Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାଳୀପୂଜା ପାଇଁ ଉତ୍ସବ ମୁଖର ଯାଜପୁର ବ୍ୟାସନଗର,୧୭ଟି ମଣ୍ଡପରେ ପୂଜା ପାଉଛନ୍ତି ମା' ଶ୍ୟାମାକାଳୀ 

Odisha

କାଳୀପୂଜା ପାଇଁ ଉତ୍ସବ ମୁଖର ଯାଜପୁର ବ୍ୟାସନଗର,୧୭ଟି ମଣ୍ଡପରେ ପୂଜା ପାଉଛନ୍ତି ମା' ଶ୍ୟାମାକାଳୀ 

Sangram Tripathy
Browse all articles by Sangram Tripathy
·1 year ago·1 min read
କାଳୀପୂଜା ପାଇଁ ଉତ୍ସବ ମୁଖର ଯାଜପୁର ବ୍ୟାସନଗର,୧୭ଟି ମଣ୍ଡପରେ ପୂଜା ପାଉଛନ୍ତି ମା' ଶ୍ୟାମାକାଳୀ 

ଅର୍ଗସ ବ୍ୟୁରୋ:କାଳୀପୂଜା ପାଇଁ ଉତ୍ସବ ମୁଖର ଯାଜପୁର ବ୍ୟାସନଗର । ଚଳିତ ବର୍ଷ ସହରର ୧୭ଟି ମଣ୍ଡପରେ ପୂଜା ପାଉଛନ୍ତି ମା' ଶ୍ୟାମାକାଳୀ । ବିଭିନ୍ନ ମଣ୍ଡପରେ ମା'ଙ୍କ ମୂର୍ତ୍ତି ସାଙ୍ଗକୁ ଶୋଭାପାଉଛି ଭିନ୍ନ ଭିନ୍ନ ସୁଉଚ୍ଚ ତୋରଣ । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାନେ ସ୍ଥାନେ ତିଆରି ହୋଇଛି ସୁନ୍ଦର ସୁନ୍ଦର ବାରୁଆଳୀ । ମୀନାବଜାର ବୁଲିବା ସହ ଦୋଳିର ମଜା ନେଉଛନ୍ତି ଦର୍ଶକ । ଷ୍ଟାର ସିଙ୍ଗର ଓ କମେଡିଆନଙ୍କ ଦ୍ବାରା ପ୍ରଦର୍ଶିତ ହେଉଛି ମେଲୋଡି, ଭଜନ ସଂନ୍ଧ୍ୟା ଓ କମେଡି ସୋ । ଚାଟ, ଗୁପଚୁପ ଆଦି ମଜାଦାର ଖାଦ୍ୟ ଖାଇବା ସହିତ ବିଳମ୍ବତ ରାତି ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ଦର୍ଶକ । ସୁରୁଖୁରୁରେ ଦର୍ଶନ ପାଇଁ ପୂଜାକମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ୪ ପ୍ଲାଟୁନ ଫୋର୍ସ ସହ ଅନେକ ଅଧିକାରୀ ନିୟୋଜିତ ଅଛନ୍ତି l ଆସନ୍ତା ନଭେମ୍ବର ୧୦ତାରିଖ ଦିନ ଧୁମଧାମରେ ପାଳିତ ହେବ କାଳୀ ମେଳଣ ଓ ଭଷାଣ ଉତ୍ସବ। ଭଷାଣ ଦିନ ସହରର ଚୋରଦା କାଳୀ ମେଲଣ ପଡିଆରେ ଏକତ୍ର ହେବେ ସମସ୍ତ ମେଢ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Beasnagar, Jajpur is the center of celebration for Kali Puja, Mother Shyamakali is being worshiped in 17 mandaps. | Argus News