Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୋଳ ପୂର୍ଣ୍ଣିମାରେ ସାରଥୀ କ୍ରେଜ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ଦୋଳ ପୂର୍ଣ୍ଣିମାରେ ସାରଥୀ କ୍ରେଜ୍

Key Points

ଦୋଳ ପୂର୍ଣ୍ଣିମାରେ ସାରଥୀ କ୍ରେଜ୍
ରାଜଧାନୀ କାର୍ଗିଲ ବସ୍ତିରେ ଆତ୍ମଘୋଷିତ ବାବାଙ୍କ ପୂଜାର୍ଚ୍ଚନା
ଗୋଲାପ, ତୁଳସୀରେ ସୁସଜ୍ଜିତ ହୋଇଛି ଫଟୋ
ଝାଞ୍ଜ ମୃଦଙ୍ଗରେ ପ୍ରକମ୍ପିତ ପରିବେଶ
ମାନ୍ୟବରଙ୍କ ପୂଜାରେ ମସଗୁଲ ଭକ୍ତ
କୋର୍ଟଙ୍କ କଟକଣାକୁ ବି ଫୁ କରିଦେଇଛନ୍ତି ଭକ୍ତ

ଦୋଳ ପୂର୍ଣ୍ଣିମାରେ ରାଜଧାନୀରେ ସାରଥୀ କ୍ରେଜ୍। ରାଜଧାନୀର କାର୍ଗିଲ ବସ୍ତିରେ ବାବା ସାରଥୀଙ୍କ ସତସଙ୍ଗ କାର୍ଯ୍ୟକ୍ରମ। ଫଟୋରେ ଫୁଲ ମାଳ ଗଦା। ଗୋଲାପ, ତୁଳସୀରେ ସୁସଜ୍ଜିତ ହୋଇଛି ଫଟୋଚିତ୍ର। ନାଚଗୀତ, ଭଜନ, କୀର୍ତ୍ତନ ସାଙ୍ଗକୁ ଚାଲିଛି ପୂଜାର୍ଚ୍ଚନା। ଆତ୍ମଘୋଷିତ ବାବା ସାରଥୀଙ୍କ ଭଜନରେ ଭିଜୁଛନ୍ତି ଭକ୍ତ। ଧୂପ, ଦୀପ ସାଙ୍ଗକୁ ନୈବେଦ୍ୟ ଦେଇ କରୁଛନ୍ତି ପୂଜାର୍ଚ୍ଚନା। ଏକାଠି ହୋଇଛନ୍ତି ମହିଳା, ଶିଶୁଙ୍କ ସମେତ ବୟସ୍କ। ଭକ୍ତଙ୍କ କହିବା କଥା ସାରଥୀ କାଳେ ତାଙ୍କୁ ସବୁ କିଛି ଦେଇଛନ୍ତି, ତାଙ୍କ ଦୁଃଖ ଦୂର କରିଛନ୍ତି। ସେଥିପାଇଁ ବାଦ ବିବାଦ ସତ୍ବେ ପ୍ରତି ମାସ ଶେଷ ଗୁରୁବାର ଏକାଠି ହେଉଛନ୍ତି ଭକ୍ତ। ସାରଥୀଙ୍କୁ ନେଇ କଣ କହୁଛନ୍ତି ଭକ୍ତ ଶୁଣନ୍ତୁ ।

କେହି ଅନୁଗତ ସାରଥୀଙ୍କ ସତସଙ୍ଗ କରିପାରିବେନି ବୋଲି କୋର୍ଟଙ୍କ କଟକଣା ରହିଛି । ତଥାପି ଲୋକଙ୍କ ମନରୁ ସାରଥିଙ୍କ ମୋହ ଛାଡୁନି । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରି ନାଚି ନାଚି କୀର୍ତ୍ତନ କରୁଛନ୍ତି ସାରଥୀ ଭକ୍ତ । ପୂର୍ବରୁ ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାରଥୀଙ୍କ ଅନୁଗତ ତାଙ୍କର ପୂଜାର୍ଚ୍ଚନା କରୁଥିବାର ଦେଖଯାଇଥିଲା । ଏବେ ଦୋଳ ପୂର୍ଣ୍ଣମା ଅବସରରେ ପୁଣି ସାରଥୀଙ୍କ ପୂଜାର୍ଚ୍ଚନାର ଚିତ୍ର ସାମ୍ନାକୁ ଆସିଛି। ଆତ୍ମଘୋଷିତ ବାବାଙ୍କୁ ମହାପ୍ରଭୁ କହି ସମ୍ବୋଧନ କରିବା ଓ ପୂଜାର୍ଚ୍ଚନା କରିବା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ସଂସ୍କୃତି ଗବେଷକ। ବାଦ ବିବାଦ ସତ୍ବେ ସାରଥୀ ଅନୁଗତଙ୍କ ଏପରି ଆଚରଣକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhakta-has-defied-the-courts-restrictions | Argus News