Severely Flood Affected / ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ,୩ ଦିନରେ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
·1 month ago·3 min read

Key Points
ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ
୫ଟି ଜିଲ୍ଲାର ୫ ଲକ୍ଷ ୮୭ ହଜାର ୮୨୨ଜଣ ଲୋକ ପ୍ରଭାବିତ
ଏକ ଲକ୍ଷ ୭୬ ହଜାର ୭୩ ଜଣ ସ୍ଥାନାନ୍ତରିତ ହୋଇଛନ୍ତି
୩ ଦିନରେ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର,୩୦/୦୭: ଚଳିତ ବନ୍ୟାରେ ଅଧିକ ପ୍ରଭାବିତ ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲା । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା କିଛି ମାତ୍ରାରେ ପ୍ରଭାବିତ ହୋଇଛି । ରାଜ୍ୟର ୫ଟି ଜିଲ୍ଲାର ୫ ଲକ୍ଷ ୮୭ ହଜାର ୮୨୨ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏକ ଲକ୍ଷ ୭୬ ହଜାର ୭୩ ଜଣ ସ୍ଥାନାନ୍ତରିତ ହୋଇଛନ୍ତି। ଏହାସହ ୩ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ।
ବନ୍ୟା ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ । ବୈଠକ ପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି- ମହାନଦୀ ପାଇଁ କଟକ ଏବଂ ଜଗତସିଂହପୁରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ନହେବା ଆଶ୍ୱସ୍ତିକର ଖବର । ବର୍ତ୍ତମାନ ହୀରାକୁଦରେ ୬୨୦ ଫୁଟ ଜଳସ୍ତର ରହିଛି । ୨ଟି ଗେଟ ଖୋଲା ଅଛି । ମଣ୍ଡଳୀରେ ସାଢେ଼ ୬ ଲକ୍ଷ କ୍ୟୁସେକ ଜଳ ପହଁଚୁଥିଲା । ରାତିସୁଦ୍ଧା ନାରାଜରେ ୯ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ । କଟକର ବଡ଼ମ୍ବା, ଆଠଗଡ ତଳିଆ ଅଞ୍ଚଳରେରେ ଜଳ ପହଞ୍ଚିଲାଣି।
କେଉଁଝର ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ କପର୍ ଡ୍ୟାମ୍ ଭାଙ୍ଗିଛି। ଗୁରୁବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ମାଟି ବନ୍ଧ ବା କପର୍ ଡ୍ୟାମ୍ ଭାଙ୍ଗିବା ପରେ ମୁଖ୍ୟ ଡ୍ୟାମର ୬ଟି ରେଡିୟାଲ ଏବଂ ୨ଟି ଡିପ୍ଲିସନ୍ ସ୍କୁଇସ୍ ଗେଟ୍ ଖୋଲାଗଲା। ଡ୍ୟାମ୍ ଅଞ୍ଚଳରେ ସତର୍କ ସାଇରନ୍ ବାଜାଜିବା ସହ ଲୋକଙ୍କୁ ପାଖକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଘଟଣା ସ୍ଥଳରେ ପୋଲିସ୍ ପ୍ରଶାସନ ଜଗି ରହିଛନ୍ତି।
ପଢନ୍ତୁ ଏହି ଖବର: ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ବଡ଼ ନିଷ୍ପତ୍ତି, ଏହି ସବୁ ଜିଲ୍ଲାରେ ବନ୍ଦ ରହିବ ସମସ୍ତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ୟାଜଳ ଛଡ଼ାଯିବ ପରେ ବୈତରଣୀର ତଳ ମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି । ଯୋଡ଼ା,ଚମ୍ପୁଆ, ପାଟଣା, ଝୁମ୍ପୁରା ବ୍ଲକର ବିଭିନ୍ନ ନଈ ପାଖିଆ ଗାଁ ଏବଂ ତଳି ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯିବା ସହ ନଦୀକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଆନନ୍ଦପୁର ଏବଂ ଆଖୁଆପଦାରେ ଜଳ ସ୍ତର ବୃଦ୍ଧି ନେଇ ଆଶଙ୍କା ଦେଖାଦେଇଛି ।
