Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

PM ଆବାସରୁ ବାଦ୍‌ ହିତାଧିକାରୀ ପାଇବେ ପକ୍କାଘର

Rashmita Mishra
Browse all articles by Rashmita Mishra
·1 year ago·2 min read
PM ଆବାସରୁ ବାଦ୍‌ ହିତାଧିକାରୀ ପାଇବେ ପକ୍କାଘର

Key Points


ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ସ୍ବପ୍ନ ହେବାକୁ ଯାଉଛି ସତ
PM ଆବାସରୁ ବାଦ୍‌ ହିତାଧିକାରୀ ପକ୍କାଘରରୁ ହେବେନି ବଞ୍ଚିତ
ଅନ୍ତ୍ୟୋଦୟ ଗୃହ ଯୋଜନାରେ ଏବର୍ଷ ଲକ୍ଷେ ୬୦ ହଜାର ଲୋକ ପାଇବେ ଘର
ଅସହାୟଙ୍କର ଆଉ ରହିବନି ବର୍ଷା, ଖରା, ଶୀତକୁ ଡର
ପୂର୍ବ ବିଜେଡି ସରକାରରେ ସ୍ଲୋଗାନ ଥିଲା - ମୁଣ୍ଡ ଉପରେ ପକ୍କା ଘର
ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ ଯୋଗୁଁ ଯୋଗ୍ୟ ଲୋକେ ହେଉଥିଲେ ବଞ୍ଚିତ

ଏଣିକି ପକ୍କାଘରରୁ ଆଉ କେହି ହେବେନାହିଁ ବଞ୍ଚିତ । ଅନ୍ତ୍ୟୋଦୟ ଗୃହ ଯୋଜନାରେ ଚଳିତ ବର୍ଷ ରାଜ୍ୟର ୧ ଲକ୍ଷ ୫୯ ହଜାର ଲୋକେ ଘର ପାଇବେ । ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଅନ୍ତ୍ୟୋଦୟରେ ୫୯ ହଜାର ୯୩ ଜଣ ଦିବ୍ୟାଙ୍ଗ, ଅସହାୟ ଓ ବନ୍ୟା ବାତ୍ୟାରେ ଘର ଭାଙ୍ଗି ଥିବା ଲୋକଙ୍କୁ ବ୍ଲକ ସ୍ତରରେ ଘର ଦିଆଯାଇଛି । କିଛି ୱାର୍କ ଅଡର୍ ହୋଇଛି ଆଉ କିଛି ବାକି ଅଛି । ଆହୁରି ୧ ଲକ୍ଷ ହିତାଧିକାରୀଙ୍କ ତାଲିକା ଚଳିତ ମାସ ଭିତରେ ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ । ଦୁଇ ମାସ ଭିତରେ ୱାର୍କ ଅଡର୍ ଇସ୍ୟୁ ହେବ । ଗତ ଥର ଯେଉଁ ନିୟମରେ ଘର ଦିଆଯାଇଥିଲା ସେହି ନିୟମରେ ଘର ଦିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ପୂର୍ବ ବିଜେଡି ସରକାରରେ ବିବାଦରେ ରହିଆସିଥିଲା ପକ୍କାଘର ଯୋଜନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଘରରେ ବିଜୁପକ୍କା ଘର ଲୋଗୋ ଲଗାଇ ଚଞ୍ଚକତା କରିଥିଲେ ବିଜେଡି ସରକାର । ଏପରିକି ଆବାସ ଆବଣ୍ଟନରେ ବି ବଡ଼ ଧରଣର ଚଞ୍ଚଲତା ସାମ୍ନାକୁ ଆସିଥିଲା । ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଉଥିଲା। ଯୋଗ୍ୟଙ୍କୁ ବାଦ ଦେଇ ଆଯୋଗ୍ୟଙ୍କୁ ବାଣ୍ଟି ଦିଆଯାଇଥିଲା ପିଏମ ଆବାସ । ତେଣୁ ଅନ୍ତ୍ୟୋଦୟ ଗୃହ ଯୋଜନା ସେହି ବଞ୍ଚିତଙ୍କୁ ପକ୍କାଘର ଦେବାରେ ସହାୟକ ହେବ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ହିତାଧିକାରୀ । ଆଗାମୀ 3 ବର୍ଷରେ 5 ଲକ୍ଷରୁ ଅଧିକ ପକ୍କାଘର ନିର୍ମାଣ ହେବ । ଏଥିପାଇଁ ସରକାର କରିବେ 7 ହଜାର 550 କୋଟି ଟଙ୍କା ବିନିଯୋଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
beneficiaries-of-the-pms-residence-will-get-a-brick-house | Argus News