Videos
|
Odisha

School Closed / ବନ୍ୟା ପାଇଁ ବଡ଼ ଘୋଷଣା...ଭଦ୍ରକରେ ୫ବ୍ଲକର ୩୦୬ ସ୍କୁଲ ଆଜି ଛୁଟି

Ritu Das
Browse all articles by Ritu Das
·1 hour ago·2 min read
ବନ୍ୟା ପାଇଁ ବଡ଼ ଘୋଷଣା...ଭଦ୍ରକରେ ୫ବ୍ଲକର ୩୦୬ ସ୍କୁଲ ଆଜି ଛୁଟି
Closed

Key Points

ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ବଡ଼ ଘୋଷଣା
ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ବଡ଼ ଘୋଷଣା । ମଙ୍ଗଳବାର ସ୍କୁଲ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲାର ୫ଟି ବ୍ଲକ ଧାମନଗର, ଭଦ୍ରକ, ଚାନ୍ଦବାଲି , ତିହିଡି, ବାସୁଦେବପୁରର ୩୦୬ଟି ପ୍ରଭାବିତ ବିଦ୍ୟାଳୟ ଆଜି ବନ୍ଦ ରହିବ। ସମସ୍ତ ଶିକ୍ଷାଗତ ଓ ଅଣଶିକ୍ଷାଗତ କାର୍ଯ୍ୟକଳାପ ବନ୍ଦ ରହିବ।
 
ସେପଟେ ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ଓଡ଼ିଶାରେ ପୁଣି ବନ୍ୟା ବଢ଼ାଇଛି ନାହିଁନଥିବା ଦୁର୍ଦ୍ଦଶା । ଗୋଟିଏ ପଟେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଉଫାନ୍‌ରେ ଶତାଧିକ ଗାଁ ଜଳମଗ୍ନ ହୋଇଛି। ଅନ୍ୟପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସନ ବୃଦ୍ଧି ପାଇଛି, ଫଳରେ ମହାନଦୀ ଅବବାହିକାରେ ପୁଣି ଏକ ଛୋଟ ବନ୍ୟା ହୋଇଛି। କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବା ନେଇ ଜଳସମ୍ପଦ ବିଭାଗ ସଜାଗ ରହିଛି ।

ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ। ହୀରାକୁଦ ଡ୍ୟାମ୍‌ର 26ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ, ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ବଡ଼ମ୍ବାସ୍ଥିତ ପ୍ରସିଦ୍ଧ ମା’ ଭଟ୍ଟାରିକା ପୀଠର ଗର୍ଭଗୃହରେ ବନ୍ୟାପାଣି ପଶିଯାଇଥିବା ବେଳେ ମା’ଙ୍କ ବିଗ୍ରହଙ୍କୁ ସୁରକ୍ଷିତ ଭାବେ ରୋଷଘରକୁ ସ୍ଥାନାନ୍ତର କରାଯାଇଛି।

ବାଙ୍କୀ ବ୍ଲକ୍‌ର ହୁଳୁହୁଳା ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ତିଗିରିଆ ଓ ବାଙ୍କୀକୁ ସଂଯୋଗ କରୁଥିବା ସୋମପଡ଼ା ରାସ୍ତା ଉପରେ ବନ୍ୟାପାଣି ଚାଲୁଛି । ଆଗକୁ ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା, ଗୋପ ଏବଂ ଜଗତସିଂହପୁରର ଏରସମା, ବାଲିକୁଦା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ ବୋଲି ସତର୍କ କରାଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ବନ୍ୟା ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ସହ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳ ଜଳମଗ୍ନ ହେବ। ମହାନଦୀର ଶାଖା ନଦୀ - କାଠଯୋଡ଼ି, କୁଆଖାଇ, ଦୟା, ଭାର୍ଗବୀ, ଦେବୀ, ଲୁଣା, କରାଣ୍ଡିଆ, ରାଜୁଆ ଓ କନ୍ଦଳ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆଗକୁ ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା, ଗୋପ ଏବଂ ଜଗତସିଂହପୁରର ଏରସମା, ବାଲିକୁଦା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ ।