Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Flood In Bhadrak: ବିପଦ ସଂକେତ ଉପରେ ବୈତରଣୀ; ଧାମନଗର ବ୍ଲକର ୨୫ ବିଦ୍ୟାଳୟ ୨ ଦିନ ଛୁଟି ଘୋଷଣା

Sushanta Sahoo
Browse all articles by Sushanta Sahoo
·10 months ago·1 min read
Flood In Bhadrak: ବିପଦ ସଂକେତ ଉପରେ ବୈତରଣୀ; ଧାମନଗର ବ୍ଲକର ୨୫ ବିଦ୍ୟାଳୟ ୨ ଦିନ ଛୁଟି ଘୋଷଣା

Key Points

ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ, ଧାମନଗର ବ୍ଲକର ମଲ୍ଲୀ ମହାରା ଓ ଗୌରାଙ୍ଗପୁର ଦେଇ ବନ୍ୟା ଜଳ ଚାଷ ଜମି ଓ ଜନବସତିକୁ ମାଡ଼ୁଛି ।

ଧାମନଗର/ଭଦ୍ରକ: ଫୁଲିବାରେ ଲାଗଛି ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହୋଇଛି । ବିପଦ ସଂକେତ ୧୮.୩୩ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଆଖୁଆପଦାରେ ୧୮.୮୬ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଫଳରେ ଜିଲ୍ଲାର ତଳିଆ ଅଞ୍ଚଳରେ ସ୍ଥିତି ଆହୁରି ସଙ୍ଗୀନ ହୋଇଛି ।


ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ, ଧାମନଗର ବ୍ଲକର ମଲ୍ଲୀ ମହାରା ଓ ଗୌରାଙ୍ଗପୁର ଦେଇ ବନ୍ୟା ଜଳ ଚାଷ ଜମି ଓ ଜନବସତିକୁ ମାଡ଼ୁଛି । ଧାମନଗର ବ୍ଲକର ହସନାବାଦ ଓ ଅର୍ଜୁନପୁର ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ସୋମବାର ଓ ମଙ୍ଗଳବାର ଦିନ ବନ୍ଦ ରଖିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।


ସେହିଭଳି ଅର୍ଜୁନପୁର, ହସନାବାଦ ଶୋହଡ଼ା ଓ ପଧାନି ପଞ୍ଚାୟତର ୨୫ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ସେପଟେ ହୀରାକୁଦ ଡ୍ୟାମର ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବାରୁ ଆଗକୁ ବୈତରଣୀରେ ଜଳ ସ୍ତର ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Flood Alert in Bhadrak: Baitarani River Crosses Danger Mark at Akhuapada | Argus News | Argus News