Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fertility Tips / ଗର୍ଭଧାରଣ କରିବା ପାଇଁ ଉପଯୁକ୍ତ ସମୟସୀମା କେତେ?

Ritu Das
Browse all articles by Ritu Das
·9 months ago·2 min read
ଗର୍ଭଧାରଣ କରିବା ପାଇଁ ଉପଯୁକ୍ତ ସମୟସୀମା କେତେ?

Key Points

ଆଜିକାଲି ଗର୍ଭଧାରଣ କ୍ଷମତାରେ ବିପୁଳ ପରିବର୍ତ୍ତନ ଦେଖାଯାଉଛି । ଅନିୟମିତ ଜୀବନଶୈଳୀ, ପୋଷଣ ଅଭାବ, ମୋବାଇଲ ଏବଂ ଲ୍ୟାପଟପ୍‌ର ବିକିରଣ, ଏବଂ ବିଳମ୍ବିତ ବିବାହ ଇତ୍ୟାଦି କାରଣରୁ ମହିଳାଙ୍କର ପ୍ରଜନନ କ୍ଷମତା ହ୍ରାସ ପାଉଛି ।

ଆଜିକାଲି ଗର୍ଭଧାରଣ କ୍ଷମତାରେ ବିପୁଳ ପରିବର୍ତ୍ତନ ଦେଖାଯାଉଛି । ଅନିୟମିତ ଜୀବନଶୈଳୀ, ପୋଷଣ ଅଭାବ, ମୋବାଇଲ ଏବଂ ଲ୍ୟାପଟପ୍‌ର ବିକିରଣ, ଏବଂ ବିଳମ୍ବିତ ବିବାହ ଇତ୍ୟାଦି କାରଣରୁ ମହିଳାଙ୍କର ପ୍ରଜନନ କ୍ଷମତା ହ୍ରାସ ପାଉଛି । ତେବେ ଏନେଇ ଉପଯୁକ୍ତ ସମୟସୀମା କେତେ ଏନେଇ ପଡ଼କାଷ୍ଟରେ ଅଧିକ ଆଲୋଚନା କରିଛନ୍ତି ଅର୍ଗସ ନ୍ୟୁଜର ଡିଜିଟାଲ Editor ସଂଗ୍ରାମ ଷଡ଼ଙ୍ଗୀ ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର।



ପ୍ରଶ୍ନ- ଗର୍ଭଧାରଣ କରିବା ପାଇଁ ଉପଯୁକ୍ତ ସମୟସୀମା କେତେ?
ଉତ୍ତର- ୨୦ରୁ ୩୦ ବର୍ଷ ମଧ୍ୟରେ ମହିଳା ଗର୍ଭଧାରଣ କରିବାର ଉପଯୁକ୍ତ ସମୟ ଅଟେ। କାରଣ ଏହି ସମୟରେ ମହିଳାମାନଙ୍କ ଗର୍ଭଧାରଣର କ୍ଷମତା ଅଧିକ ଥାଏ।


ପ୍ରଶ୍ନ- ମେନୋପୋଜ କେତେ ବୟସରୁ କେତେ ବୟସ ମଧ୍ୟରେ ହୋଇଥାଏ?
ଉତ୍ତର- ପ୍ରାୟତଃ ୪୫ବର୍ଷରୁ ୫୫ବର୍ଷ ମଧ୍ୟରେ ମେନୋପୋଜ ହୋଇଥାଏ।


ପ୍ରଶ୍ନ-ମେନୋପୋଜ ହେଲେ ମହିଳାମାନେ କେଉଁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
ଉତ୍ତର- ଏହା ଏକ ବ୍ରଡ ଟାଇମ। ଏହାକୁ ପେରି ମେନୋପୋଜ କୁହାଯାଏ। ମେନଷ୍ଟ୍ରୁଏସନରେ ବହୁତ ଅନିୟମିତତା ଦେଖାଯାଏ। କିଛି ଜଣଙ୍କୁ ଡାଇବେଟିସ ଭଳି ସମସ୍ୟା ହୋଇଥାଏ। ବ୍ଲଡପ୍ରେସର ଏବଂ ସ୍କିନ ସମସ୍ୟା ମଧ୍ୟ ଦେଖାଦେଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ: ଆଜିକାଲି ସିଜରିଆନ କାହିଁକି ଅଧିକ ହେଉଛି? ଚାଲନ୍ତୁ ଜାଣିବା ସୁଜାତା କରଙ୍କ ମୁହଁରୁ


ପ୍ରଶ୍ନ- ପିରିୟଡର କେତେ ଦିନରୁ କେତେ ଦିନ ମଧ୍ୟରେ ଜଣେ ମହିଳା ଗର୍ଭଧାରଣ କରିପାରିବେ?
ଉତ୍ତର- ଯଦି ଜଣେ ମହିଳାଙ୍କର ପିରିୟଡ ସାଇକେଲ ଠିକ୍‌ ୨୮ ଦିନରେ ହୋଇଥାଏ ତେବେ ୧୨ରୁ ୧୬ ଦିନ ମଧ୍ୟରେ ଯଦି ଆପଣ ସ୍ବାମୀଙ୍କ ସହବାସ ରଖୁଛନ୍ତି ତେବେ ଜଣେ ମହିଳା ଗର୍ଭଧାରଣ କରିପାରିବେ।


ପ୍ରଶ୍ନ- ମହିଳାମାନେ ଧୂମ୍ରପାନ କଲେ ଗର୍ଭଧାରଣରେ ସମସ୍ୟା ହୋଇଥାଏ କି?
ଉତ୍ତର- ହଁ ଧୂମ୍ରପାନ କଲେ ଗର୍ଭଧାରଣରେ ବହୁ ସମସ୍ୟା ଦେଖାଦେଇଥାଏ।


ପ୍ରଶ୍ନ- ମହିଳା ଗର୍ଭବତୀ ଥିବାବେଳେ ପୁରୁଷ କଣ ଶାରିରୀକ ଭାବେ ମିଳାମିଶା କରିପାରିବେ କି?
ଉତ୍ତର- ଯଦି କୌଣସି କମ୍ପ୍ଲିକେସନ ଅଛି ତେବେ ଇଣ୍ଟରକୋର୍ସ କରିପାରିବେନି। ଯଦି ଜଣେ ମହିଳାର କୌଣସି ଆପତ୍ତି ନାହିଁ ତେବେ ତାଙ୍କ ସ୍ବାମୀ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିପାରିବେ।


Sponsored
Best Time to Conceive | Ideal Fertile Period for Pregnancy Explained | Argus News