Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ ଗେଟ୍‌ରେ ଫାଟ

Odisha

ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ ଗେଟ୍‌ରେ ଫାଟ

Ritu Das
Browse all articles by Ritu Das
·10 months ago·1 min read
ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ ଗେଟ୍‌ରେ ଫାଟ

Key Points

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ ଗେଟରେ ଫାଟ

୩ ଟି ଗେଟ ଦେଇ ପ୍ରବଳ ପାଣି ବାହାରୁଛି

ଏଥିପାଇଁ ତଳିଆ ଅଞ୍ଚଳ ଲୋକେ ଭୟଭୀତ ହୋଇ ରହିଛନ୍ତି

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ ଗେଟରେ ଫାଟ । ୩ ଟି ଗେଟ ଦେଇ ପ୍ରବଳ ପାଣି ବାହାରୁଛି। ଏଥିପାଇଁ ତଳିଆ ଅଞ୍ଚଳ ଲୋକେ ଭୟଭୀତ ହୋଇ ରହିଛନ୍ତି। ସମ୍ପୂର୍ଣ୍ଣ ଭାଙ୍ଗିଗଲେ ଭୋଗରାଇରେ ୧୮ ଟି ପଞ୍ଚାୟତ ହେବ ବାହ୍ୟ ଜଗତରୁ ବିଚ୍ଛିନ୍ନ । ଗେଟରେ ଫାଟ ଦେଖି ଲୋକ ଛାନିଆ । ଏହି ବିଟ୍ରିଶ ଅମଳର ପୋଲ ହୋଇଥିବା ଗାଁ ଲୋକଙ୍କ ସୂଚନା ।


ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଭୋଗରାଇ ବ୍ଲକରେ ବିଭିନ୍ନ ଜାଗାରେ ପାଣି ପଶିଥିବା ବେଳେ ଲୋକ ଛାନିଆ ଥିବା ବେଳେ ନାଚିନ୍ଦ। ପଞ୍ଚାୟତ ଉଲୁଡ଼ା ଠାରେ ଥିବା ଖାଳଝରି ଠାରେ ଥିବା ସୁଇଜ ଗେଟରେ ଫାଟ ହୋଇ ୩ଟି ଗେଟ ଦେଇ ବନ୍ୟା ପାଣି ପ୍ରଭାବିତ ହେଉଛି ତେଣୁ ଲୋକ ମାନେ ଚିନ୍ତାରେ ଥିବା ବେଳେ ଏ ପର୍ଯ୍ୟନ୍ତ ଜଳସେଚନ ବିଭାଗ ଆଖି ବୁଜି ବସିଛି । ତେବେ ଅତି ଶୀଘ୍ର ଏହାକୁ ଠିକ କରା ନ ଗଲେ ଗେଟଟି ସମ୍ପୂର୍ଣ୍ଣ ଭାଙ୍ଗିଗଲେ ୧୮ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhograi-block-khaljhari-sluice-gate-destroy | Argus News