Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଲମ୍ବିତ ଥାନା ଅଧିକାରୀଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ

Smruti Parija
Browse all articles by Smruti Parija
·1 year ago·2 min read
ନିଲମ୍ବିତ ଥାନା ଅଧିକାରୀଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ

Key Points

  • ଭରତପୁର ଥାନା ନିର୍ଯାତନା ଘଟଣାରେ ଆକସନ୍ ମୋଡରେ କ୍ରାଇମବ୍ରାଞ୍ଚ
  • ନିଲମ୍ବିତ ଥାନା ଅଧିକାରୀଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ
  • ଘଟଣାସ୍ଥଳରେ ହେଲା ସିନ୍ ରିକ୍ରିଏସନ୍
  • ବଡ଼ ଚ୍ୟାଲେଞ୍ଜକୁ ସାମ୍ନା କରି ବିରୋଧୀଙ୍କୁ ଚୁପ୍ କଲେ ସରକାର
  • ବଡ଼ ବିବାଦର ରୁପ୍ ନେଇଥିଲା ଭରତପୁର ଥାନା ଘଟଣା
  • ଟୁରରୁ ଫେରି ମୁଖ୍ୟମନ୍ତ୍ରୀଙ୍କ ରାତିଅଧିଆ ମିଟିଂ ବିବାଦରେ ପକାଇଲେ ପୂର୍ଣ୍ଣଛେଦ
  • କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଖୁଶ୍ ପୋଲିସ ଓ ସେନା
  • ଏବେ କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟକୁ ଅପେକ୍ଷା

ଅର୍ଗସ ବ୍ୟୁରୋ: କ୍ରାଇମବ୍ରାଞ୍ଚ ପକ୍ଷରୁ ଭରତପୁରର ପୂର୍ବତନ ଥାନା ଅଧିକାରୀଙ୍କ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକ୍ସନ ଟେଷ୍ଟ, ନାର୍କୋ ଟେଷ୍ଟ ପାଇଁ କୋର୍ଟରେ ଅନୁମତି ମଗାଯାଇଥିଲା। ... ଏବଂ ଦୀନକୃଷ୍ଣଙ୍କ ସମସ୍ତ ପରୀକ୍ଷା ପାଇଁ ମିଳିଛି ଅନୁମତି । ବ୍ରେନ ମ୍ୟାପିଂ, ଲାଏ ଡିଟେକ୍ସନ ଟେଷ୍ଟ, ନାର୍କୋ ଟେଷ୍ଟ ପାଇଁ ପୂର୍ବତନ ଥାନା ଅଧିକାରୀ ରାଜି ହେବା ପରେ କୋର୍ଟ ଦେଇଛନ୍ତି ଅନୁମତି । ବିଳମ୍ବ ନ କରି ସମସ୍ତ ପରୀକ୍ଷା ଶୀଘ୍ର ସାରିବାକୁ ନିର୍ଦେଶ ଦେଇଛନ୍ତି  । ପରୀକ୍ଷା ସରିବା ପରେ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି ।  ଗୁଜୁରାଟରେ ଟେଷ୍ଟ କରାଯିବା ନେଇ ସୂଚନା ମିଳିଛି । 

କ୍ରାଇମ ସ୍ପଟ୍ ନମ୍ବର ୧
ପଥରଗାଡ଼ିଆ ସୁନ୍ଦରପୁର ଛକ 
ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ 

ଶନିବାର ରାତିରେ ଯୁବକମାନେ କେମିତି ଅଟକାଇଥିଲେ, କେଉଁ କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲ, କେଉଁଭଳି ଭାବେ ତାଙ୍କୁ ଆକ୍ରମଣ କରାଯାଇଥିଲା ଏସବୁର ଗୋଟି ଗୋଟି ତଥ୍ୟ କ୍ରାଇମବ୍ରାଞ୍ଚ ଆଗରେ ବଖାଣିଥିଲେ । ଫାରୋ କ୍ୟାମେରା ଜରିଆରେ ୩୬୦ ଡିଗ୍ରୀରେ ଭିଡିଓ ଗ୍ରାଫି କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କ୍ରାଇମ ସ୍ପଟ୍ ନମ୍ବର ୨
ଭରତପୁର ଥାନା

ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ପହଁଚିବା ପରେ ତାଙ୍କୁ କିଏ ମାଡ଼ ମାରିଥିଲା , ସେଦିନ ଥାନାରେ କେତେଜଣ ପୋଲିସ ଅଧିକାରୀ ଥିଲେ , ମେଜରଙ୍କୁ କିଏ ମାଡ଼ ମାରିଥିଲେ , ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ତାଙ୍କୁ କେଉଭଳି ଭାବେ ନିର୍ଯାତନା ଦେଇଥିଲେ ଏସବୁ ତଥ୍ୟ କ୍ରାଇମବ୍ରାଞ୍ଚ ଆଗରେ ବଖାଣିଥିଲେ ମେଜର ଓ ତାଙ୍କ ବାନ୍ଧବି । ଏହାପରେ କ୍ରାଇମବ୍ରାଞ୍ଚ ଓ ତାଙ୍କ ଟିମ୍ ନିଲମ୍ବିତ ହୋଇଥିବା  ପୋଲିସ କର୍ମଚାରୀଙ୍କୁ ନେଇ ଭରତପୁର ଥାନାରେ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲେ । ଯାହାର ସମସ୍ତ ତଥ୍ୟ ଭିଡିଓ ଗ୍ରାଫି କରାଯାଇଛି । 


ଭରତପୁର ଥାନା ଘଟମା ବିଜେପି ସରକାର ପାଇଁ ଥିଲା ବଡ଼ ଚ୍ୟାଲଞ୍ଜ। ମୁହାଁମୁହିଁ ହୋଇଥିଲେ ସେନା ଓ ପୋଲିସ। ସରକାର ତୁରନ୍ତ ପଦକ୍ଷେପ ନେଇ, 5 ଜଣ ପୋଲିସଙ୍କୁ ସସପେଣ୍ଡ କଲେ। କେନ୍ଦୁଝର ଗସ୍ତରୁ ଫେରି ରାତିଅଧରେ ମିଟିଂ ଡାକି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ବିବାଦରେ ପଡିଲା ପୂର୍ଣ୍ଣଛେଦ। ବିଜେଡି ବି ବନ୍ଦ ଡାକରା ପ୍ରତ୍ୟାହାର କଲା । ଏବେ ଦୀନକୃଷ୍ଣ ମିଶ୍ରଙ୍କ ପରୀକ୍ଷା ରିପୋର୍ଟ ଆସିବାପରେ ଏଘଟଣା ଉପରୁ ପରଦା ହଚିବ ବୋଲି କ୍ରାଇମବ୍ରାଞ୍ଚ ଆଶା ରଖିଛି 

Sponsored
bharatpur-police-station-case-update | Argus News