ଯନ୍ତୁ ଶିକାର କରିବାକୁ କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ
·1 year ago

ଅର୍ଗସ ବ୍ୟୁରୋ: ଜନ୍ତୁ ଶିକାର ପାଇଁ ବିଦ୍ୟୁତ ସଂଯୋଗ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାରହା ମାରିବା ପାଇଁ ଯେଉଁମାନେ ବିଦ୍ୟୁତ ବ୍ୟବହାର କରୁଛନ୍ତି, ଏହା ଦ୍ବାରା ହାତୀ ମରୁଛନ୍ତି ସେମାନଙ୍କ ଘରୁ ଲାଇନ କାଟିଦିଆଯିବ। ବିଧାନସଭାରେ ଏପରି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ବାରହା ଶିକାର ପାଇଁ ବିଦ୍ୟୁତ ସଂଯୋଗ କାରଣରୁ ଅନେକ ହାତୀ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରୁଛନ୍ତି। ଯେଉଁ ମାନେ ଏଭଳି କାମ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ଲୋକ ଏଥିରେ ସଂପୃକ୍ତ ତାଙ୍କର ବିଦ୍ୟୁତ୍ ସଂଯୋଗ କଟାଯିବ। ଜଣେ ଲୋକଙ୍କ ପାଇଁ ସମଗ୍ର ଗାଁ ବଦନାମ ହେଉଛି। ଜାତୀୟ ସ୍ତରରେ ବି ରାଜ୍ୟର ନାଁ ଖରାପ ହେଉଛି। ତେଣୁ ଯେଉଁମାନେ ଏ ଘଟଣାରେ ସଂପୃକ୍ତ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ବିଧାନସଭା ପ୍ରଶ୍ନ କାଳରେ ଚେତାଇ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି ସିହଦେଓ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: