Videos
|
Odisha

School Closed / ପ୍ରବଳ ବର୍ଷା ଓ ଜଳବନ୍ଦୀ ସମସ୍ୟା: ଆସନ୍ତାକାଲି ଭଦ୍ରକରେ ସବୁ ସ୍କୁଲ ଛୁଟି

Banajyotshna Ray
Browse all articles by Banajyotshna Ray
·2 weeks ago·2 min read
ପ୍ରବଳ ବର୍ଷା ଓ ଜଳବନ୍ଦୀ ସମସ୍ୟା: ଆସନ୍ତାକାଲି ଭଦ୍ରକରେ ସବୁ ସ୍କୁଲ ଛୁଟି
School Closed

Key Points

ଲଘୁଚାପ ଜନିତ ବର୍ଷା ଜାରି
ଆସନ୍ତାକାଲି ଗୋଟାଏ ଦିନ ପାଇଁ ଭଦ୍ରକରେ ସ୍କୁଲ ଛୁଟି
5 ବ୍ଲକରେ 271 ଟି ସ୍କୁଲ ଛୁଟି ଘୋଷଣା

ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ରାଜ୍ଯର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଲଘୁଚାପଟି ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହେବାରେ ଲାଗିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ହେବ ବଡ଼ ବର୍ଷା । ଏହି ସମୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏବେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଲାଗି ରହିଥିବା ବେଳେ ଲଗାଣ ବର୍ଷା ଦୁର୍ଦ୍ଦଶାକୁ ଆହୁରି ବଢ଼ାଇବ ।''

ଭଦ୍ରକ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଯେଉଁଥିପାଇଁ ବୈତରଣୀ ଏବଂ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଭଦ୍ରକରେ ସବୁ ସ୍କୁଲ ବନ୍ଦ ରହିବ। ଗୋଟାଏ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି।ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ 271 ଟି ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। 5 ବ୍ଲକରେ 271 ଟି ସ୍କୁଲ ଛୁଟି ଘୋଷଣା ହୋଇଛି। ଭଣ୍ଡାରିପୋଖରୀ ବ୍ଲକ, ଧାମନଗର, ତିହିଡି଼, ଚାନ୍ଦବାଲି ଓ ବାସୁଦେବପୁର। ଭଣ୍ଡାରିପୋଖରୀ ବ୍ଲକରେ 16 ଟି, ତିହିଡି଼ 37 ଟି, ବାସୁଦେବପୁର 7 ଟି, ଚାନ୍ଦବାଲି ରେ 31 ଟି ଓ ଧାମନଗର 180 ସ୍କୁଲ ଛୁଟି ରହିବ। ମୋଟ 271 ସ୍କୁଲ କୁ ଛୁଟି ଘୋଷଣା କରାଯାଇଛି।''

ଏଥିସହ ପଢ଼ନ୍ତୁ: ବନ୍ୟା ପରେ ପୁଣି ଉତ୍ତର ଓଡ଼ିଶାକୁ ବର୍ଷା ବିପଦ; ୧୮ ପର୍ଯ୍ୟନ୍ତ ପ୍ରବଳ ଛେଚିବ

.କେନ୍ଦୁଝରରେ ମଧ୍ୟ ସ୍କୁଲ ବନ୍ଦ:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆସନ୍ତାକାଲି କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେଵା ନେଇ ସୂଚନା ମିଳିବା ପରେ ଅଧିକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଖରାପ ପାଣିପାଗ ଓ ଆଇଏମଡିର ଚେତାବନୀକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଓ ଅଙ୍ଗନବାଡି ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ ସ୍କୁଲ କର୍ମଚାରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।''

ରାଜ୍ୟରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ଘଣ୍ଟାଏ ବର୍ଷାରେ ଜଳମଗ୍ନ ହେଉଛି ଅଞ୍ଚଳ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।''

ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics

Explore more stories

Bhadrak Collector Declares Holiday for 271 Schools Tomorrow Due to Heavy Rain Alert | Argus News | Argus News