Traffic Rules Violation / ଟ୍ରାଫିକ୍ ନିୟମ ଫାଙ୍କିବାକୁ ନୂଆ ଫଣ୍ଡା…ନମ୍ବର ପ୍ଲେଟ୍ରେ କଳା ଟେପ୍, ନାଲି ଫିତା ଓ ଫୁଲମାଳ
·2 hours ago·2 min read

Key Points
ଚାଲାଣରୁ ବଞ୍ଚିବାକୁ ମାଷ୍ଟରପ୍ଲାନ୍! ନମ୍ବର ପ୍ଲେଟ୍ରେ ଟେପ୍ ଲଗାଇ ଖସିଯାଉଛନ୍ତି ଗାଡ଼ି ଚାଳକ
ସାବଧାନ୍! ଯଦି ଆପଣ ନିଜ ଗାଡ଼ି ସଠିକ୍ ଭାବେ ଚଲାଉଛନ୍ତି, ତଥାପି ଆପଣଙ୍କ ଫୋନ୍କୁ ଇ-ଚାଲାଣର ମେସେଜ୍ ଆସୁଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଟ୍ରାଫିକ୍ ଚାଲାଣରୁ ବଞ୍ଚିବା ପାଇଁ ଏବେ ନୂଆ ନୂଆ ଚାଲାକି ଆପଣାଉଛନ୍ତି ଅସାଧୁ ଗାଡ଼ି ଚାଳକ। ଗାଡ଼ି ନମ୍ବର ପ୍ଲେଟ୍ରେ କଳା ଟେପ୍, ନାଲି ଫିତା କିମ୍ବା ଫୁଲମାଳ ଲଗାଇ ନମ୍ବର ଲୁଚାଯାଉଛି।
ଟ୍ରାଫିକ୍ ନିୟମ ଫାଙ୍କିବାକୁ ବ୍ରହ୍ମପୁରରୁ ଆସିଛି ନୂଆ ତରିକା! ଏକାଧିକ ଗାଡ଼ି ଚାଳକ ଏବେ ଆପଣାଉଛନ୍ତି ନାଲି ଫିତା ଓ କଳା ଟେପ୍ ଫଣ୍ଡା। କେଉଁଠି ଗାଡ଼ି ନମ୍ବର ପ୍ଲେଟ୍ରେ କଳା ଟେପ୍ ଲଗାଯାଇଛି ତ ଆଉ କେଉଁଠି ନାଲି ଫିତା କିମ୍ବା ଫୁଲମାଳ ଗୁଡ଼ାଯାଇଛି। ଗାଡ଼ିର ପ୍ରକୃତ ନମ୍ବର ଯାହା ରହିଛି, ପ୍ଲେଟ୍ରେ ଟେପ୍ ଲଗାଯିବା ପରେ ତାହା ସମ୍ପୂର୍ଣ୍ଣ ବଦଳିଯାଇ ଅନ୍ୟ ନମ୍ବର ଭଳି ଦେଖାଯାଉଛି। ଏହି ଚାଲାକି ଯୋଗୁଁ କ୍ୟାମେରାରେ ଇ-ଚାଲାଣ କଟିବା ବେଳେ, ପ୍ରକୃତ ଅପରାଧୀ ବଞ୍ଚିଯାଉଛି ଏବଂ ନିର୍ଦ୍ଦୋଷ ଗାଡ଼ି ମାଲିକଙ୍କ ନିକଟକୁ ଚାଲାଣ ଚାଲିଯାଉଛି। କେବଳ ଟ୍ରାଫିକ୍ ନିୟମ ଉଲ୍ଲଂଘନ ନୁହେଁ, ଏଭଳି ଉପାୟରେ ଅପରାଧୀମାନେ ମଧ୍ୟ ବଡ଼ ଧରଣର ଅପରାଧ ଘଟାଇ ଖସିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି-ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ମଧ୍ୟରେ କେବଳ ସାଧାରଣ ଲୋକ ନୁହନ୍ତି, ବରଂ ଓକିଲ, ପୋଲିସ ଏବଂ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।
ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ ଏବେ କଡ଼ା ନଜର ରଖିଛି ବ୍ରହ୍ମପୁର ପୋଲିସ। ସହରର ପ୍ରତ୍ୟେକ ପ୍ରମୁଖ ଛକରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି।ନମ୍ବର ପ୍ଲେଟ୍ରେ ଟେପ୍, ଫୁଲମାଳ କିମ୍ବା ରଙ୍ଗୀନ କପଡ଼ା ଲଗାଇ ନମ୍ବର ଲୁଚାଇଥିବା ଗାଡ଼ି ଧରାପଡ଼ିଲେ ତୁରନ୍ତ ମୋଟା ଅଙ୍କର ଚାଲାଣ କଟାଯାଉଛି। କେବଳ ଗୋଟିଏ ଦିନରେ ଏଭଳି ୧୦୦ରୁ ଉର୍ଦ୍ଧ୍ୱ ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଗକୁ ଏହି ଚେକିଂ ଅଭିଯାନ ଆହୁରି ଜୋରଦାର ହେବ ବୋଲି ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି।
ଟ୍ରାଫିକ୍ ନିୟମ ଆମ ନିଜ ସୁରକ୍ଷା ପାଇଁ, ମାତ୍ର କିଛି ଟଙ୍କାର ଚାଲାଣରୁ ବଞ୍ଚିବା ପାଇଁ ନମ୍ବର ପ୍ଲେଟ୍ରେ ଏଭଳି ଚାଲାକି କରିବା ନିଶ୍ଚିତ ଭାବେ ଏକ ସଙ୍ଗୀନ ଅପରାଧ। ପୋଲିସର ଏହି କଡ଼ା ଚେକିଂ ଅଭିଯାନ ପରେ ଏଭଳି ବେଆଇନ କାମ ଉପରେ କେତେ ରୋକ୍ ଲାଗୁଛି, ତାହା ଦେଖିବାକୁ ବାକି ରହିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories