Videos
|
Odisha

ଦଳ ଛାଡୁ ଛାଡୁ ଦେଲେ ବିଜେଡିକୁ ବଡ଼ ଝଟ୍‌କା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଦଳ ଛାଡୁ ଛାଡୁ ଦେଲେ ବିଜେଡିକୁ ବଡ଼ ଝଟ୍‌କା

Key Points

ମଙ୍ଗଳବାର ବିଜେଡି ଛାଡ଼ି 'ବିଜୁ ସ୍ଵାଭିମାନ ମଞ୍ଚ' ଗଢ଼ିଥିବା ଭାସ୍କର ରାଓ ଆରମ୍ଭ କରିଛନ୍ତି ଗୋଟି ଚାଳନା । ଆଉ ଭାସ୍କରଙ୍କ ପ୍ରଥମ ଗୋଟି ଚାଳନା ବିଜେଡିକୁ ବଡ଼ ଝଟ୍‌କା ଦେଇଛି ।

ରାୟଗଡ଼ା: ବିଜେଡି ଛାଡ଼ିଲେ, ନୂଆ ମଞ୍ଚ ଗଢ଼ିଲେ । ଏବେ ବଳ ଭାଙ୍ଗିବେ । ଆମେ କହୁଛୁ ରାୟଗଡ଼ାର ଟାଣୁଆ ନେତା ଏନ୍. ଭାସ୍କର ରାଓଙ୍କ ବିଷୟରେ । ମଙ୍ଗଳବାର ବିଜେଡି ଛାଡ଼ି 'ବିଜୁ ସ୍ଵାଭିମାନ ମଞ୍ଚ' ଗଢ଼ିଥିବା ଭାସ୍କର ରାଓ ଆରମ୍ଭ କରିଛନ୍ତି ଗୋଟି ଚାଳନା । ଆଉ ଭାସ୍କରଙ୍କ ପ୍ରଥମ ଗୋଟି ଚାଳନା ବିଜେଡିକୁ ବଡ଼ ଝଟ୍‌କା ଦେଇଛି ।


୨୦୨୩ ପୌର ନିର୍ବାଚନରେ ଦଳରେ ଥାଇ ଏନ୍. ଭାସ୍କର ରାଓଙ୍କୁ ଅଣଦେଖା କରିଥିଲା ବିଜେଡି । ସେତେବେଳେ ବିଜେଡି ରାୟଗଡ଼ା ପୌର ପରିଷଦ ହାତେଇ ଥିଲା । ଆଉ ଏବେ ସମୟ କ୍ରମେ ଭାସ୍କର ରାଓ ବିଜେଡି ଛାଡ଼ିବା ସହ ଦଳର ବଳ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛନ୍ତି ।


ରାୟଗଡ଼ା ପୌର ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଉଭୟ ବିଜେଡିର ହୋଇଥିବା ବେଳେ ଭାସ୍କର ଦଳ ଛାଡ଼ିବା ପରେ ଗଣିତ ବଦଳିଛି । ଏବେ ରାୟଗଡ଼ା ପୌର ଅଧ୍ୟକ୍ଷ ଭାସ୍କରଙ୍କ ଗୋଷ୍ଠୀର ହୋଇଥିବା ବେଳେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସଙ୍କ ଘନିଷ୍ଠ । ତେଣୁ ବିଜେଡିର ଚେର କାଟିବା ଆରମ୍ଭ କରିଛନ୍ତି ଏନ୍. ଭାସ୍କର ରାଓ ।


ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ଆଣିଛନ୍ତି ୨୧ କାଉନସିଲରଙ୍କ ମଧ୍ୟରୁ ୧୯ ଜଣ । ବିଗତ ତିନି ବର୍ଷ ହେଲା ଉପାଧ୍ୟକ୍ଷା କାଇନସିଲରଙ୍କ ମତକୁ ସମ୍ମାନ ନ ଦେଇ କାମ କରୁଥିବା ଅଭିଯୋଗ କରିଛନ୍ତି । ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଏନ୍. ଭାସ୍କର ରାଓ ବିଜେଡିର ଚେର କାଟିବା ସହ ଶକ୍ତି ପ୍ରଦର୍ଶନ କରିବାକୁ ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଏନେଇ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: