Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭରତପୁର ଥାନା ଘଟଣା: ଆକ୍ସନମୋଡ଼ରେ ମୋହନ ସରକାର

Odisha

ଭରତପୁର ଥାନା ଘଟଣା: ଆକ୍ସନମୋଡ଼ରେ ମୋହନ ସରକାର

Sangram Tripathy
Browse all articles by Sangram Tripathy
·1 year ago·1 min read
ଭରତପୁର ଥାନା ଘଟଣା: ଆକ୍ସନମୋଡ଼ରେ ମୋହନ ସରକାର

ଅର୍ଗସ ବ୍ୟୁରୋ:ଦିନଗଡୁଥିବାବେଳେ ଭରତପୁର ଥାନାରେ ସେପ୍ଟେମ୍ବର ୧୫ରେ ଘଟିଥିବା ଘଟଣାକୁ ନେଇ ଥମୁନି ଚର୍ଚ୍ଚା,ଏହି ଘଟଣାର ସମାଧାନ ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି ମୋହନ ସରକାର,ଯାହାକୁ ପ୍ରଶଂସା କରିଛନ୍ତି ହାଇକୋର୍ଟ। ଏହିଘଟଣାରେ ସଠିକ ତଦନ୍ତ ଲାଗି ଅନେକ ପୋଲିସ କର୍ମଚାରୀ ସସପେଣ୍ଡ ହୋଇଛନ୍ତି,ଏଥିସହ କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଭାର ଦେଇଛନ୍ତି ସରକାର। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଦ୍ ମୁଖ୍ୟମନ୍ତ୍ରୀ କରିଛନ୍ତି ବୈଠକ,କେମିତି ଏହି ଘଟଣାର ସମାଧାନ ହୋପାରିବ ଶତପ୍ରତିଶତ। ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ସତ୍ବେ କାହିଁକି ଭରତପୁର ଥାନାରେ ସିସିଟିଭି ନଥିଲା ତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟ ବିଚାରପତି। ରାଜ୍ୟରେ ସବୁ ଥାନାରେ ସିସିଟିଭିର ସ୍ଥିତି ନେଇ ପୋଲିସ ଆଧୁନିକୀକରଣ ଡିଜି ଦୟାଲ ଗଙ୍ଗୱାରଙ୍କ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।କିନ୍ତୁ ପ୍ରଶ୍ନ ଉଠିଛି ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ସତ୍ବେ ମଡେଲ୍ ପୋଲିସ ଷ୍ଟେସନ୍ ହୋଇଥିବା ଭରତପୁର ଥାନାରେ କାହିଁକି ଲାଗିନଥିଲା ସିସିଟିଭି କ୍ୟାମେରା ? ଅନ୍ୟପଟେ ଭରତପୁର ଥାନାରେ ସିସିଟିଭି କ୍ୟାମେରା ଲଗାଯିବା ସହ ରିଷ୍ଟ ଖଣ୍ଡନ ପାଇଁ ପୂଜାପାଠ କରିଛନ୍ତି ନୂଆ କରିଯୋଗଦେଇଥିବା ଆଇଆଇସି। ଏଥିସହ ମେଜର ଓ ତାଙ୍କ ବାନ୍ଧବୀଙ୍କ ପରିଚୟ,ସର୍ବସାଧାରଣରେ ପ୍ରକାଶ ନକରିବାକୁ   ହୋଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତରେ ହାଇକୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି ସିଧାସଳଖ ମନା କରିଛନ୍ତି। 


ଭରତପୁର ଥାନାରେ ଆଗଲେ ଝୁଲାଯାଇଛି ଲେମ୍ବୁମାଳ,ହୋମ ଜଜ୍ଞରେ ଆଇଆଇସିଙ୍କ ଚାମ୍ବର ପ୍ରକମ୍ପିତ ହୋଇଥବା ଦେଖିବାକୁ ମିଳିଥିଲା ସିସିଟିଭି ଲଗାଇବା ପ୍ରକିୟା ଚାଲିବା ସହ  ରିଷ୍ଟ ଖଣ୍ଡନ ପାଇଁ ଥାନାରେ ମଧ୍ୟ  ପୂଜାର୍ଚ୍ଚନା ହୋଇଥିଲା ।ଭରତପୁର ଥାନା ଘଟଣାରେ ମେଜର ଓ ତାଙ୍କ ବାନ୍ଧବୀ ନା ପୋଲିସ୍ ଅଧିକାରୀ କିଏ କହୁଛି ସତ,ଘଟଣାର ତଦନ୍ତ ପରେ ଅସଲ ସତ ଆସିବ ସାମ୍ମାକୁ । ଅକ୍ଟୋବର ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bharatpur police station incident: Mohan government in action mode | Argus News