Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Best Wild Photography Place:ପର୍ଯ୍ୟଟନ ବିକାଶର ବଡ଼ ଉଦାହରଣ ମଙ୍ଗଳାଯୋଡ଼ି

Odisha

Best Wild Photography Place:ପର୍ଯ୍ୟଟନ ବିକାଶର ବଡ଼ ଉଦାହରଣ ମଙ୍ଗଳାଯୋଡ଼ି

Rashmita Mishra
Browse all articles by Rashmita Mishra
·1 year ago·2 min read
Best Wild Photography Place:ପର୍ଯ୍ୟଟନ ବିକାଶର ବଡ଼ ଉଦାହରଣ ମଙ୍ଗଳାଯୋଡ଼ି

ଅର୍ଗସ ବ୍ୟୁରୋ: ଅର୍ଗସ ଟୁରିଜିମ୍‌ କନ୍‌କ୍ଲେଭରେ ମଙ୍ଗଳାଯୋଡ଼ିର ଉଦାହରଣ । ବିଶ୍ବର ସବୁଠାରୁ ବେଷ୍ଟ ଓ୍ବାଇଲ୍ଡ ବାର୍ଡ ଫଟୋଗ୍ରାଫି ପ୍ଲେସ୍‌ ହେଉଛି ମଙ୍ଗଳାଯୋଡ଼ି । ଦିନେ ଯେଉଁ ସ୍ଥାନକୁ ଯିବା ପାଇଁ ବନ ବିଭାଗ ମଧ୍ୟ ଡରୁଥିଲା । ତାହା ଏବେ ଓ୍ବାଇଲ୍ଡ ବାର୍ଡ ଫଟୋଗ୍ରାଫି ପାଇଁ ସବୁଠାରୁ ସୁନ୍ଦର ସ୍ଥାନ ପାଲଟିଛି । ଆଗରୁ ମଙ୍ଗଳାଯୋଡ଼ିରେ ସ୍ଥାନୀୟ ଲୋକ ପକ୍ଷୀ ଶିକାର କରୁଥିଲେ । ଏବେ କିନ୍ତୁ ସେମାନେ ଏହାର ଯତ୍ନ ନେଉଛନ୍ତି । ଯାହାକି ପର୍ଯ୍ୟଟନ ବିକାଶର ସବୁଠାରୁ ବଡ଼ ଉଦାହରଣ ।


ସେଠାରେ ସ୍ଥାନୀୟ ଲୋକଙ୍କ ପାଦୁର୍ଭାବ ଏତେ ଥିଲା ଯେ, ସେମାନେ ପକ୍ଷୀଙ୍କୁ ଶିକାର କରିବା ସହ ବନ ବିଭାଗ କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରନ୍ତି । ସାଧାରଣ ଲୋକ ମଧ୍ୟ ସେଠାକୁ ଯିବା ପାଇଁ ଡରନ୍ତି । ପରେ ସେଠାକାର ବାସିନ୍ଦାଙ୍କୁ ପର୍ଯ୍ୟାୟ କ୍ରମେ ସ୍ବତନ୍ତ୍ର ତାଲିମ ଦିଆଗଲା । ଆଉ ଏବେ ମଙ୍ଗଳାଯୋଡ଼ି ଏକ ସମସ୍ତଙ୍କ ପାଇଁ ଉଦାହରଣ ।


ଏହା ଆମର କୌଣସି ମନଗଢ଼ା କାହାଣୀ ନୁହେଁ, ଏଭଳି କହିଛନ୍ତି ରାଜ୍ୟ ସରକାରଙ୍କ ପୂର୍ବତନ PCCF ତଥା ବର୍ତ୍ତମାନ ଓ୍ବେଟ୍‌ଲ୍ୟାଣ୍ଡସ୍‌ ଇଣ୍ଟରନାସନାଲ ସାଉଥ ଏସିଆର ଭାଇସ ପ୍ରେସିଡେଣ୍ଟ ଡ.ଅଜିତ ପଟ୍ଟନାୟକ । ଅର୍ଗସ ଟୁରିଜିମ କନ୍‌କ୍ଲେଭରେ ଅତିଥି ଭାବେ ଯୋଗଦେଇ ସେ ଏଭଳି କହିଛନ୍ତି । ଏହା ସହ ସେ ବାର୍ତ୍ତା ଦେଇଛନ୍ତି, ଓଡ଼ିଶାରେ ପର୍ଯ୍ୟଟନ ବିକାଶର ଅନେକ ସମ୍ଭାବନା ରହିଛି । କିନ୍ତୁ ସବୁ କିଛି ସରକାରଙ୍କ ଉପରେ ଛାଡ଼ିଦେଲେ ହେବ ନାହିଁ । ଅମକୁ ହିଁ ପର୍ଯ୍ୟଟନ କ୍ଷେତ୍ରର ଦାୟିତ୍ବ ନେବାକୁ ପଡ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ ଆହୁରି କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବାକୁ ହେଲେ ପ୍ରଥମେ ଏହାର ଜୈବ ବିବିଧତା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । ଆଉ ଦ୍ବିତୀୟରେ ହେଲା କେୟାରିଂ କାପାସିଟି । ସବୁବେଳେ ଚେଷ୍ଟା କରିବାକୁ ହେବ ଅଧିକରୁ ଅଧିକ ପର୍ଯ୍ୟଟକ କେମିତି ଆସିବେ ଆଉ ସେମାନଙ୍କ ପାଇଁ ସବୁ ସୁବିଧା ଦେଇହେବ । ଯେମିତିକି ପର୍ଯ୍ୟଟକଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ହେବ ।


ତେବେ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅର୍ଗସ ପକ୍ଷରୁ ଅୟୋଜନ କରାଯାଇଛି ଟୁରିଜିମ କନକ୍ଲେଭ `ଚଲୋ ଦେଖେଁ ଅପନା ଦେଶ' । ଅର୍ଗସ ଟୁରିଜିମ୍ କନ୍‌କ୍ଲେଭ୍‌ର ଏହା ହେଉଛି ୪ର୍ଥ ସିଜିନ । ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଛନ୍ତି।


Sponsored
Best Wild Photography Place: Mangalyodi is a great example of tourism development | Argus News