ଭକ୍ତ ଦାସ ଇସ୍ତଫା ଦିଅ, ରାଜଧାନୀର ବିଭିନ୍ନ ଛକରେ ଲାଗିଛି ବଡ଼ ବଡ଼ ପୋଷ୍ଟର
·1 year ago·1 min read

Key Points
ଭକ୍ତ ଦାସ ଇସ୍ତଫା ଦିଅ
ବୟ କଟ୍ NSUI
ରାଜଧାନୀର ବିଭିନ୍ନ ଛକରେ ଲେଖାଥିବା ପୋଷ୍ଟର ଦେଖିବାକୁ ମିଳିଛି
ଭକ୍ତ ଦାସ ଇସ୍ତଫା ଦିଅ । ବୟ କଟ୍ NSUI । ରାଜଧାନୀର ବିଭିନ୍ନ ଛକରେ ଏଭଳି ଲେଖା ଥିବା ବଡ଼ ବଡ଼ ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟରରେ ରାହୁଲ ଗାନ୍ଧୀ ଓ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଫଟୋ ଥିବା ବେଳେ ଜଣେ ଦେଶ ଦ୍ରୋହୀ ଓ ଅନ୍ୟ ଜଣେ ବଳାତ୍କାରୀ ବୋଲି ଲେଖା ଯାଇଛି । ତେବେ ଏହି ପୋଷ୍ଟର କିଏ ଲଗାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ଜଣେ ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଗତକାଲି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଥିଲା ପୋଲିସ । ପରେ ଉଦିତଙ୍କୁ ଦଳ ନିଲମ୍ବନ କରିଥିଲା ।
ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଭକ୍ତ ଦାସ ଇସ୍ତଫା ଦେଇନଥିବାବେଳେ, ତାଙ୍କ ଇସ୍ତଫା ଦାବି କରିଛନ୍ତି ଅନ୍ୟମାନେ। ନଚେତ୍ ରାଜରାସ୍ତାକୁ ଓହ୍ଲାଇବା ଧମକ ମଧ୍ୟ ଦିଆଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: