯାଇଛି ଫଳରେ ଏହାଦ୍ବାରା ଗ୍ରାହକମାନେ ଓଜନ ଯନ୍ତ୍ରର ସଠିକତା ଯା କରିପାରିବେ ।


୫.ଜିଲ୍ଲା ସ୍ତରରେ ବୈଧ ମାସ ବିଜ୍ଞାନ ଅଧିକାରୀ ଓ ନିରୀକ୍ଷକଙ୍କ ଦ୍ବାରା ବିଭିନ୍ନ ସୁନା ଗହଣା ଦୋକାନ ଉପରେ ନିୟମିତ ଓ ଅଚାନକ ଚଢାଉ କରାଯାଇ ନିୟମ ଉଲଘନକାରୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଉଛି ଓ ଆବଶ୍ୟକସ୍ଥଳେ ଜୋରିମାନା ଆଦାୟ କରାଯାଉଛି ।


୬. ଜିଲ୍ଲାର ବିଭିନ୍ନ ସଂଗଠନ ମାନଙ୍କ ମାଧ୍ୟମରେ ବିଭିନ୍ନ ବ୍ଳକ ଓ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜନ କରାଯାଇ ମାସ ଓ ଓଜନ ଠକେଇ ବିଷୟରେ ସତର୍କତା ଅବଳମ୍ବନ ପାଇଁ ସାଧାରଣ ଖାଉଟି ମାନଙ୍କୁ ସଚେତନ କରାଯାଇଛି ।


ଆହୁରି ପଢନ୍ତୁ ପାର୍ବଣରେ କାହିଁକି ବଢୁଛି ସୁନା ଦର ?


BIS ହଲମାର୍କ (HUID) ସୁନା ଅଳଙ୍କାର କ୍ରୟକୁ ପ୍ରୋତ୍ସାହିତ କରିବା ପାଇଁ BIS ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛି । ହଲମାର୍କ ସୁନାର ମାନକରେ ତ୍ରୁଟି ରୋକିବା ପାଇଁ ଭାରତୀୟ ମାନକ ବ୍ୟୁରୋ (BIS) ନିୟମିତ ଭାବରେ ବଜାରରୁ ହଲମାର୍କ ସୁନା ଅଳଙ୍କାର ଜମୁନା ସଂଗ୍ରହ କରି ସୁନାର ମାନକକୁ ପରୀକ୍ଷା କରିବା ପାଇଁ BIS ପରୀକ୍ଷାଗାରକୁ ପଠାଉଛି । ଯଦି ନମୁନା ପରୀକ୍ଷାରେ ବିଫଳ ହେଉଛି, ତାହା ହେଲେ BIS Act, 2016 ଅନୁଯାୟୀ ପଦକ୍ଷେପ ନିଆଯାଇଛି ।


ସୁନାର ମାନକ ରେ ଛୁଟ୍ ରୋକିବା ପାଇଁ, ଭାରତୀୟ ମାନକ ବ୍ୟୁରୋ (BIS)ନିୟମିତ ଭାବରେ ବଜାରରୁ ହଲମାର୍କ ସୁନା ଅଳଙ୍କାର ନମୁନା ସଂଗ୍ରହ କରି ସୁନାର ମାନକକୁ ପରୀକ୍ଷା କରିବା ପାଇଁ BIS ପରୀକ୍ଷାଗାରକୁ ପଠାଉଛି । ଯଦି ନମୁନା ପରୀକ୍ଷାରେ ବିଫଳ ହେଉଛି, ତାହାହେଲେ BISAct, 2016 ଅନୁଯାୟୀ ପଦକ୍ଷେପ ନିଆଯାଉଛି ।

Related Topics

Explore more stories

Sponsored
Gold Shopping | be-careful-when-buying-gold-because-gold-shopkeepers-are-cheating-on-the-weight-scale | Argus News