|
logo
Live

Argus News - ଭରତପୁର ମାମଲା:ବିଚାର ବିଭାଗୀୟ ତଦନ୍ତ ଆରମ୍ଭ,ଆଜିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

Odisha

ଭରତପୁର ମାମଲା:ବିଚାର ବିଭାଗୀୟ ତଦନ୍ତ ଆରମ୍ଭ,ଆଜିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

Sangram Tripathy
Browse all articles by Sangram Tripathy
·1 year ago·1 min read
ଭରତପୁର ମାମଲା:ବିଚାର ବିଭାଗୀୟ ତଦନ୍ତ ଆରମ୍ଭ,ଆଜିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି


ଅର୍ଗସ ବ୍ୟୁରୋ:ଭୁବନେଶ୍ବର ଭରତପୁର ଥାନା ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବାବେଳେ ସତ୍ୟପାଠ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ୨୧ ଦିନ ଯାଏଁ ଗ୍ରହଣ ହେବ ସତ୍ୟପାଠ।ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କହିବାକୁ ଚାହୁଁଥିବେ, ସତ୍ୟପାଠ ଦେବେ। ସତ୍ୟପାଠ ଆସିବା ପରେ ତାକୁ ଯାଞ୍ଚ କରାଯାଇ ତଦନ୍ତ ଆଗେଇବ। ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ ବୋଲି ତଦନ୍ତ କମିଶନଙ୍କ ସଚିବ କହିଛନ୍ତି।ସେପଟେ ଗୁଜରାଟ ଗାନ୍ଧୀନଗରରେ ପୋଲିସ ଅଧିକାରୀଙ୍କ ଚାଲିଛି ମିଛ ଧରା ପରୀକ୍ଷା ।ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ୫ ପୋଲିସ କର୍ମଚାରୀ । ସେ ଆହୁରି କହିଛନ୍ତି, ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ପଚରାଉଚରା କରାଯିବ। ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ ସମନ କରାଯିବ। ସାକ୍ଷ୍ୟଗ୍ରହଣ, ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ।ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନ ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭରତପୁର ମାମଲା:ବିଚାର ବିଭାଗୀୟ ତଦନ୍ତ ଆରମ୍ଭ,ଆଜିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି | Argus News