Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ଅର୍ଗସ ବ୍ୟୁରୋ:  ଆଜି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ  । ଶ୍ରୀମନ୍ଦିରର ସିଂହଦ୍ବାର  ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ଅପେକ୍ଷାରେ ତିନି ଠାକୁରଙ୍କର । ଭକ୍ତଙ୍କ ଲାଗିଲାଣି ଗହଳି.. ମହାପ୍ରଭୁଙ୍କୁ ଦର୍ଶନ କରିବେ ଶହ ଶହ ଭକ୍ତ।  ବଡଦାଣ୍ଡ ହେଲାଣି ଲୋକାରନ୍ୟ। ବ୍ରହ୍ମାଣ୍ଡ ଠାକୁରଙ୍କ ଆସିବା ବାଟକୁ ଅନେଇ ରହିଛି ଭକ୍ତ।  ଭିଜିବ ଭକ୍ତର ଆଖି  ଭିଜିବ ବଡଦାଣ୍ଡ। ଧନ୍ୟ ହେବେ ସଚରାଚର। 

ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ ହୋଇ ୨ଟା ୩୦ରେ ସରିବ । ଏହାପରେ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି । ଏଥର ବିରଳ ସଂଯୋଗ କ୍ରମେ ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡୁଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନର କଡାକଡି କରାଯାଇଛି  ସୁରକ୍ଷା ବ୍ୟବସ୍ଥା ।

ଅଧିକ ପଢ଼ନ୍ତୁ: ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
beginning of balabhadra pahandi in puri | Argus News