Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Firing to wife: ମାଙ୍କଡ଼କୁ ମାରୁ ମାରୁ ସ୍ତ୍ରୀ ଦେହରେ ବାଜିଲା ଗୁଳି, SCB ସ୍ଥାନାନ୍ତର

Sushanta Sahoo
Browse all articles by Sushanta Sahoo
·10 months ago·1 min read
Firing to wife: ମାଙ୍କଡ଼କୁ ମାରୁ ମାରୁ ସ୍ତ୍ରୀ ଦେହରେ ବାଜିଲା ଗୁଳି, SCB ସ୍ଥାନାନ୍ତର

Key Points

ସ୍ଵାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ବାଙ୍ଗରପଦି ଗାଁରେ ।

ଭଣ୍ଡାରିପୋଖରୀ: ଟାର୍ଗେଟ୍‌ରେ ଥିଲା ମାଙ୍କଡ଼, ହେଲେ ସ୍ତ୍ରୀ ଦେହରେ ବାଜିଲା ଗୁଳି । ସ୍ଵାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ବାଙ୍ଗରପଦି ଗାଁରେ । ଗୁରୁତର ମହିଳା ଜଣଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


ତେବେ ମାଙ୍କଡ଼କୁ ମାରୁ ମାରୁ ସ୍ତ୍ରୀ ଦେହରେ ଗୁଳି ବାଜିଲା ନା ପାରିବାରିକ କଳହକୁ ନେଇ ସ୍ଵାମୀ ଗୁଳିମାଡ଼ କରିଛି ? ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଗୁଳିମାଡ଼ରେ ଆହତ ରୁନୁରାଣୀଙ୍କ ବାପା ଥାନାରେ ଦେଇଥିବା ଏତଲାରେ ଲେଖିଛନ୍ତି, ଜ୍ଵାଇଁ ମାଙ୍କଡ଼କୁ ଗୁଳି ମାରିବା ବେଳେ ଝିଅ ଦେହରେ ବାଜିଛି । ଗୁରୁତର ରୁନୁରାଣୀ ମଧ୍ୟ ସମାନ କଥା କହିଛନ୍ତି ।


ଗୁରୁତର ରୁନୁରାଣୀଙ୍କ ପ୍ରତିକ୍ରିୟା ସହ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ମତ ମିଶୁନି । କୌଣସି ପାରିବାରିକ କଳହକୁ ନେଇ ସ୍ତ୍ରୀ ଉପରକୁ ସ୍ଵାମୀ ଗୁଳିମାଡ଼ କରିଥାଇପାରେ ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ତେବେ ଗୁଳିମାଡ଼ କରାଯାଇଥିବା ବନ୍ଧୁକଟିର ଲାଇସେନ୍ସ ରୁନୁରାଣୀଙ୍କ ସ୍ଵାମୀ ଦେବାଶିଷ ମହାପାତ୍ରଙ୍କ ନାଁରେ ରହିଛି । ବନ୍ତ ପୋଲିସ ବନ୍ଧୁକକୁ ଜବତ କରି ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Man Aims at Monkey, Bullet Hits Wife in Bhadrak | Argus News | Argus News