ଯାଜପୁର ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ। ବରି ବ୍ଲକ କିମ୍ଭିରିଆପାଳ ବାଙ୍କସାହି ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ସେହିପରି ଚନ୍ଦନପୁର ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି।
ସେପଟେ ବିପଦ ସଙ୍କେତ ଉପରେ ରହିଛି ବୈତରଣୀ । ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଏକାଧିକ ଗାଁରେ ପଶିଛି ବନ୍ୟା ପାଣି। ବନ୍ୟାରେ ଜିଲ୍ଲାର ୩ଟି ବ୍ଲକ ର ୨୮ ପଞ୍ଚାୟତର ୮୪ ଟି ଗାଁ ପ୍ରଭାବିତ ହୋଇଛି। ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ବନ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ ଅଙ୍ଗନ ବାଡ଼ି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ।
ମହାନଦୀରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବାଙ୍କୀର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। କଟକ ଜିଲ୍ଲା ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବଢ଼ିଥିବା ଜଳସ୍ତରର ପ୍ରଭାବରେ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ବନ୍ୟାଜଳ ପ୍ରବେଶ କରିଛି। ସେବାୟତମାନେ ପରମ୍ପରା ଓ ନୀତିନିୟମ ଅନୁଯାୟୀ ମାଆଙ୍କ ଚଳନ୍ତି ପ୍ରତିମାକୁ ସୁରକ୍ଷିତ ଭାବେ ନିକଟସ୍ଥ ରତ୍ନଗିରି ପାହାଡ଼ରେ ଥିବା ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି।
ମନ୍ଦିର ପରିସରରେ ବନ୍ୟା ପରିସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ଓ ଦେବୋତ୍ତର ବିଭାଗର କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଭକ୍ତମାନଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭିଡ଼ ନ କରିବାକୁ ନିବେଦନ କରାଯାଇଛି।
ଦୁଇଦିନ ପୂର୍ବରୁ ମହାନଦୀର ଶାଖାନଦୀ ରଣ ନଦୀରେ ଜଳସ୍ତର ବୃଦ୍ଧି ହେବାରୁ ତାଳବସ୍ତ-ବିଲିପଡା ରାସ୍ତାରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ ହୋଇ ଯାତାୟାତ ଠପ୍ ହୋଇଥିଲା। ଗତକାଲି ରାତିରେ ବାଙ୍କୀ ବ୍ଲକ ର ହୁଳୁହୁଳା ପୋଲ ଉପରେ ୨ ଫୁଟ ପାଣି ପ୍ରବାହିତ ହୋଇଥିଲା। ଏହାଦ୍ୱାରା ବାଙ୍କୀ ବିନ୍ଧାଣୀମା ମୁଖ୍ୟ ରାସ୍ତା ବୁଡ଼ି ଯାତାୟାତ ମଧ୍ୟ ବନ୍ଦ ହୋଇଥିଲା।
ହୁଳୁହୁଳାରେ ବନ୍ୟା ପାଣି ଗୁରୁବାର ସକାଳୁ ୫ ଫୁଟରୁ ଅଧିକ ପ୍ରବାହିତ ହେଉଛି। ଯେଉଥିପାଇଁ ଉତ୍ତର ବାଙ୍କୀର ତିନି ପଞ୍ଚାୟତ ବାଙ୍କୀରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ସେହିପରି ପଥପୁର ପଞ୍ଚାୟତର ଦୁଇ ଗାଁ କଇଁମୁଣ୍ଡି ଓ ଚାରିଘରିଆ ଏବେ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି। ଲୋକ ମାନେ ଗୃହପାଳିତ ଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି।

Related Topics
Explore more stories