Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଚଳଚଞ୍ଚଳ ଭଦ୍ରକ ସହର

Odisha

ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଚଳଚଞ୍ଚଳ ଭଦ୍ରକ ସହର

Rashmita Mishra
Browse all articles by Rashmita Mishra
·1 year ago·2 min read
ଐତିହାସିକ ଶ୍ରୀରାମ ନବମୀ  ମହୋତ୍ସବ ପାଇଁ ଚଳଚଞ୍ଚଳ ଭଦ୍ରକ ସହର

ଗେରୁଆ ରଙ୍ଗରେ ରଙ୍ଗୀନ ହେଲାଣି ଭଦ୍ରକ । ସହରରୁ ନେଇ ଗାଁ ଗଣ୍ଡା ସବୁଠି ଶୁଣାଗଲାଣି ପ୍ରଭୁ ଶ୍ରୀରାମଙ୍କ ଉଦଘୋଷ । ରାମନବମୀ ପାଇଁ ପ୍ରସିଦ୍ଧ ଥିବା ଭଦ୍ରକ ଜିଲ୍ଲ ଏଥର ମହୋତ୍ସବ ପାଇଁ ବ୍ୟାପକ ଆୟୋଜନ କରିଛି। ଚଳିତ ବର୍ଷ ଅଯୋଧ୍ୟାରୁ ରାମ ଲାଲାଙ୍କ ନିକଟରୁ ଆସିଛି ଆଜ୍ଞା ମାଳ । ଉତ୍ସବ ମୁଖର ହେଲାଣି ପୁରା ସହର । ପ୍ରସ୍ତୁତିରେ ହାତ ମିଶାଇଛନ୍ତି ବିଭିନ୍ନ ଯୁବ ସଂଗଠନ। ରାମ ନବମୀ ପାଇଁ ସହରର ଦୋକାନ ବଜାରରେ ଗେରୁଆ ପତାକାର ଚାହିଦା କାହିଁରେ କଣ। ରାସ୍ତା ଘାଟ, ଗାଡ଼ି ମୋଟର, ଦୋକାନ ବଜାରରୁ ନେଇ ଘର ସବୁଠି ଉଡୁଛି ଗେରୁଆ ରଙ୍ଗର ପ୍ରଭୁ ଶ୍ରୀରାମ ଓ ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ପତାକା ।

ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ 23 ତାରିଖଠାରୁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଆରମ୍ଭ ହୋଇଯାଇଛି ବିଭିନ୍ନ କାର୍ଯ୍ୟକ୍ରମ । ସେହିଦିନ ପ୍ରଥମେ ହୋଇଥିଲା ମାତୃଭୂମି ପାଇଁ ଗଣ ଦୌଡ଼। ଯେଉଁଥିରେ ଭାଗ ନେଇଥିଲେ ଜିଲ୍ଲାର ଆବାଳ ବୃଦ୍ଧ ବନିତା। ପୁଣି 30 ତାରିଖରେ ହୋଇଥିଲା ବିଶାଳ ବାଇକ ଶୋଭାଯାତ୍ରା। ସାଧୁ, ସନ୍ଥଙ୍କ ସହ ଗୋମାତା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ତା ପରଦିନ ଅର୍ଥାତ୍ ଗତ 31 ତାରିଖରେ ହେଲା ଆକର୍ଷଣୀୟ ବାଲ୍ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରା । ହଜାର ହଜାର କୁନି ରାମ ଓ ହନୁମାନ ଭକ୍ତଙ୍କର ଏ ବେଶ ସାଙ୍ଗକୁ ଉତ୍ସାହ ସମସ୍ତଙ୍କୁ କଲା ରୋମାଞ୍ଚିତ।

ଆଗକୁ ଅଛି ମହିଳାଙ୍କର ବିଶାଳ କଳସ ଶୋଭାଯାତ୍ରା, ବିଭିନ୍ନ ଦେବଦେବୀଙ୍କ ଠାରୁ ଆଜ୍ଞା ମାଳ ଆସିବା ପରେ ଆରମ୍ଭ ହେବ ମହାଯଜ୍ଞ। ରାମ ନବମୀ ଦିନ ଅନୁଷ୍ଠିତ ହେବ ବିଶାଳ ନଗର ସଂକୀର୍ତ୍ତନ । ଗତ 31 ତାରିଖଠାରୁ ଗାନ୍ଧି ପଡିଆରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଉଛି। ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା କଳାକାର ଓ ସହରର ବିଭିନ୍ନ ସ୍କୁଲ ଏବଂ ଅନୁଷ୍ଠାନ ପକ୍ଷରୁ ପିଲାମାନେ ପ୍ରତ୍ୟେକ ସନ୍ଧ୍ୟାରେ ପରିବେଷଣ କରୁଛନ୍ତି ନୃତ୍ୟ ଓ ସଂଗୀତଷ ଗାନ୍ଧି ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ମୀନା ବଜାର।

ରାମ ନବମୀ ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ପୋଲିସ ଡିଜି କ୍ରାଇମ୍ ବିନୟତୋଷ ମିଶ୍ର ମଙ୍ଗଳବାର ଜିଲ୍ଲା ଗ୍ରସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ବାଲେଶ୍ବର ଏସପି ରାଜ ପ୍ରସାଦ, ଭଦ୍ରକ ଏସପି ମାଡ଼କର ସମ୍ବିତ ସମ୍ପତ ଙ୍କ ସମେତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ କରାଯିବା ସହ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଉଛି ।


ଜିଲ୍ଲାରେ 24 ପ୍ଲାଟୁନ ପୋଲିସ ସହ 3 କମ୍ପାନୀ BSF, RAF, CRPF ଫୋର୍ସ ମୁତୟନ ହେବେ। ପୋଲିସ ପ୍ରଶାସନ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ପକ୍ଷରୁ ଲଗାତାର ମିଳିତ ଫ୍ଲାଗ ମାର୍ଚ୍ଚ କରାଯାଉଛି। ରାମ ନବମୀ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶହ ଶହ ସଂଖ୍ୟାରେ ମେଢ଼ ଆସି ସହର ପରିକ୍ରମା କରିବେ। ସାଙ୍ଗରେ ଆସିବେ ଲକ୍ଷ ଲକ୍ଷ ଭକ୍ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhadrak-city-bustling-with-activity-for-historic-sriram-navami-festival | Argus News