|
logo
Live
Argus News App
GET APP

Argus News - ଖଣ୍ଡଗିରିରେ ପୁଣି ଆଡ୍ଡା ଜମାଇଲେଣି ବାବା

Odisha

ଖଣ୍ଡଗିରିରେ ପୁଣି ଆଡ୍ଡା ଜମାଇଲେଣି ବାବା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଖଣ୍ଡଗିରିରେ ପୁଣି ଆଡ୍ଡା ଜମାଇଲେଣି ବାବା

Key Points

  • ପୁଣି ମାତିଲେଣି ବାବା ଗୋଷ୍ଠୀ
  • ଖଣ୍ଡଗିରି ବୈକୁଣ୍ଠ ଆଶ୍ରମରେ ଭାଣ୍ଡାମୀ ଅଭିଯୋଗ 
  • କୁନି ପିଲାକୁ ଭଗବାନ ସଜାଇଥିଲା କିଏ ?

ଅର୍ଗସ ବ୍ୟୁରୋ: ରାଜ୍ୟରେ ପୁଣି ଦେଖାଗଲାଣି ବାବାଙ୍କ ପ୍ରାଦୁର୍ଭାବ । ସାରଥୀ, ସୁରଙ୍କ ସହ ଅନେକ ବାବା ଓଡ଼ିଶାରେ ବେଶ କାୟା ବିସ୍ତାର କରିଥିଲେ । ଅବଶ୍ୟ ସେମାନଙ୍କର କୁକର୍ମ ସାମ୍ନାକୁ ଆସିବା ପରେ ପ୍ରଶାସନ ଆକ୍ସନ ନେଇଥିଲା ବାବାଙ୍କୁ ଜେଲ ପଠାଇଥିଲା । ଏହାପରେ ବାବାଙ୍କ ଉପରୁ ସାଧାରଣ ଜନତାଙ୍କ ବିଶ୍ଵାସ ଟିକିଏ କମିଥିଲା । ହେଲେ ଏବେ ରାଜଧାନୀ ଛାତି ଉପରେ ଯେଉଁପରି ଭାବରେ ବାବାଙ୍କ ଉତ୍ପାତ ଦେଖାଗଲାଣି ତାହାକୁ ନେଇ ଚର୍ଚ୍ଚା ବଢିଛି । ତେବେ ଖଣ୍ଡଗିରିରେ କୁନି ପିଲାକୁ ଭଗବାନ ବୋଲି କିଏ ଦର୍ଶାଇଲା ସେନେଇ ବି ଉଠିଲାଣି ପ୍ରଶ୍ନ ।

ଏବେ ଚର୍ଚ୍ଚାରେ ଖଣ୍ଡଗିରି ବାବା । କାରଣ ଆଶ୍ରମ ଭିତରେ କଣ ଚାଲିଛି କଣ ନାଚାଲିଛି ତାହା ଜାଣିବା ଲାଗି ସ୍ଥାନୀୟ ଅଂଚଳର କିଛି ଲୋକେ ଆଶ୍ରମ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଆଉ ଏତିକିବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଭିଯୋଗ ଅନୁସାରେ, କୁନି ବାବା କୁଆଡ଼େ ବ୍ୟବହାର କରୁଥିଲେ କେଟିଏମ ବାଇକ୍‌ । ଆଉ ସେହି ବାଇକ୍‌ରେ ପାଠପଢିବା ଲାଗି ବି ଯାଉଥିଲେ । ଯାହା ସମ୍ପର୍କରେ ଜାଣିବା ଲାଗି ସ୍ଥାନୀୟ ଲୋକେ କୁଆଡ଼େ ଜିଦି କରିଥିଲେ । 
କୁଆଡ଼େ ଗଲେ ବୈକୁଣ୍ଠଧାମ ଆଶ୍ରମର ସଭାପତି ?

ଆଶ୍ରମକୁ ନେଇ ଧାଁ ଦୌଡ ହେବା ପରେ ଖୋଜାପଡିଥିଲେ ଆଶ୍ରମର ସଭାପତି । କିନ୍ତୁ ସଭାପତିଙ୍କ ଦେଖାଦର୍ଶନ କିଛି ମିଳିନଥିଲା । ଏମିତିକି ତଥାକଥିତ ବାବା ବି କୁଆଡ଼େ ଯାଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହେଲେ ପ୍ରଶ୍ନ, କେବେଠୁ ଚାଲିଛି ଆଶ୍ରମ ? ଆଶ୍ରମକୁ ଟଙ୍କା ଆସୁଛି କେମିତି ? କେତେ ଲୋକ ଆଶ୍ରମକୁ ଆସୁଛନ୍ତି ? କିଛି ଏମିତି ଅସମାୟିତ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଅପରପକ୍ଷେ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ। ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ଭରତପୁର ଥାନାକୁ ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି। ତାସହ ତଦନ୍ତ ପାଇଁ CWCକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ସରକାରୀ ଜମିରେ ଆଶ୍ରମ ଥିବା ଅଭିଯୋଗକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, ଟିମ୍ ସହ ସାଇଟ୍ ଭିଜିଟ୍ କରିବାକୁ ଉପଜିଲ୍ଲାପାଳଙ୍କୁ କୁହାଯାଇଛି। ବେଆଇନ୍ ନିର୍ମାଣ ଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। 

 

Sponsored
ଖଣ୍ଡଗିରିରେ ପୁଣି ଆଡ୍ଡା ଜମାଇଲେଣି ବାବା | Argus News