Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଗ ଖରାପ ଯୋଗୁଁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ବିମାନ

Rashmita Mishra
Browse all articles by Rashmita Mishra
·10 months ago·1 min read
ପାଗ ଖରାପ ଯୋଗୁଁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ବିମାନ

Key Points

ଖରାପ ପାଗ ଯୋଗୁଁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ବିମାନ
କୋଲକାତା ଅଭିମୁଖେ ଗଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ
ନୂଆଦିଲ୍ଲୀରୁ ଭୁବନେଶ୍ବର ଫେରୁଥିଲେ CM

ପାଗ ଖରାପ ଯୋଗୁଁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱରରେ ନ ଓହ୍ଲାଇ କୋଲକାତା ଗଲେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।

ସୂଚନାନୁଯାୟୀ ନୂଆଦିଲ୍ଲୀ ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ନୂଆଦିଲ୍ଲୀଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ସହ ଓଡ଼ିଶାର ବିକାଶ ପରିଯୋଜନା, ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ ଇତ୍ୟାଦି ବିଷୟରେ ଆଲୋଚନା ହୋଇଛି । ସେହିପରି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ଓଡ଼ିଶା ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସହ ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ, ସେମିକଣ୍ଡକ୍ଟର ଶିଳ୍ପ ଏବଂ ଆଇଟି କ୍ଷେତ୍ରର ପ୍ରସାର ଆଦି ବିଷୟରେ ଆଲୋଚନା ହୋଇଥିବା ସୂଚନା।
ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bad Weather Disrupts CM’s Landing at Bhubaneswar Airport | Argus News | Argus News