Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପବିତ୍ର ଶ୍ରୀରାମ ନବମୀ ପାଇଁ ଉତ୍ସବମୁଖର ଭଦ୍ରକ

Ritu Das
Browse all articles by Ritu Das
·1 year ago·1 min read
ପବିତ୍ର ଶ୍ରୀରାମ ନବମୀ ପାଇଁ ଉତ୍ସବମୁଖର ଭଦ୍ରକ

ପବିତ୍ର ଶ୍ରୀରାମ ନବମୀ ପାଇଁ ଉତ୍ସବ ମୁଖର ଭଦ୍ରକ । ଗେରୁଆ ରଙ୍ଗରେ ସଜେଇ ହୋଇଛି ସାରା ସହର। ସହରର ବିଭିନ୍ନ ୱାର୍ଡରେ ଶେଷ ପର୍ଯ୍ୟାୟରେ ଚାଲିଛି ମେଢ଼ ନିର୍ମାଣ କାମ। ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଆଜି ଶ୍ରୀରାମ ମଣ୍ଡପରେ ଚାଲିଛି ମହାଯଜ୍ଞ । ରୀତିନୀତି ଅନୁଯାୟୀ ସକାଳେ ସୂର୍ଯ୍ୟ ପୂଜା, ଗୁରୁ ପୂଜା, ଧରିତ୍ରୀ ପୂଜା, କଳସ ଘଟ ପୂଜନ, ସକାଳ ଆଳତୀ କରାଯିବା ପରେ ଏବେ ୧୦୮ ହନୁମାନ ଚାଳିଶା ପାଠ କରାଯାଉଛି । ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।


ଶ୍ରୀରାମ ମହାଯଜ୍ଞ ସମିତି, ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ସହର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯିବା ସହ ସମ୍ବେଦନଶୀଳ ମାନଙ୍କରେ ୧୦୨ଟି ସିସିଟିଭିର କ୍ୟାମେରା ଲଗାଯାଇଛି । ଆଇଜି, ଏସପିଙ୍କ ସମେତ 5 ଜଣ ଅତିରିକ୍ତ ଏସପି, ୧୮ ଜଣ ଡିଏସପି, ୩୭ ଜଣ ଇନ୍ସପେକ୍ଟର ୧୪୨ରୁ ଅଧିକ ଏସଆଇ, ଏଏସଆଇ, ୩୭ ପ୍ଲାଟୁନ ପୋଲିସ ଫୋର୍ସ, ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି । ୧୫ଟି ଡ୍ରୋନ୍ କ୍ୟାମେରାର ବ୍ୟବସ୍ଥା କରାଯାଇଛି । ଐତିହାସିକ ଶ୍ରୀରାମ ନବମୀରେ ଆଜି ଅନୁଷ୍ଠିତ ହେବ ନଗର ସଂକୀର୍ତ୍ତନ। ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ସୁସଜ୍ଜିତ ଶ୍ରୀରାମ ମେଢ଼ ସ୍ଥାନୀୟ ନେହୁରୁ ଷ୍ଟାଡିୟମରୁ ବାହାରି ୧୨ କିଲୋମିଟର ଧରି ସହର ପରିକ୍ରମା କରିବେ। ଏହାକୁ ଦେଖିବା ପାଇଁ ପହଞ୍ଚିବେ ଲକ୍ଷାଧିକ ଶ୍ରୀରାମ ଭକ୍ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhadrak-in-full-swing-for-holy-sriram-navami | Argus News