Odisha Politics: ପୁଣି ଶଂଙ୍ଖ ଭବନରୁ ଖସିବ ଇଟା ! ଆଉ ଜଣେ ବରିଷ୍ଠ ନେତା ଛାଡ଼ିବେ ଦଳ

Key Points
ଯାହାର ବିନା ପରିମିଶନରେ ରାୟଗଡ଼ା ବିଜେଡିରେ ପତ୍ର ବି ହଲେନି ।
ରାଜ୍ୟ ରାଜନୀତିର ଜଣେ ବଡ଼ ଚେହେରା କହିଲେ ବି ଅତ୍ୟୁକ୍ତି ହେବନି ।
ଗୋଟିଏ ପଟେ କଳାହାଣ୍ଡି ବିଜେଡିର ବରିଷ୍ଠ ନେତା ଭୁପିନ୍ଦର ସିଂହ ଦଳକୁ ଟାର୍ଗେଟ୍ କରିଥିବା ବେଳେ ବିଜେଡିର ସବୁଠାରୁ କୁହାଳିଆ ନେତା ନୟାଗଡ଼ ବିଧାୟକ ଅରୁଣ ସାହୁ ଦଳର ପାଓ୍ୱାର କରିଡରକୁ ପରୋକ୍ଷରେ ସମାଲୋଚନା କରିଛନ୍ତି । ଏହି ସବୁ ପରିସ୍ଥିତିରେ ବିଜେଡି ଛନ୍ଦି ହୋଇଥିବା ବେଳେ... ଏମିତି ଏକ ଖବର ଶଙ୍ଖ ଶିବିରରେ ଭାଳେଣି ସୃଷ୍ଟି କରିଛି । କାରଣ ସତ୍ତା ଚାଲିଯିବା ପରେ ଜଣକ ପରେ ଜଣେ ନେତା ବିଜେଡି ଭାଡ଼ିରୁ ଉଡ଼ିଯାଉଛନ୍ତି । ଏବେ ଆଉ ଜଣେ ବରିଷ୍ଠ ନେତା ଯଦି ବିଜେଡି ଛାଡ଼ନ୍ତି, ତେବେ ଏହା ଦଳ ପାଇଁ ବୋଝ ଉପରେ ନଳିତା ବିଡ଼ା ସାଜିବ ।
ଅଜ୍ଞା ହଁ... ଆମେ କହୁଛୁ ସେଇ ରାଜନେତାଙ୍କ କଥା, ଯାହାର ବିନା ପରିମିଶନରେ ରାୟଗଡ଼ା ବିଜେଡିରେ ପତ୍ର ବି ହଲେନି । ରାଜ୍ୟ ରାଜନୀତିର ଜଣେ ବଡ଼ ଚେହେରା କହିଲେ ବି ଅତ୍ୟୁକ୍ତି ହେବନି । ରାୟଗଡ଼ା ଜିଲ୍ଲାରେ ଚେୟାରମ୍ୟାନ୍ ପଦବୀ ହେଉ କିମ୍ବା ଆଖପାଖ ବିଧାନସଭାରେ ଟିକେଟ ବାଣ୍ଟିବା ଓ କାଟିବା ହେଉ.. ସବୁ ସେଇ ନେତାଙ୍କ ମାର୍ଫତରେ ଚାଲେ । ହେଲେ ଏବେ କୁହଯାଉଛି ସେଇ ନେତା ଛାଡ଼ିଦେବେ ଦଳ । ସେ ଆଉ କେହି ନୁହନ୍ତି.. ରାୟଗଡ଼ା ବିଜେଡିର ଭୀଷ୍ମପିତାମହ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ।
ଏହାସହ ପଢ଼ନ୍ତୁ:- ବିଜେଡିର ପତ୍ତନ ଆରମ୍ଭ: ଦଳ ଛାଡ଼ିବେ ବଡ଼ ବଡ଼ ନେତା
