Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ELEPHANT / ବେଲଘରରେ ହାତୀ ମୃତ୍ୟୁ ମାମଲାରେ ଜଣେ ଗିରଫ,୧୦ ଜଣଙ୍କୁ ପଚରାଉଚରା

Bikash Mohanty
Browse all articles by Bikash Mohanty
·5 months ago·2 min read
ବେଲଘରରେ ହାତୀ ମୃତ୍ୟୁ ମାମଲାରେ  ଜଣେ ଗିରଫ,୧୦ ଜଣଙ୍କୁ ପଚରାଉଚରା
ELEPHANT

Key Points

ବେଲଘର ହାତୀ ମୃତ୍ୟୁ ମାମଲା
ଜଣେ ଗିରଫ, ୧୦ ଜଣଙ୍କୁ ପଚରାଉଚରା
ଘଟଣାର ନିରପେକ୍ଷ ତଦନ୍ତ ଦାବି
କନ୍ଧମାଳ ଜିଲ୍ଲା ବେଲଘରରେ ହାତୀ ମୃତ ମାମଲାରେ ଜଣେ ଗିରଫ । ପିକପ୍ ଭ୍ୟାନ୍ ଡ୍ରାଇଭର ହୃଷିକେଶ ପଣ୍ଡା ଓରଫ ରିଙ୍କୁକୁ ଗିରଫ କରିଛି ପୁଲିସ । ମାମଲାରେ ୧୦ ଜଣଙ୍କୁ ପଚରାଉଚରା କରୁଛି ପୁଲିସ । ବେଲଘରରେ ହାତୀ ମୃତ୍ୟୁ ଏବଂ ମୃତଦେହକୁ ଲୁଚାଇ ରଖାଯିବା ଘଟଣା ରାଜ୍ୟରେ ବନ୍ୟପ୍ରାଣୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଦୁଇଟି ଟିମ୍‌ ଗଠନ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଝିରିପାଣି ମୁଣ୍ଡୁଟି ନିକଟସ୍ଥ ଚଉଳଧୂଆ ନଦୀ କୂଳରୁ ହାତୀର ଖଣ୍ଡ ବିଖଣ୍ଡିତ ଶରୀର ପଲିଥିନରେ ରଖି ପିକପ୍ ଭ୍ୟାନ୍, ଜେସିବି ସାହାଯ୍ୟରେ କାଡ଼ାପନ୍ନା ନର୍ସରୀକୁ ଅଣାଯାଇଥିଲା । ଏହି  ମାମଲାରେ ବ୍ୟବହୃତ ଗାଡ଼ି ଜବତ କରିଛି ବନ ବିଭାଗ । ସେପଟେ ରେଞ୍ଜର ବିନୟ କୁମାର ବିଶିଙ୍କୁ କେବଳ ନିଲମ୍ବନ କରି ହାତଝାଡ଼ି ଦେଇଛି ବନବିଭାଗ।
ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଳଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲର ମୃତ ହାତୀର ଦେହାଂଶ ମିଳିଥିଲା ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର ନିକଟରେ। ବାଲିଗୁଡା ବନଖଣ୍ଡ ବିଭାଗ କଳାହାଣ୍ଡି ବନଖଣ୍ଡ ବିଭାଗ ମିଳିତ ଭାବେ ଖୋଜାଖୋଜି କରି ସ୍ଥାନ ଚିହ୍ନଟ ପରେ ଅଞ୍ଚଳକୁ ଗ୍ରୀନ ବ୍ୟାରିକେଡ କରି ଘୋଡାଇଥିଲେ । ଜେସିବି ଦ୍ୱାରା ମାଟି କଢା ଯାଇ ୭ଫୁଟ୍ ତଳୁ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି । ଭୁବନେଶ୍ୱରରୁ ଆସି ସ୍ଵତନ୍ତ୍ର ଟାସ୍କ ଫୋର୍ସ ୪୮ ଘଣ୍ଟା କସରତ ପରେ ହାତୀର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି । ତେବେ ହାତୀର ଶବ ମିଳିନଥିଲା। ବାଲିଗୁଡ଼ା ଡିଏଫ୍ ଓ ଏହି ଘଟଣାର ତଦନ୍ତ କରୁଥିଲେ। ବୁଧବାର ଯୁଗ୍ମ ଟାସ୍କଫୋର୍ସ ଟିମ୍ ସହ ବାଲିଗୁଡ଼ା ଡିଏଫ୍ ଓ ଘନଶ୍ୟାମ ମହନ୍ତ ଓ ତୁମୁଡ଼ିବନ୍ଧ ରେଞ୍ଜର କାଳୀଚରଣ ବେହେରା ନିଲମ୍ବିତ ରେଞ୍ଜର ଶ୍ରୀ ବିଶିଙ୍କ ଗାଁ କେସିଙ୍ଗାର ତହଁସିରରେ ପହଞ୍ଚି ତନାଘନା କରିଥିଲେ।

ମୁଣ୍ଡୁଟି ଜଙ୍ଗଲରୁ ହାତୀ ମୃତ୍ୟୁ ଓ ଶବକୁ ନେଇ ଅନ୍ୟତ୍ର ପୋତିଦେବା ଘଟଣାରେ ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ପରେ ଫେରାର ଅଛନ୍ତି ରେଞ୍ଜର। ଏପରିକି ତଦନ୍ତରେ ସହଯୋଗ କରୁ ନାହାନ୍ତି ନିଲମ୍ବିତ ରେଞ୍ଜର।

ତେବେ କିଭଳି ସ୍ଥିତିରେ ହାତୀର ମୃତ୍ୟୁ ହେଲା କିଭଳି ସ୍ଥିତିରେ ମୃତଦେହକୁ ପୋତାଗଲା ସେ ନେଇ ମୁହଁ ଖୋଲୁନାହାନ୍ତି ବନ ଅଧିକାରୀ । ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଯାଉଥିବା ଅଭିଯୋଗ ହୋଇଛି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ELEPHANT | Belghar Elephant Death Case: One Arrested, 10 Questioned | Argus News