ଅଫିସରଙ୍କ ଆନ୍ଦୋଳନ ପଛରେ BJD ମାର୍କା ଅଫିସର, ରବି ସେଠୀ-କନିଷ୍କ ବୋଦ୍ଧିସତ୍ୱ !

Key Points
BMC ଘଟଣାକୁ ନେଇ ସରକାରଙ୍କୁ ବ୍ଲାକମେଲ କରୁଛନ୍ତି ବିଜେଡି ମାର୍କା ଅଫିସର ।
ବିଜେଡି ସରକାର ସମୟରେ ଏହି ସବୁ ଘଟଣାରେ କେଉଁଠି ଥିଲା ଓଏଏସ୍ ଓ ଓଆରଏସ୍ ସଂଘ ।
ଜଗନ୍ନାଥ ପ୍ରଧାନଙ୍କୁ ଷଡ଼ଯନ୍ତ୍ରକାରୀ କହି, ଗିରଫ କରିବା ପାଇଁ ଜିଦରେ ଅଛି OAS ସଂଘ । ଓଏଏସ୍ ସଂଘ ୩ ଦିନର ଡେଡଲାଇନ୍ ଦେଇଛି । ଅନ୍ୟପଟେ ବିଜେଡି ସରକାରରେ ମାଳ ମାଳ ବାବୁଙ୍କ ଉପରେ ଆକ୍ରମଣର ଉଦାହରଣ ଥିଲା । କିନ୍ତୁ ସେତେବେଳେ ଚୁପ୍ ବସିଥିଲା ସଂଘ । ଏବେ ବଡ଼ ଅଭିଯୋଗ, ଆନ୍ଦୋଳନ ପ୍ରାୟୋଜିତ । ଓଏଏସ୍ ରବୀନ୍ଦ୍ର ସେଠୀ ଓ କନିଷ୍କ ବୋଦ୍ଧିସତ୍ବଙ୍କ ବ୍ୟାକଗ୍ରାଉଣ୍ଡକୁ ନେଇ ଉଠିଲା ପ୍ରଶ୍ନ ।
BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି ୫ ଅଭିଯୁକ୍ତ । ତଦନ୍ତ ଚାଲିଛି । ଯଦି ଆଉ କାହାର ସଂପୃକ୍ତି ଥାଏ ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର କହିଛନ୍ତି। ହେଲେ ତା ଭିତରେ କିନ୍ତୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଜିଦରେ ଅଟଳ ଓଏଏସ୍ ସଂଘ । ଯାହାକୁ ନେଇ ବଢୁଛି ସନ୍ଦେହ ।
ଅଭିଯୋଗ ହେଉଛି ବିଏମସି ଘଟଣାକୁ ନେଇ ସରକାରଙ୍କୁ ବ୍ଲାକମେଲ କରୁଛନ୍ତି ବିଜେଡି ମାର୍କା ଅଫିସର । ଅଭିଯୋଗ ଅନୁସାରେ OAS ଓ ORS ସଂଘ ପଛରେ ଅଛନ୍ତି ଦୁଇ ବିଜେଡି ମାର୍କା ଅଫିସର ରବି ସେଠୀ ଓ କନିଷ୍କ ବୋଦ୍ଧିସତ୍ବ । ରବି ସେଠି ଦୀର୍ଘ ଦିନ ଧରି ନବୀନ ନିବାସରେ ବିଜେଡି ପାଇଁ କାମ କରୁଥିବାର ଅଭିଯୋଗ ହୋଇଥିଲା । ଏବେ ବିଜେଡି ଶାସନରୁ ଗଲା ପରେ ନିଜ ସାଥି ଅଫିସରଙ୍କୁ ଧରି ଆନ୍ଦୋଳନ ନାଁରେ ବିଜେପି ସରକାରକୁ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି ।
ସେହିପରି ଆଉ ଜଣେ ବିଜେଡି ମାର୍କା ଅଫିସର ହେଉଛନ୍ତି କନିଷ୍କ ବୋଦ୍ଧିସତ୍ବ । ଯିଏ କି ଏବେ ବି ନିଜ ସୋସିଆଲ ମିଡିଆ ପେଜରେ ବିଜେଡିର ସଦସ୍ୟ ଥିବା ଉଲ୍ଲେଖ କରିଛନ୍ତି । ବିଜେପି ସାଂସଦ ପ୍ରଦିପ ପୁରୋହିତ ମଧ୍ୟ ଟାର୍ଗେଟ୍ କରିଛନ୍ତି ବିଜେଡିକୁ।
ବିଜେଡି ସରକାର ସମୟରେ ମାଳ ମାଳ ଓଏଏସ୍ ଓ ଓଆରଏସ୍ ଅଧିକରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ୨୦୨୫, ଜାନୁୟାରୀରେ, ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଦୁବ୍ୟବହାର । ୨୦୨୨ ନଭେମ୍ବର, କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନାଙ୍କ ଉପରେ ଆକ୍ରମଣ । ୨୦୨୨ ଡିସେମ୍ବର, ବାଲିପାଟଣାରେ ବାଲି ମାଫିଆଙ୍କ ମାଡ଼ରେ ଆହତ ତହସିଲଦାର । ୨୦୨୦ ଡିସେମ୍ବର, ନୀଳଗିରିରେ ତହସିଲଦାରଙ୍କ ଉପରେ ଆକ୍ରମଣ । ୨୦୨୨ ମେ' ଗଂଜାମ ମାଳିଜଗନ୍ନାଥପୁରରେ ଅତିରିକ୍ତ ତହସିଲଦାର ଓ ରେଭେନ୍ୟୁ ଇନସ୍ପେକ୍ଟରଙ୍କ ଉପରେ ଆକ୍ରମଣ ।
ଏବେ ପ୍ରଶ୍ନ, ବିଜେଡି ସରକାର ସମୟରେ ଏହି ସବୁ ଘଟଣାରେ କେଉଁଠି ଥିଲା ଓଏଏସ୍ ଓ ଓଆରଏସ୍ ସଂଘ । ଅନ୍ୟପଟେ ରାଜସ୍ବମନ୍ତ୍ରୀ କହିଛନ୍ତି ବିନା ପ୍ରମାଣରେ ଗିରଫ କଲେ କୋର୍ଟରେ ଗ୍ରହଣଯୋଗ୍ୟ ହେବନାହିଁ । ଓଡ଼ିଶା ସରକାରୀ ଚାକିରି ସର୍ତ୍ତ ଓ ନିୟମାବଳୀର ଅନୁଛେଦ-୮ କହୁଛି ଯେଉଁ ବାବୁମାନେ ଗଣମାଧ୍ୟମର ବୁମ ଦେଖି ଚାକିରି ନିୟମାବଳୀ ଭୁଲି ଗଣମାଧ୍ୟମରେ ସରକାରଙ୍କୁ ଧମକ ଚମକ ଦେଇଛନ୍ତି, ସେମାନଙ୍କ ବିରୁଦ୍ଧରେ ମଧ୍ଯ ରୁଲ-୭ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।