ଜଙ୍ଗଲରେ ଗୋମାଂସ ପ୍ୟାକେଜିଂ ୟୁନିଟ୍ ହୋଇଥିଲା ନିର୍ମାଣ

ତିଗିରିଆ ଗୋ ତସ୍କରୀ ଘଟଣାରେ ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ସାଂଘାତିକ ପ୍ରମାଣ। ହଜାର ହଜାର ଗୋରୁଙ୍କୁ ହତ୍ୟା କରାଯାଇଛି । ବେଆଇନ୍ ଭାବେ ବାରମାଣ ଜଙ୍ଗଲରେ ଗୋମାଂସ ପ୍ୟାକେଜିଂ ୟୁନିଟ୍ ହୋଇଥିଲା ନିର୍ମାଣ। ମେସିନରେ ଗୋ ମାଂସ କଟିଂ, ପ୍ୟାକିଂ କରାଯାଇ ବାହାର ରାଜ୍ୟକୁ ହେଉଥିଲା ଚାଲାଣ । ପ୍ରତି ସପ୍ତାହରେ ୫-୬ଟି ବଡ଼ ବଡ଼ କଣ୍ଟେନରରେ ରାଜ୍ୟ ବାହାରକୁ ଯାଉଥିଲା ଗୋ ମାଂସ । ପଶ୍ଚିମବଙ୍ଗ, ଆନ୍ଧ୍ର, ଗୋଆ, ତାମିଲନାଡୁରେ ପ୍ରୋସେସିଂ ହୋଇ ମାଂସ ଯାଉଥିଲା ବିଦେଶ । ତିଗିରିଆରୁ ବର୍ଷକୁ ୩୦୦-୪୦୦ କୋଟି ଟଙ୍କାର ହେଉଥିଲା ଗୋ ମାଂସ କାରବାର ।
ଗୋ ମାଫିଆ ସବୁ ଆଇନକୁ ଦଳି ମକଚି ଗୋ ତସ୍କରୀ ଚଳାଇଥିଲେ ଆଉ ପୋଲିସ, ଜଙ୍ଗଲ ବିଭାଗ ଓ ପ୍ରଶାସନ ମୁକ ସାଜିଥିଲା ତାର ବଡ଼ ପ୍ରମାଣ ହେଉଛି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗଢା ହୋଇଥିଲା ଏହି ଗୋ ମାଂସ ପ୍ୟାକେଜିଂ ୟୁନିଟ୍। ଆଠଗଡ଼ ବେଆଇନ୍ ଗୋ ତସ୍କରୀ ଉପରୁ ପରଦା ଉଠିବା ପରେ କେବେ ହେବ FIR ? ଗୋ ତସ୍କରୀରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା ଆକ୍ସନ ନେବେ କି ରାଜ୍ୟ ସରକାର ? ଗୋ ହତ୍ୟା ରୋକିବାକୁ କଠୋର ଆଇନ ଆଣିବେ କି ସରକାର ?
📱 Get Argus News App
✨ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଗୋ ତସ୍କରୀ। ଗ୍ରାମାଞ୍ଚଳରୁ ଚାଷୀଙ୍କ ଠାରୁ କମ ଦାମରେ ଗାଈ ବାଛୁରୀ କିଣି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ସେହିଭଳି ବେଆଇନ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୃହପାଳିତ ପଶୁକୁ ମାରି ତାର ମାଂସକୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ମାଫିଆ । ଯାହାକୁ ଧରିବାକୁ ପୋଲିସର ତଦନ୍ତ ଜୋରଦାର କରାଯାଇଛି।
