ଆସନ୍ତା ବର୍ଷରୁ ତିନି ମାସ ବଦଳରେ ମାସିକିଆ ରାସନ ପାଇବେ ହିତାଧିକାରୀ
·1 year ago

ଅର୍ଗସ ବ୍ୟୁରୋ: ଆସନ୍ତା ବର୍ଷରୁ ତିନି ମାସିକିଆ ବଦଳରେ ମାସିକିଆ ରାସନ ପାଇବେ ହିତାଧିକାରୀ। ରାସନ ବଣ୍ଟନ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ। ମାସିକିଆ ରାସନ ଦିଆଯିବା ଫଳରେ ଦୁର୍ନୀତି କମିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ୧୨ ଟି ଜିଲ୍ଲାରେ ଧାନ କିଣା ଚାଲିଛି।ପାଖାପାଖି ଏକ ଲକ୍ଷ ଚାଷୀ ମଣ୍ଡିରେ ଧାନ ଦେଲେଣି । ୪୮ ଘଂଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟ କୁ ଟଙ୍କା ଯାଉଛି। କଟନି ଛଟନି ବନ୍ଦ କରାଯିବା ସହ ମଣ୍ଡି ମାନଙ୍କରେ ଦଲାଲ ମାଆଙ୍କର ପାଦୃଭବ କମିଛି । ସମସ୍ତ ପଞ୍ଜିକରଣ କରିଥିବା ଚାଷୀ କିଭଳି ଧାନ ଦେଇ ପାରିବେ ସେ ନେଇ ବ୍ୟାପକ ପଦକ୍ଷେପ ନିଆଯାଇଛି।ଚାଷୀ ମାନେ ଯେମିତି ହଇରାଣ ହରକତ ନହେବେ ସେ ନେଇ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: