Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭରତପୁର ପୋଲିସ- ସେନା ଅଧିକାରୀ ବିବାଦ ମାମଲା, ୪ ପୋଲିସଙ୍କ ଉପରୁ ହଟିଲା ନିଲମ୍ବନ

Rashmita Mishra
Browse all articles by Rashmita Mishra
·1 year ago·2 min read
ଭରତପୁର ପୋଲିସ- ସେନା ଅଧିକାରୀ ବିବାଦ ମାମଲା, ୪ ପୋଲିସଙ୍କ ଉପରୁ ହଟିଲା ନିଲମ୍ବନ

Key Points

ଭରତପୁର ଥାନାରେ ସେନା ପୋଲିସ ବିବାଦ ମାମଲା
୪ ପୋଲିସ କର୍ମଚାରୀଙ୍କ ଉପରୁ ହଟିଲା ନିଳମ୍ବନ ଆଦେଶ
ଏସଆଇ ବୈଶାଳୀନି ପଣ୍ଡା, ଏଏସଆଇ ସଲିଲମୟୀ ସାହୁ ଓ ସାଗରିକା ରଥଙ୍କ ନିଳମ୍ବନ ପ୍ରତ୍ୟାହାର
ନିଳମ୍ବନ ପ୍ରତ୍ୟାହାର ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା
ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଉପରୁ ହଟୁନି ନିଲମ୍ବନ ଆଦେଶ
ତଦନ୍ତ ପାଇଁ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିସନ ଗଠନ କରିଥିଲେ ସରକାର

ଭରତପୁର ଥାନା ସେନା ପୋଲିସ ବିବାଦ ମାମଲା । SI ବୈଶାଳୀନି ପଣ୍ଡା, ASI ସଲିଲମୟୀ ସାହୁ ଓ ସାଗରିକା ରଥ ସମେତ 4 ପୋଲିସ କର୍ମଚାରୀଙ୍କ ନିଳମ୍ବନ ପ୍ରତ୍ୟାହାର । ନିଳମ୍ବନ ପ୍ରତ୍ୟାହାର ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା । ହେଲେ ପୂର୍ବତନ IIC ଦୀନକୃଷ୍ଣ ମିଶ୍ରଙ୍କ ଉପରୁ ହଟୁନି ନିଲମ୍ବନ ଆଦେଶ । ଘଟଣା ଘଟିବା ପରେ ରାଜ୍ୟ ସରକାର ତଦନ୍ତ ପାଇଁ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିସନ ଗଠନ କରିଥିଲେ।

ଏହି ଘଟଣାର ତଦନ୍ତ ପାଇଁ କମିସନଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି କରାଯାଇଥିଲା। ଘଟଣା ସମ୍ପର୍କରେ ନିଜ ମତାମତ ସତ୍ୟପାଠ ମାଧ୍ୟମରେ ଦେବା ପାଇଁ କମିସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା। ୫୦୦ରୁ ଊର୍ଦ୍ଧ୍ବ ସତ୍ୟପାଠ କମିସନଙ୍କ ନିକଟରେ ହସ୍ତଗତ ହୋଇଥିଲା। ଘଟଣାରେ ସମ୍ପୃକ୍ତ ସମସ୍ତ ଲୋକଙ୍କ ବୟାନ ରେକର୍ଡ କରିଥିଲା କମିସନ। ସମସ୍ତ ସାକ୍ଷୀ ପ୍ରମାଣ ଓ ସତ୍ୟପାଠ ଯାଞ୍ଚ କରିବା ପରେ ତଦନ୍ତ ଶେଷ କରିଛି ଜଷ୍ଟି୍ସ ଚିତ୍ତ ରଞ୍ଜନ ଦାସ କମିସନ।

ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୪ ତାରିଖ ଶନିବାର ବିଳମ୍ବିତ ରାତିରେ ମେଜର ଓ ତାଙ୍କ ବାନ୍ଧବୀ କାର୍‌ରେ ଯାଉଥିବା ବେଳେ କିଛି ରୋଡ୍ ରୋମିଓ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ମେଜର ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ପୋଲିସ ପିସିଆର୍ ପଠାଇବା ବଦଳରେ ପ୍ରଥମେ ଲିଖିତ ଅଭିଯୋଗ କରିବାକୁ କହିଥିଲେ ।

ଏହାକୁ ନେଇ ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତଦନ୍ତ କରିବା ପରିବର୍ତ୍ତେ ମେଜର୍ ଓ ବାନ୍ଧବୀଙ୍କ ହାଜତରେ ରଖିବା ସହିତ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ମେଜରଙ୍କୁ ରାତିସାରା ଥାନା ଲକଅପ୍‌ରେ ବନ୍ଦ କରି ରଖାଯାଇଥିଲା । ପରବର୍ତ୍ତୀ ସମୟରେ ମେଜରଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ଚିକିତ୍ସା ପାଇଁ ତାଙ୍କ ବାନ୍ଧବୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ମାମଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ମାମଲାର ଗମ୍ଭୀରତାକୁ ଦେଖି ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଆଉ ତଦନ୍ତକ୍ରମେ ଚାରି ପୋଲିସ କର୍ମଚାରୀଙ୍କ ଉପରେ ନିଲମ୍ବନ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bharatpur-police-army-officer-dispute-case-suspension-of-4-policemen-lifted | Argus News