Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସନ୍ତା ଫେବ୍ରୁଆରୀରୁ ଦୁଇ ଯୋଜନାରୁ ଲାଭ ପାଇପାରିବେ ହିତାଧୀକାରୀ

Odisha

ଆସନ୍ତା ଫେବ୍ରୁଆରୀରୁ ଦୁଇ ଯୋଜନାରୁ ଲାଭ ପାଇପାରିବେ ହିତାଧୀକାରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆସନ୍ତା ଫେବ୍ରୁଆରୀରୁ ଦୁଇ ଯୋଜନାରୁ ଲାଭ ପାଇପାରିବେ ହିତାଧୀକାରୀ

Key Points

କାଲି ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ପଡ଼ିବ ଭିତ୍ତି
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦିଲ୍ଲୀରେ ହେବ ଚୁକ୍ତି
ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ସହ ମିଶି ଓଡ଼ିଶାରେ ହେବ କାର୍ଯ୍ୟକାରୀ
ଆସନ୍ତା ଫେବ୍ରୁଆରୀରୁ ଦୁଇ ଯୋଜନାରୁ ଲାଭ ପାଇପାରିବେ ହିତାଧୀକାରୀ
ପୁରୁଷଙ୍କୁ ୫ ଲକ୍ଷ ଓ ମହିଳା ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ହେଲଥ ଇନସ୍ୟୁରାନ୍ସ
୭୦ବର୍ଷରୁ ଅଧିକ ସବୁ ବରିଷ୍ଠ ନାଗରିକ ବି ପାଇବେ ଆୟୁଷ୍ମାନ ଭାରତର ଆସ୍ୟୁରାନ୍ସ
ବହୁ ଦାବି ସତ୍ତ୍ବେ ନବୀନ ସରକାର ଓଡ଼ିଶାରେ ଆୟୁଷ୍ମାନର ରୋକିଥିଲେ ବାଟ
ମୋଦିଙ୍କୁ ଶ୍ରେୟ ଚାଲିଯିବା ଡରରେ ରାଜ୍ୟବାସୀଙ୍କୁ ଯୋଜନାରୁ କରିଥିଲେ ବଞ୍ଚିତ

ଅର୍ଗସ ବ୍ୟୁରୋ: ଓଡ଼ିଶାବାସୀଙ୍କର ବଡ଼ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ ଲଗୁ ପାଇଁ ଆସନ୍ତାକାଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ ଏମଓୟୁ। ଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ଚୁକ୍ତି ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ବି ରହିବେ ଉପସ୍ଥିତ। ଓଡ଼ିଶାରେ ଆସନ୍ତା ଫେବ୍ରୁଆରୀ ମାସରୁ ଆୟୁଷ୍ମନ ଭାରତ ଯୋଜନା ଲାଗୁ ହେବ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ମିଶି କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାର ଯୋଜନା। ରାଜ୍ୟର ପ୍ରାୟ ୧ କୋଟି ପରିବାର ଏହା ଦ୍ବାରା ହେବେ ଉପକୃତ। ଅର୍ଥାତ ପ୍ରାୟ ସାଢେ ୩ କୋଟି ହିତାଧିକାରୀଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟବୀମା। ଯେଉଁଥିରେ ମହିଳାଙ୍କୁ ୧୦ ଲକ୍ଷ ଏବଂ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଯାଏ ମିଳିବ ମାଗଣା ଚିକିତ୍ସା ସୁବିଧା। ଏଥିସହ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ବି ହେବେ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ।


୨୦୧୮ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଥିଲେ ମୋଦି ସରକାର। କିନ୍ତୁ କାଳେ ଶ୍ରେୟ ମୋଦିଙ୍କୁ ଚାଲିଯିବ ସେଥିପାଇଁ ଓଡ଼ିଶାରେ ଏହାକୁ ଲାଗୁକରିବାକୁ ଦେଇନଥିଲେ ନବୀନ ସରକାର। ଏପରିକି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମାନଙ୍କର ବାରମ୍ବାର ଅପିଲ ସତ୍ତ୍ବେ ରାଜ୍ୟବାସୀଙ୍କୁ ଆୟୁଷ୍ମନ ଭାରତ ଯୋଜନାରୁ ବଞ୍ଚିତ ରଖିଥିଲେ ନବୀନ ପଟ୍ଟନାୟକ। ଜୁନ୧୨ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ସହ ଆୟୁଷ୍ମାନ ଭାରତ ଯୋଜନା ପାଇଁ ବାଟ ଫିଟିଥିଲା। ଯାହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଯୋଜନା ଦ୍ବାରା ସବୁଠୁ ବେଶୀ ଉପକୃତ ହୋଇପାରିବେ ରାଜ୍ୟ ବାହାରେ କାମ କରୁଥିବା ପ୍ରବାସୀ ଓଡ଼ିଆ। ଦେଶର ୨୭ ହଜାରରୁ ଅଧିକ ହସପିଟାଲରେ ହିତାଧୀକାରୀଙ୍କୁ ମିଳିପାରିବ କ୍ୟାସଲେସ୍ ଚିକିତ୍ସା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Beneficiaries will be able to benefit from two schemes from next February. | Argus News