Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଞ୍ଜନଗର: ୟୁରିଆ ସାର ମିଳୁନଥିବାରୁ ଚିନ୍ତାରେ ଚାଷୀ

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଭଞ୍ଜନଗର: ୟୁରିଆ ସାର ମିଳୁନଥିବାରୁ ଚିନ୍ତାରେ ଚାଷୀ

Key Points

କଳାହାଣ୍ଡିରେ ସାର ନପାଇ ଚାଷୀ ହତାସ
ଭଞ୍ଜନଗରରେ ଆବଶ୍ୟକ ୟୁରିଆ ସାର ମିଳୁନଥିବାରୁ ଚିନ୍ତାରେ ଚାଷୀ
ସାର କଳାବଜାରୀ ହେଉଥିବା ଅଭିଯୋଗ
ଗଜପତି ଜିଲ୍ଲାରେ ୟୁରିଆ ସାରର ଅଭାବ

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଓ କର୍ଲାମୁଣ୍ଡା ବ୍ଲକର । ୟୁରିଆ ସାର ନେଇ ପାଇଁ ଚାଷୀଙ୍କ ଅସମ୍ଭାଳ ଭିଡ଼। କର୍ଲାମୁଣ୍ଡା ବ୍ଲକରେ ଥିବା 3 ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହ ମାନଙ୍କରେ ଚାଷୀଙ୍କ ପ୍ରବଳ ଭିଡ଼ । ଚାଷୀମାନେ ସାର ନପାଇ ହନ୍ତସନ୍ତ । ସୂଚନା ଅନୁସାରେ, ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତିରେ ୬୮୦ ବସ୍ତା ୟୁରିଆ ସାର ମହଜୁଦ ଅଛି । ୧୪ ଶହରୁ ଉର୍ଦ୍ଧ୍ବ ଚାଷୀ ଧାଡିରେ ଅପେକ୍ଷା କରିଥିଲେ। କର୍ଲାମୁଣ୍ଡା ସାର ଗୋଦାମ ରିଷିଡା ପେକ୍ସରେ ବି ସମାନ ଅବସ୍ଥା । ଅନ୍ୟପଟେ ପାସ୍କ ଅଧିକାରୀ କହିଛନ୍ତି, ସୋମବାର ସୁଦ୍ଧା ଚାଷୀ ମାନଙ୍କୁ ସାର ଦିଆଯିବ। 

ଗଞ୍ଜାମ ଜିଲ୍ଲା ଭଂଜନଗର ଓ ଜଗନ୍ନଥପ୍ରସାଦ ବ୍ଲକ ଅଞ୍ଚଳରେ ଚାଷୀଙ୍କୁ ମିଳୁନି ୟୁରିଆ ସାର । ଚାଷୀ ମେଳି ବାନ୍ଧିଲେଣି । ସରକାରୀ ବିକ୍ରୟ କେନ୍ଦ୍ର ରେ ସାର ମିଳୁନଥିବା ବେଳେ ବଜାରରେ ଯାହାକୁ ଯେତେ ସାର ମିଳୁଛି । ବ୍ୟବସାୟୀ ମାନେ କଳା ବଜାରୀ କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲା କୃଷି ଅଧିକାରୀ କହିଛନ୍ତି, ସାର ଆସିନଥିବାରୁ ଚାଷୀଙ୍କୁ ବଣ୍ଟନ ହୋଇନି, ପୁଣି ଆସିଲେ ଦିଆଯିବ।

ଗଜପତି ଜିଲ୍ଲାରେ ୟୁରିଆ ସାରର ଅଭାବ। କଳା ବେପାରୀଙ୍କ ଦ୍ଵାରା ଶୋଷଣର ଶିକାର ହେଉଛନ୍ତି ଚାଷୀ। ଅଗଷ୍ଟ ମାସ ସୁଦ୍ଧା ଗଜପତି ଜିଲ୍ଲା ପାଇଁ ୫୦୮୧ହଜାର ମେଟ୍ରିକ୍ ଟନ୍ ସାର ଆବଶ୍ୟକ ଥିଲା । ଆସିଛି ୩୮୭୪ ମେଟ୍ରିକ ଟନ୍। ତେବେ ଆସିଥିବା ସାର୍ କିଓସ୍କ ମାଧ୍ୟମରେ ବଣ୍ଟନ ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ କିଛି ମେସିନରେ ସମସ୍ୟା ଯୋଗୁଁ ଚାଷୀଙ୍କ ବିବରଣୀ ଅପଲୋଡ଼ କରିବା ସମ୍ଭବ ହୋଇନାହିଁ। ତେବେ ଚାଷୀଙ୍କୁ ସାର୍ ସଠିକ ଭାବେ ବଣ୍ଟନ ହୋଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି ।


ଅନ୍ୟପଟେ ସାର ଉପଲବ୍ଧତାର ସ୍ଥିତି ସମୀକ୍ଷା କଲେ ସମବାୟ ମନ୍ତ୍ରୀ । ସମବାୟ ମନ୍ତ୍ରୀ କହିଛନ୍ତି, ସେପ୍ଟେମ୍ବର ମାସରେ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ଯୋଗାଇ ଦିଆଯିବ । ମାର୍କଫେଡ୍ ଜରିଆରେ ପାକ୍ସ/ଲ୍ୟାମ୍ପସ୍ ମାଧ୍ୟମରେ ଶତ ପ୍ରତିଶତ ସାର ଚାଷୀଙ୍କୁ ମିଳିବ । ଶୃଙ୍ଖଳିତ ସାର ଯୋଗାଣକୁ ସରକାର ଗୁରୁତ୍ଵ ଦେଉଛନ୍ତି ।
ସେପଟେ ଢେଙ୍କାନାଳ ଜିଲ୍ଲା ଭୂବନରେ ସାର କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢାଉ ପରେ ଭୁବନରେ ସତ୍ୟଜିତ୍ ପତି ଫଟିଲାଇଜର ଲାଇସେନ୍ସ ୩୦ ଦିନ ପାଇଁ ଅଚଳ ହୋଇଛି । ୟୁରିଆ ସାର ଅଧିକ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ପାଇଁ ଚଢାଉ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhanjanagar Farmers Worried Over Urea Fertilizer Shortage | Argus News | Argus News