Videos
|
Odisha

Bharat Taxi to Launch / ଓଡ଼ିଶାରେ ଖୁବଶୀଘ୍ର ଗଡ଼ିବ ‘ଭାରତ ଟ୍ୟାକ୍ସି’,ସୂଚନା ଦେଲେ ସମବାୟ ମନ୍ତ୍ରୀ

Bikash Mohanty
Browse all articles by Bikash Mohanty
·52 mins ago·2 min read
ଓଡ଼ିଶାରେ ଖୁବଶୀଘ୍ର ଗଡ଼ିବ ‘ଭାରତ ଟ୍ୟାକ୍ସି’,ସୂଚନା ଦେଲେ ସମବାୟ ମନ୍ତ୍ରୀ
BHARAT TAXI

Key Points

ଓଡ଼ିଶାରେ ଖୁବଶୀଘ୍ର ଗଡ଼ିବ ‘ଭାରତ ଟ୍ୟାକ୍ସି’
ଓଲା-ଉବେରକୁ ମିଳିବ କଡ଼ା ଟକ୍କର
ବିଧାନସଭାରେ ସୂଚନା ଦେଲେ ସମବାୟ ମନ୍ତ୍ରୀ
ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ  ସୂଚନା
ଭୁବନେଶ୍ୱର,୨୩/୦୯: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଭାରତ ଟ୍ୟାକ୍ସି’ ସେବା। ଓଲା (Ola) ଏବଂ ଉବେର (Uber) ଭଳି ଘରୋଇ ଆପ୍-ଭିତ୍ତିକ ଟ୍ୟାକ୍ସି କମ୍ପାନୀଗୁଡ଼ିକ ଭଳି ଏହି ସରକାରଙ୍କ ଦ୍ଵାରା ପରିଚାଳିତ ସେବା ଯାତ୍ରୀଙ୍କୁ ସୁବିଧା ଯୋଗାଇଦେବ। ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦ୍ୱାରା ୨୦୨୬ ଫେବ୍ରୁଆରୀ ୫ ତାରିଖରେ ଏହି ‘ଭାରତ ଟ୍ୟାକ୍ସି’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏବେ ଏହାକୁ ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ଏବଂ ଆବଶ୍ୟକୀୟ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଯୋଜନାର ସଫଳ ପରିଚାଳନା ପାଇଁ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଗତ ମାର୍ଚ୍ଚ ୨୦୨୬ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ଏହି ଆଲୋଚନାରେ ବିଭିନ୍ନ ସମବାୟ ସମିତି ମାଧ୍ୟମରେ କିପରି ଏହି ଟ୍ୟାକ୍ସି ସେବାକୁ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ଏବଂ ଏହାର ବ୍ୟାବହାରିକ ଉପଯୋଗୀତା କ’ଣ ରହିବ, ସେ ନେଇ ବିସ୍ତୃତ ସମୀକ୍ଷା କରାଯାଇଛି।

ବର୍ତ୍ତମାନ ଏହି ଯୋଜନାର ଚୂଡ଼ାନ୍ତ ରୂପରେଖ ଓ ନୀତି ନିର୍ଦ୍ଧାରଣ ବିଭାଗୀୟ ବିଚାରାଧୀନ ରହିଛି। ସବୁ ପ୍ରକ୍ରିୟା ଶେଷ ହେବା ପରେ ଖୁବଶୀଘ୍ର ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ‘ଭାରତ ଟ୍ୟାକ୍ସି’ ଗଡ଼ିବ, ଯାହା ଗାଡ଼ି ଚାଳକଙ୍କ ସହ ଯାତ୍ରୀଙ୍କୁ ମଧ୍ୟ ସୁଲଭ ଦରରେ ସୁରକ୍ଷିତ ଯାତାୟାତର ସୁବିଧା ଯୋଗାଇଦେବ।

ପଢନ୍ତୁ ଏହି ଖବର: ଶ୍ରୀମନ୍ଦିର ଉପରେ ପୁଣି ବସିଲା ଚିଲ, ଏହା ଶୁଭ ନା ଅଶୁଭ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେମିତି ବ୍ୟବହାର କରିବେ?

ଓଲା-ଉବେର ଆପ୍ ଭଳି ଆପଣ ଭାରତ ଟ୍ୟାକ୍ସି ଆପ୍ ମଧ୍ୟ ବ୍ୟବହାର କରିପାରିବେ । ଏହି ଆପ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିବ । ଖାସ୍ କଥା ହେଉଛି, ଡ୍ରାଇଭରଙ୍କୁ ଏଥିରେ ଆପ୍ ମାଲିକଙ୍କୁ କମିସନ ଦେବାକୁ ପଡ଼ିବନି । ଯାହାଦ୍ୱାରା ଉଭୟ ଗ୍ରାହକ ଓ ଗାଡ଼ି ମାଲିକ ଲାଭବାନ ହେବେ ।

ଗ୍ରାହକଙ୍କ ପାଇଁ କୌଣସି ବର୍ଦ୍ଧିତ ଭଡ଼ା ନାହିଁ 

ଅନ୍ୟ କମ୍ପାନୀଗୁଡ଼ିକ ପ୍ରାୟତଃ ବର୍ଷା ଋତୁ କିମ୍ବା ଅଫିସ୍ ସମୟରେ ଦୁଇଗୁଣ ଭଡ଼ା ନେଇଥାନ୍ତି । କିନ୍ତୁ ଭାରତ ଟ୍ୟାକ୍ସି କ୍ଷେତ୍ରରେ ଏହା ଘଟିବ ନାହିଁ । ଏହାର ଭଡ଼ା ସର୍ବଦା ସ୍ପଷ୍ଟ ଏବଂ ସ୍ଥିର ଅଟେ । ଏଠାରେ ଆପଣ ବାଇକ୍, ଅଟୋ, କାର, SUV ଏବଂ ଅଫ୍-ରୋଡ୍ ଗାଡ଼ିଗୁଡ଼ିକ ସହଜରେ ପାଇ ପାରିବେ ।

ଏହା ବର୍ତ୍ତମାନ କେଉଁଠାରେ ଉପଲବ୍ଧ ?


ଏହି ସେବା ବର୍ତ୍ତମାନ ଦିଲ୍ଲୀ-ଏନସିଆର, ମୁମ୍ବାଇ, ଗୁଜରାଟ, ଲକ୍ଷ୍ନୌ, ଚଣ୍ଡିଗଡ଼, ଜୟପୁର, କାନପୁର ଏବଂ ପୁଣେରେ ଉପଲବ୍ଧ । ଏହା ଖୁବ୍ ଶୀଘ୍ର ଭୁବନେଶ୍ବର,ପାଟନା, ରାଞ୍ଚି, ଗୌହାଟି, ଭୋପାଳ, କୋଲକାତା, ଇନ୍ଦୋର ଏବଂ ନାଗପୁର ଭଳି ସହରରେ ଆରମ୍ଭ ହେବାକୁ ଯାଉଛି ।