Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭରତପୁର ଥାନା ଘଟଣା:ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ,କ୍ରାଇମବ୍ରାଞ୍ଚର ପୁଳା ପୁଳା ପ୍ରଶ୍ନ 

Odisha

ଭରତପୁର ଥାନା ଘଟଣା:ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ,କ୍ରାଇମବ୍ରାଞ୍ଚର ପୁଳା ପୁଳା ପ୍ରଶ୍ନ 

Sangram Tripathy
Browse all articles by Sangram Tripathy
·1 year ago·1 min read
ଭରତପୁର ଥାନା ଘଟଣା:ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ,କ୍ରାଇମବ୍ରାଞ୍ଚର ପୁଳା ପୁଳା ପ୍ରଶ୍ନ 

ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଥମୁନି ଚର୍ଚ୍ଚା,ତଦନ୍ତ କେଉଁଆଡେ ଯିବେ,କେବେ ଆସିବ ଫଳାଫଳ,ଆଉ ଏହାରି ଭିତରେ ଭରତପୁର ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ ଏଥିଲାଗି କ୍ରାଇମବ୍ରାଞ୍ଚର ରହିଛି ପୁଳା ପୁଳା ପ୍ରଶ୍ନ,ଘଟଣା ରାତିରେ ଥାନାର କେହି ଆପଣଙ୍କୁ ଫୋନ୍‌ କରିଥିଲେ କି,ଥାନାକୁ ଆସିବାକୁ କେହି କହିଥିଲେ କି ,ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମରାଯାଇଥିଲା କି ଏଭଳି ଅନେକ ପ୍ରଶ୍ନ ରହିଛି କ୍ରାଇମବ୍ରାଞ୍ଚର। ଭରତପୁର ପୂର୍ବତନ ଥାନା ଅଧିକାରୀଙ୍କ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକ୍ସନ ଟେଷ୍ଟ, ନାର୍କୋ ଟେଷ୍ଟ ,ପଲିଗ୍ରାଫ୍‌ ଟେଷ୍ଟ ଲାଗି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ନିକଟରେ କରାଯାଇଥିବା ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଓ ତାଙ୍କ ଟିମ୍ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ନେଇ ଭରତପୁର ଥାନାରେ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲେ । ଯାହାର ସମସ୍ତ ତଥ୍ୟ ଭିଡିଓ ଗ୍ରାଫି ମଧ୍ୟ କରାଯାଇଛି । ଦୀନକୃଷ୍ଣ ମିଶ୍ରଙ୍କ ପରୀକ୍ଷା ରିପୋର୍ଟ ଆସିବାପରେ ଏଘଟଣା ଉପରୁ ପରଦା ହଟିବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bharatpur police station incident: Dinkrishna Mishra to undergo polygraph test, crime branch questions | Argus News