Kali Puja / କାଳୀପୂଜା ପାଇଁ ଉତ୍ସବ ମୁଖର ହୋଇଛି ଭଦ୍ରକ ସହର

Key Points
ଐତିହାସିକ କାଳୀପୂଜା ପାଇଁ ଉତ୍ସବ ମୁଖର ହୋଇଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ କାଳୀପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାରେ । ସପ୍ତଦିବସ ବ୍ୟାପୀ ସପ୍ତମାତୃକା ବେଶରେ ଦର୍ଶନ ଦେଇଥାନ୍ତି ମା ଭଦ୍ରକାଳୀ। ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି । ପୂଜା ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।
ମା କାଳୀଙ୍କ ସବୁଠୁ ବଡ଼ ପୂଜା । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ମାଙ୍କ ଆରାଧନା। ଉତ୍ସବ ମୁଖର ହେଲାଣି ମା ଭଦ୍ରକାଳୀଙ୍କ ପୀଠ। ଭଦ୍ରକର ଐତିହାସିକ କାଳୀପୂଜା ଯାହା ସାରା ରାଜ୍ୟରେ ପ୍ରସିଦ୍ଧ। ଭଦ୍ରକ ଚରମ୍ପାରେ କାଳୀ ପୂଜା ଉପଲକ୍ଷେ ବିରାଟ ମେଳା ହେଉଥିବାବେଳେ ମା ଭଦ୍ରକାଳୀଙ୍କ ପୀଠରେ ବି ସାତ ଦିନ ଧରି ଲାଗି ରହେ ଉତ୍ସବ। ସବୁ ଥର ଭଳି ଏଥର ବି ହୋଇଛି ସପ୍ତଦିବସୀୟ ସପ୍ତଚଣ୍ଡୀ ପୂଜା ପାଠର ଆୟୋଜନ । ସପ୍ତମାତୃକା ବେଶରେ ଦର୍ଶନ ଦିଅନ୍ତି ମା ଭଦ୍ରକାଳୀ। କାଲିଠାରୁ ଆରମ୍ଭ ହେବ ଶତଚଣ୍ଡୀ ମହାଯଜ୍ଞ । ପ୍ରଥମ ଦିନରେ ହେବ ମାଙ୍କର ବେଦମାତା ବେଶ। ସାତ ଦିନରେ ସାତ ବେଶ, ସବୁ ଦିନ ଭିନ୍ନ ଭିନ୍ନ ରୂପରେ ଭକ୍ତଙ୍କୁ ଆଶୀର୍ବାଦ ଦେବେ ମା ମହାମାୟୀ।
ଏଥିସହ ପଢ଼ନ୍ତୁ: ୧୯୯୯ ଭଳି ପୁଣି ଅକ୍ଟୋବରରେ ଦୁଇ ଦୁଇଟି ବଡ଼ ବାତ୍ୟା !
ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭଦ୍ରକାଳୀଙ୍କ ପୀଠରେ କରାଯାଇଛି ବ୍ୟାପକ ଆୟୋଜନ । ସାଜସଜ୍ଜା ଉପରେ ବି ଦିଆଯାଇଛି ସ୍ବତନ୍ତ୍ର ଧ୍ୟାନ। ରଙ୍ଗୀନ ମାଳାରେ ଝଲସୁଛି ମାଙ୍କ ପୀଠ। ରାସ୍ତା, ଘାଟରୁ ନେଇ ପାନୀୟ ଜଳ, ଆଲୋକୀକରଣ, ସ୍ୱଚ୍ଛତା ଉପରେ ବି ବିଶେଷ ଭାବେ ଧ୍ୟାନ ଦିଆଯାଇଛି।
ବିଶ୍ବାସ ରହିଛି କାଳୀପୂଜା ଅବସରରେ ମାଙ୍କ ଭିନ୍ନ ଭିନ୍ନ ବେଶ ଦର୍ଶନ କଲେ ଅପାର କୃପା ଲାଭ ହୁଏ। ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ଆସି ପୂଜାର୍ଚ୍ଚନା କରନ୍ତି ମାନସିକଧାରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories