Bedridden Young Boy / ବେଡରେ ରୋଜଗାରିଆ ପୁଅ, ସରକାରୀ ସହାୟତାକୁ ଅପେକ୍ଷା
·7 months ago·2 min read

Key Points
ରୋଜଗାରିଆ ପୁଅ ଆଜି ଅକର୍ମଣ୍ୟ
ମା' ଆଖିରୁ ସୁଖୁନି ଲୁହ
ସରକାରୀ ସହାୟତାକୁ ଅପେକ୍ଷା
ମା' ଆଖିରୁ ସୁଖୁନି ଲୁହ
ସରକାରୀ ସହାୟତାକୁ ଅପେକ୍ଷା
ଯେଉଁ ବୟସରେ ନିଜେ ରୋଜଗାର କରି ବାପା ମା'ଙ୍କୁ ପୋଷିବା କଥା। କିନ୍ତୁ ବୟସରେ ବାପା ମା' ପୁଅର କରୁଛନ୍ତି ସେବା। ସେଇଥିପାଇଁ ତ ମା' ବାପାଙ୍କ ସ୍ଥାନ ସମାଜରେ ଆଉ କେହି ନେଇ ପାରିବେନାହିଁ। ଦିନ ଥିଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ୍ ଜୟଦେବ ପଂଚାୟତ କେନ୍ଦୁବିଲ ଗାଁର ପ୍ରତାପ ଚନ୍ଦ୍ର ନାୟକ ଏକ ଘରୋଇ କମ୍ପାନୀରେ ଚାକିରି କରି ପରିବାର ପ୍ରତିପୋଷଣ କରୁଥିଲେ । ଖୁସିରେ ଚାଲିଥିଲା ତାଙ୍କର ଛୋଟ ସଂସାର। ହେଲେ କାହାର ନଜର ଲାଗିଗଲା କେଜାଣି।
ଏକ ବଡ଼ ଦୁର୍ଘଟଣାରେ ସମ୍ପୂର୍ଣ ଅକର୍ମଣ୍ୟ ହୋଇଗଲେ ପ୍ରତାପ । ଗୋଡ଼ ହାତ ଠାରୁ ଆରମ୍ଭ କରି ମୁଣ୍ଡରେ ମଧ୍ୟ ଲାଗିଥିଲା ଗଭୀର ଆଘାତ। ନିଜ ଘର ଭାଙ୍ଗି ଯାଇଥିବାରୁ ପ୍ରତାପଙ୍କ ପରିବାର କହିଲେ ବାପା ମା' ଆଉ ସେ ନିଜେ ରହୁଛନ୍ତି ପ୍ରତାପଙ୍କ ମାମୁଁ ଘରେ। ବାପା ଜମି ବାଡ଼ି ବିକ୍ରୀ କରି ପ୍ରତାପଙ୍କୁ ଚିକିତ୍ସା କରାଇଲେ,ବର୍ତ୍ତମାନ ସୁଦ୍ଧା ମଧ୍ୟ ଔଷଧ ଖର୍ଚ୍ଚ କରି ଚାଲିଛନ୍ତି।
ପ୍ରତି ମାସରେ ପ୍ରାୟ 3000 ଟଙ୍କା ଔଷଧ ଖର୍ଚ୍ଚ ବଢ଼ାଇଛି ଚିନ୍ତା । ଘରଟିଏ ମଧ୍ୟ କରିପାରି ନାହାନ୍ତି । ନିଜ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ବଣ ଲତାରେ ପରିପୂର୍ଣ୍ଣ। ତେଣୁ ସେମାନେ ବନ୍ଧୁ ଘରେ ଅତି ଦୁଃଖରେ ରହୁଛନ୍ତି। ତେବେ ଏହି ପରିବାର ପୁଅ ପାଇଁ ଭିନ୍ନକ୍ଷମ ବର୍ଦ୍ଧିତ ଭତ୍ତା ସହ ସରକାରଙ୍କ ନିକଟରେ ଏକ ପକ୍କା ଘର ପାଇଁ ଆକୁଳ ନିବେଦନ କରିଛନ୍ତି । ଫଳରେ ତାଙ୍କର ଔଷଧ ଖର୍ଚ୍ଚ ଉଠିବା ସହ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘରଟିଏ ଆବଶ୍ୟକ। ବାରମ୍ବାର ଅଭିଯୋଗ ପରେ ପୁଣି ଥରେ ଏହି ପରିବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ପହଞ୍ଚି ନିଜ ଦୁଃଖ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକଙ୍କ ପାଖରେ ଜଣାଇଛନ୍ତି।
ଏଥିସହ ପଢ଼ନ୍ତୁ: ଓଃ କି ଶୀତ, ଥରୁଛି ଶ୍ରୀନଗର
ସରକାର ପ୍ରତାପଙ୍କୁ ଏକ ହ୍ୱିଲ ଚେୟାର ପ୍ରଦାନ କରିବା ସହ ଉଭୟ ବିଡ଼ିଓ ରଶ୍ମିତା ନାଥ ଓ ବିଧାୟକ ଶ୍ରୀ ମଲ୍ଲିକ ନିୟମ ଅନୁଯାୟୀ ତଦନ୍ତ କରି ଯଦି ପ୍ରତାପ ଯୋଗ୍ୟ ଥିବେ ନିଶ୍ଚିତ ପକ୍କା ଘର ସହ ସରକାରୀ ସହାୟତା ପାଇବେ ବୋଲି କହିଛନ୍ତି। ପରିବାରକୁ ସହଯୋଗର ହାତ ବଢାଇଛନ୍ତି ସମାଜସେବୀ ପଣ୍ଡିତ ଶକ୍ତିପ୍ରଜ୍ଞା ଆଚାର୍ଯ୍ୟ।ସମସ୍ତଙ୍କ ମିଳିତ ଚେଷ୍ଟା ଓ ଉଦ୍ୟମ ଫଳରେ କେବେ ପ୍ରତାପ ଙ୍କୁ ସରକାରୀ ସୁବିଧା ମିଳୁଛି ଦେଖିବାକୁ ବାକି ରହିଲା । ଫଳରେ ମା' ବାପା ଟିକେ ଖୁସି ହୋଇ ପାରିବେ ଏବଂ ପ୍ରତାପଙ୍କ ମୁହଁରେ ହସ ଫୁଟିବ, ତାହାକୁ ହିଁ ଅପେକ୍ଷା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: