|
logo
Live

Argus News - 3ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ

Odisha

3ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ

Rashmita Mishra
Browse all articles by Rashmita Mishra
·1 year ago·1 min read
3ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ

ଅର୍ଗସ ବ୍ୟୁରୋ: 3ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ । ଏସଡିଜେଏମ କୋର୍ଟରେ ଜାମିନ ଖାରଜ ହୋଇଛି । ପୋଲିସ ପକ୍ଷରୁ ହୋଇଥିଲା ଦୁଇଟି ଅଭିଯୋଗ । କେସ ନମ୍ବର ୪୬୯ ଏବଂ ୪୭୦ ରାସ୍ତା ରୋକ, ଥାନା ଘେରାଉ। ସେହିପରି ଚାଷୀଙ୍କ ଅଭିଯୋଗ ୪୭୨ ଯାହା ଗୋବିନ୍ଦ ସାହୁ କରିଥିଲେ । ଏହା ଉପରେ କୋର୍ଟରେ ଭବ ପ୍ରସାଦ ଦାସଙ୍କୁ ହାଜର କରାଯାଇଥିଲା । ଏହି ତିନୋଟି ମାମଲାରେ ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଥିଲେ ଭବଙ୍କ ଓକିଲ । ତେବେ ଏହି ତିନୋଟି ମାମଲାରେ ଏସଡିଜେଏମ କୋର୍ଟ ଜାମିନ ଖାରଜ କରିଛନ୍ତି । ସେପଟେ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଆଜି ଦ୍ବିତୀୟ ଦିନରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ବିରଜା ହାଟ ନିକଟରେ ଥିବା ମା ତାରିଣୀ ଏଜେନ୍ସିରେ କ୍ରାଇମବ୍ରାଞ୍ଚ୍ ଟିମ। କ୍ରାଇମବ୍ରାଞ୍ଚ ଡି ଏସ ପି ମମତା ଜେନାଙ୍କ ନେତୃତ୍ୱରେ ତିନିଜଣିଆ ଟିମ ବିରଜା ହାଟ ଗଣ୍ଡଗୋଳ ଏବଂ ବିରଜା ହାଟ ନିକଟରେ ରାସ୍ତାରୋକ ସମ୍ପର୍କରେ ପଚରଉଚରା କରିଛନ୍ତି। ଗତକାଲି ଟାଉନ ଥାନା, ସଦର ଥାନା, ବିଧାୟକଙ୍କୁ ଆକ୍ରମଣସ୍ଥଳ ପରିଦର୍ଶନ କରିଥିଲା ଟିମ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ | Argus News