ଏକଥା ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବଳେ ଜିଲ୍ଲା ବିଜେଡି କାର୍ଯ୍ୟାଳୟର ରଙ୍ଗ ବଦଳିଲା । ସବୁଜ ଚିହ୍ନ ଲିଭି ଧଳା ରଙ୍ଗ ଲାଗିଲା । ହଠାତ୍ କାହିଁକି ରଙ୍ଗ ବଦଳିଲା । ଶଙ୍ଖ ଚିହ୍ନ କାହିଁକି ଲିଭିଲା, ତାର ଉତ୍ତର ବି କେହି ଦେଇ ପାରୁନାହାନ୍ତି । କୁହାଯାଉଛି ଏହାପଛରେ ଜିଲ୍ଲାସଭାପତି ଚୟନ ମୁଖ୍ୟକାରଣ । ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଚୟନ କରିଛି ଦଳ । ଏହାପରେ ଦଳ ଭିତରେ ବଢ଼ିଛି ଅସନ୍ତୋଷ । ପୁରୁଖାଙ୍କ ମତକୁ ଅଣଦେଖା କରାଯାଇଥିବା ନେଇ ଦଳ ଭିତରେ ଚାଲିଛି ଆଲୋଚନା । ଯାହାର ଫଳ ସ୍ଵରୂପ ଜିଲ୍ଲା କାର୍ଯ୍ୟାଳୟର ରଙ୍ଗ ବଦଳାଯିବା ଭଳି ଚିତ୍ର ରବିବାର ସାମ୍ନାକୁ ଆସିଛି। କୁହାଯାଉଛି ଆକାଶରୁ ଚନ୍ଦ୍ର ଗ୍ରହଣ ହଟିବା ପରେ ବିଜେଡିରେ ଲାଗିବ ଗ୍ରହଣ । ଏହାକୁ ନେଇ କେତେକ କାଉନସିଲର ଶହେ ଶହେରେ ଖେଳ ହେବ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଯାହାକି ବଡ଼ ଝଡ଼ର ସଙ୍କେତ ଦେଉଛି ।
📱 Get Argus News App
✨ଏହା ସହ ପଢ଼ନ୍ତୁ:- 'ଭୈରବଙ୍କ ବଢୁଥିବା ହାକିମାତିକୁ ନେଇ ନାଖୁସ ଅନେକ ନେତା'
ଅନ୍ୟପଟେ ଦୁଇ ପୂର୍ବତନ ସଭାପତି ଏନ୍.ଭସ୍କର ରାଓ ଏବଂ ସୁଧୀର ଦାସ ଗୋଷ୍ଠୀ ମଧ୍ୟରେ ଯେଉଁ ଗଣାଓଟରା ଚାଲିଛି ଏହା ତାହାର ପ୍ରତିଫଳନ ବୋଲି ରଜନୈତିକ ସମୀକ୍ଷକମାନେ କହିଛନ୍ତି । ଏସବୁ କଥାକୁ ନଜର ଦେଲେ ଦଳ ଭିତରେ ସବୁକିଛି ଠିକ୍ ଚାଲିନଥିବା ଜଣାପଡୁଛି। ତେବେ ବିଜେଡି ରାଜନୀତିକୁ ଲକ୍ଷ୍ୟ କଲେ ଭାସ୍କର ରାଓ ହିଁ ସବୁବେଳେ ଏଠାରେ ଗେମ ଚେଞ୍ଜର ଭାବେ ରହିଆସିଛନ୍ତି । ତାଙ୍କୁ ବାଦ୍ ଦେଇ ଦଳ ଭିତରେ କେବେ କିଛି ସମ୍ଭବ ହୋଇନାହିଁ। ଜିଲ୍ଲା ସଭାପତି ଘୋଷଣା ହେବା ଓ ତା ’ପରେ ଭାସ୍କର ରାଓ ଆସି ରାୟଗଡ଼ାରେ ପହଞ୍ଚିବା ଏବଂ ଆଜି ଦଳୀୟ କର୍ଯ୍ୟାଳୟର ରଙ୍ଗ ବଦଳିବା ଘଟଣା ପରେ ଆଗକୁ କ’ଣ ଘଟିବାକୁ ଯାଉଛି ତା’ ଉପରେ ସମସ୍ତଙ୍କ ନଜର ।