Job Fraud / ବିଜ୍ଞାପନ ପ୍ରତି ସାବଧାନ ! ଖବର କାଗଜରେ ବାହାରୁଛି ମିଛ ଚାକିରି ଖବର

Key Points
ଖବରକାଗଜରେ ବିଜ୍ଞାପନ ଦେଖି ଫର୍ମ ଆବେଦନ କରୁଛନ୍ତି କି । ତେବେ ହୋଇଯାଆନ୍ତୁ ସାବଧାନ । ମାତିଛନ୍ତି ଲୁଟେରା । ଏମିତି କରି ଚାକିରି ନାଁରେ ଠକେଇ କରୁଥିବା ଜଣେ ମାଷ୍ଟରମାଇଣ୍ଡ ଗିରଫ ହୋଇଛି । ବିହାରରୁ ମୁଖ୍ୟ ଅଭିଯୁକ୍ତ ଗୌତମ କୁମାରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW। ବେରୋଜଗାର ଯୁବକ ଯୁବତୀଙ୍କୁ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିଲା ଗୌତମ। ବିଭିନ୍ନ ଜିଲ୍ଲା ଓ ବ୍ଲକ୍ କୋ-ଅର୍ଡିନେଟର, କମ୍ପ୍ୟୁଟର ଅପରେଟର, ବ୍ଲକ ସର୍ଭେୟର ନିଯୁକ୍ତି ପାଇଁ ଖବରକାଗଜରେ ବିଜ୍ଞପ୍ତି ଦେଇଥିଲା ସଂସ୍ଥା।
ମିଛ ବିଜ୍ଞାପନ.. ମିଛ ଚାକିରି ଆଉ ମିଛ ୱେବସାଇଟର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ EOW । ବେରୋଜଗାର ଯୁବକ ଯୁବତୀଙ୍କୁ ରୋଜଗାର ଦେବାକୁ କହି କୋଟି କୋଟି ଟଙ୍କା ଠକେଇ କରିବା ଅଭିଯୋଗରେ କୁଖ୍ୟାତ ଠକକୁ ବିହାରରୁ ଗିରଫ କରିଛି EOW । ଗିରଫ ଅଭିଯୁକ୍ତ ହେଲେ ବିହାରର ଗୌତମ କୁମାର । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ GRKS ବିଭିନ୍ନ ଜିଲ୍ଲା, ବ୍ଲକ୍ Cordinator, Computer Operator, Block Surveyor ନିଯୁକ୍ତି ପାଇଁ ବିଭିନ୍ନ ଖବର କାଗଜରେ ବିଜ୍ଞପ୍ତି ପ୍ରକାଶ କରିଥିଲା ।
ଏଥିପାଇଁ ଦରଖାସ୍ତ ଆହ୍ଵାନ କରିବା ସହ ପ୍ରତ୍ୟେକ ଆବେଦନକାରୀଙ୍କ ନିକଟରୁ ପଞ୍ଜୀକରଣ ଫି' ବାବଦକୁ ୩୨୦ ଟଙ୍କା ନେଇଥିଲା ଗୌତମ । ଚାକିରି ପାଇବା ଆଶାରେ ପାଖାପାଖି ୧୦ ରାଜ୍ୟର ଲକ୍ଷ ଲକ୍ଷ ଯୁବକ ଯୁବତୀ ଆବେଦନ କରିବା ସହ RGKS ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିଲେ । ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଏହା ଏକ ଠକ ସଂସ୍ଥା । ଏନେଇ ଠକେଇର ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ EOW ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା ।
ଅଭିଯୋଗକୁ ଆଧାର କରି ତଦନ୍ତ କରିବା ବେଳେ କମ୍ପାନୀର ମୁଖ୍ୟ ବିହାରର ଗୌତମ କୁମାର ଦୀର୍ଘଦିନ ଧରି ଫେରାର ହୋଇଯାଇଥିଲା । EOW ପକ୍ଷରୁ ଗୌତମ ନାମରେ NBW ଜାରି କରାଯାଇଥିଲା । ଶେଷରେ ଗୌତମଙ୍କୁ ବିହାରରୁ ଗିରଫ କରି ଟ୍ରାନ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ଅର୍ଥ ନୈତିକ ଅପରାଧ ଶାଖା । ପୂର୍ବରୁ ଏହି ମାମଲରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିଲା EOW ।
୨୦୨୦ ମସିହାରୁ ଏଭଳି ଫେକ୍ ୱେବସାଇଟ୍ ଖୋଲି ଚାକିରି ଆସାୟୀଙ୍କୁ ଚୁନା ଲଗାଉଥିଲେ । ୨୦୨୩ ମସିହାରେ EOW ରେ ଅଭିଯୋଗ ହେବା ପରେ ଖୋଳତାଡ଼ କରିଥିଲା ଅର୍ଥିନୈତିକ ଅପରାଧ ଶାଖା EOW । ୩ ବର୍ଷ ମଧ୍ୟରେ ୩ କୋଟି ୪୮ ଲକ୍ଷ ଠକେଇ କରିଥିବା ତଦନ୍ତରୁ ଜାଣିବାକୁ ପାଇଛି EOW । ଖବରକାଗଜରେ ଚାକିରୀ ବିଜ୍ଞାପନ ଦେଖି ବିଶ୍ୱାସ କରନ୍ତୁ ନାହିଁ । ସତ୍ୟାସତ୍ୟ ଯାଞ୍ଚ କରିବା ପରେ ନିଷ୍ପତି ନିଅନ୍ତୁ ।
📱 Get Argus News App
✨Related Topics
Explore more stories