Crime In Odisha / ଘର ଚଳାଇବାକୁ ଟଙ୍କା ଧାର ଆଣିଥିଲେ, ଶୁଝି ନପାରି ସମ୍ପର୍କୀୟଙ୍କ ହାତକୁ ଶିଶୁ କନ୍ୟାକୁ ଟେକିଦେଲେ
·8 months ago·2 min read

Key Points
୩୫ ହଜାର ଟଙ୍କା ପାଇଁ ସ୍ତ୍ରୀର ଅନିଚ୍ଛା ସତ୍ତ୍ଵେ କଟକର ସମ୍ପର୍କୀୟ ଖୁଡ଼ିଙ୍କ ହାତକୁ ନବଜାତ ଝିଅକୁ ଟେକି ଦେଇଥିଲେ ସ୍ଵାମୀ । ନବଜାତ କନ୍ୟାର ଜେଜେମାଆଙ୍କ ଅଭିଯୋଗ କ୍ରମେ ଥାନା ପୋଲିସ ଶିଶୁଟିକୁ ଉଦ୍ଧାର କରିଛି ।
ଭଦ୍ରକ: ଆର୍ଥିକ ଅନାଟନ, ସ୍ଵାମୀଙ୍କ କରଜ... ଶେଷରେ ଧାର ଟଙ୍କା ବିକ୍ରି ପାଇଁ ନବଜାତ ଛୁଆକୁ ବିକ୍ରି । ସମ୍ପର୍କୀୟଙ୍କ ହାତକୁ ନବଜାତ ଝିଅକୁ ଟେକିଦେଲେ ପରିବାର ଲୋକ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାବନପୁର ଅଞ୍ଚଳରେ ।
ନବଜାତ ଛୁଆର ମାଆ କହିବା ଅନୁସାରେ, ସ୍ଵାମୀ କୌଣସି କାମଧନ୍ଦା କରୁନଥିଲେ । ବିଭିନ୍ନ ଲୋକଙ୍କ ଠାରୁ କରଜ କରି ପରିବାର ଚଳାଉଥିଲେ । ପରେ କରଜ ଟଙ୍କା ଶୁଝିବା ପାଇଁ ମାଆଙ୍କୁ ଟଙ୍କା ମାଗିଥିଲେ ସ୍ଵାମୀ । ହେଲେ ମାଆ ଟଙ୍କା ଦେଇନଥିଲେ ।
ଏଥିସହ ପଢ଼ନ୍ତୁ: ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ
ଫଳରେ ୩୫ ହଜାର ଟଙ୍କା ପାଇଁ ସ୍ତ୍ରୀର ଅନିଚ୍ଛା ସତ୍ତ୍ଵେ କଟକର ସମ୍ପର୍କୀୟ ଖୁଡ଼ିଙ୍କ ହାତକୁ ନବଜାତ ଝିଅକୁ ଟେକି ଦେଇଥିଲେ ସ୍ଵାମୀ । ନବଜାତ କନ୍ୟାର ଜେଜେମାଆଙ୍କ ଅଭିଯୋଗ କ୍ରମେ ଭଣ୍ଡାରିପୋଖରୀ ଥାନା ପୋଲିସ ଶିଶୁଟିକୁ ଉଦ୍ଧାର କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଦ୍ଧାର ଶିଶୁ କନ୍ୟାର ସ୍ୱାସ୍ଥ୍ୟ ପରୀକ୍ଷା ପରେ CWCକୁ ହସ୍ତାନ୍ତର କରିବ ପୋଲିସ । ତେବେ ଏନେଇ ମହିଳାଙ୍କ ସ୍ଵାମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ପ୍ରଥମେ ନବଜାତ ଶିଶୁକୁ ବିକ୍ରି ଓ ଏବେ ପୋଲିସ ଉଦ୍ଧାର କରିବା ଶିଶୁ କନ୍ୟା କେଉଁଠି ରହିବ ସେ ନେଇ ସିଡବ୍ଲୁସି ନିଷ୍ପତ୍ତି ନେବ ।
ସେପଟେ ଛୁଆର ମାଆ କହିଛି, "ଝିଅକୁ ଅନ୍ୟ ହାତକୁ ଦେବାକୁ ମୋର ଇଚ୍ଛା ନାହିଁ । ସ୍ଵାମୀ ନେଇ ଦେଇଥିଲେ । ମୋ ଛୁଆକୁ ନେଇ ମୁଁ ବାପଘରକୁ ପଳାଇବି । ଏଠି ରହି ମାଡ଼ ଖାଇ ଟଙ୍କା କରଜ କରିବି ନାହିଁ ।"
ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ପଶି ଗ୍ରାଉଣ୍ଡ ଅପରେସନ୍ ପାଇଁ ପ୍ରସ୍ତୁତ ଥିଲା ଭାରତ; ଚେତାବନୀ ଦେଲେ ସେନା ମୁଖ୍ୟ
ଏବେ ନବଜାତ କନ୍ୟାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶିଶୁ କନ୍ୟାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏହା ପରେ ସିଡବ୍ଲୁସି ଓ ପରିବାର ଲୋକଙ୍କ ମଧ୍ୟରେ ଆଲୋଚନା ପରେ ଶିଶୁକନ୍ୟା କାହା ପାଖରେ ରହିବ ନିଷ୍ପତ୍ତି ନିଆଯିବ ।
ମାତ୍ର ୩୫ ହଜାର ଟଙ୍କା ପାଇଁ ଶିଶୁକନ୍ୟାକୁ ଅନ୍ୟ ହାତକୁ ଟେକି ଦେବା ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ପ୍ରଥମେ ପୁଅକୁ ଟଙ୍କା ଦେଇ ନଥିବା ଜେଜେମାଆର ଅଭିଯୋଗ କ୍ରମେ ଏବେ ନାତୁଣୀ ଉଦ୍ଧାର ହୋଇଛି ।

Related Topics
Explore more stories