Videos
|
Odisha

Bhubaneswar Disaster Building / ଭୁବନେଶ୍ୱରରେ ହେବ ‘ବିପର୍ଯ୍ୟୟ ଭବନ’: ସରକାରଙ୍କ୨୦୦ କୋଟିର ବଡ଼ ପଦକ୍ଷେପ

Babita Behera
Browse all articles by Babita Behera
·11 months ago·1 min read
ଭୁବନେଶ୍ୱରରେ ହେବ ‘ବିପର୍ଯ୍ୟୟ ଭବନ’: ସରକାରଙ୍କ୨୦୦ କୋଟିର ବଡ଼ ପଦକ୍ଷେପ

Key Points

ଭୁବନେଶ୍ୱରରେ ହେବ ୨୦୦ କୋଟିର ‘ବିପର୍ଯ୍ୟୟ ଭବନ’

ସବୁ କାର୍ଯ୍ୟାଳୟ ଗୋଟିଏ ଵିଲ୍ଡିଂରେ ରହିବ

କାର୍ଯ୍ୟାଳୟ ନିର୍ମାଣ ପାଇଁ ଲାଗିବ 2 ବର୍ଷ ସମୟ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜଧାନୀରେ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ‘ବିପର୍ଯ୍ୟୟ ଭବନ’। ଏହି ଅତ୍ୟାଧୁନିକ ଭବନରେ ଏକାସାଥିରେ ରହିବ SRC, ଅଗ୍ନିଶମ ବିଭାଗ, ପାଣିପାଗ କାର୍ଯ୍ୟାଳୟ, ODRAF, NDRF ଓ ଜଙ୍ଗଲ ବିଭାଗର କାର୍ଯ୍ୟାଳୟ। ସବୁ ବିଭାଗକୁ ଗୋଟିଏ ଛାତ ତଳେ ଆଣି ସହଯୋଗୀୟ ପ୍ରଣାଳୀକୁ ମଜବୁତ କରିବା ଏହି ପଦକ୍ଷେପର ପ୍ରଧାନ ଲକ୍ଷ୍ୟ।


ଏହି ବିପର୍ଯ୍ୟୟ ଭବନ ପାଇଁ 200 କୋଟି ଟଙ୍କା ମଞ୍ଜୁର କରାଯାଇଛି। ମଲ୍ଟି ଷ୍ଟରେଡ ଏବଂ ଭୂତଳ ବିଲ୍ଡିଙ୍ଗ ନିର୍ମାଣ ହେବାକୁ ଥିବା ଏହି ବିଲ୍ଡିଂରେ ଆଧୁନିକ ପ୍ରଯୁକ୍ତି, କାରିଗରୀ କୌଶଳ ଓ ସୁବିଧା ସୁଯୋଗ ରହିବ । ସଚିବାଳୟ ନିକଟରେ ଜମି ଚିହ୍ନଟ କରାଯାଇଥିବାବେଳେ, ଦୁଇ ବର୍ଷ ସମୟରେ ନିର୍ମାଣ କାମ ସମାପ୍ତ କରିବାର ଲକ୍ଷ୍ୟ ରଖାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସରକାରଙ୍କ ଏହି ଯୋଜନାରେ ସମସ୍ତ ଜିଲ୍ଲାକୁ ଯେମିତି ଯୋଡ଼ିବା ସେଥିପାଇଁ ବିଶେଷ ବ୍ୟବସ୍ଥା କରାଯିବ। ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ସଂସ୍ଥା ସମନ୍ୱୟରେ କାମ କରିପାରିବା ପାଇଁ ଏହି କେନ୍ଦ୍ରୀୟ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଏହି ବିଷୟରେ ପୂର୍ବରୁ ଆଲୋଚନା ହୋଇଛି। ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ନେଇ, ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ଆହୁରି ଶକ୍ତିଶାଳୀ କରାଯିବ।


ଭୂସ୍ଖଳନ ରୋକିବାକୁ ସରକାର କରିବେ ମାଷ୍ଟର ପ୍ଲାନ୍, ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ ଆସିଲେ ଦିଆଯିବ କ୍ଷତିପୂରଣ


ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ ଦେଶରେ ଏକ ଶ୍ରେଷ୍ଠ ରାଜ୍ୟ ଭାବେ ପରିଚିତ। କିନ୍ତୁ ସରକାରଙ୍କ ଲକ୍ଷ୍ୟ, ଏହାକୁ ଆଗାମୀ ଦିନରେ ଆହୁରି ସୁଦୃଢ଼ ଓ ସମୟୋପଯୋଗୀ କରିବା। ଏହି ‘ବିପର୍ଯ୍ୟୟ ଭବନ’ ସେହି ଲକ୍ଷ୍ୟକୁ ସାର୍ଥକ କରିବାରେ ଏକ ବଡ଼ ପଦକ୍ଷେପ ହେବ।

Bhubaneswar disaster building | Bhubaneswar Disaster Management Hub: Odisha’s Modern Initiative | Argus News