ହତ୍ୟା ପରେ ପ୍ରେମିକାର ଆକାଉଣ୍ଟରୁ ଉଠାଉଥିଲା ଟଙ୍କା, ୨ ମାସରେ ଥରେ ଅନ୍ କରୁଥିଲା ମୃତକଙ୍କ ଫୋନ୍

Key Points
ନିରୁପମାଙ୍କ ତଣ୍ଟି ଚିପି କରି ହତ୍ୟା କରିଥିବା ମାନିଛି ଅଭିଯୁକ୍ତ । ନିରୁପମାଙ୍କୁ ହତ୍ୟା ପରେ ତାଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି ଟଙ୍କା ଉଠାଣ କରିଥିଲା । ନିରୁପମାଙ୍କ ମୋବାଇଲ୍ ଫୋନ୍ ଅନ୍ କରିବା ସହ ସଜାଡ଼ିବାକୁ ବି ନେଇଥିଲା ।
ଭୁବନେଶ୍ଵର: ପ୍ରେମ, ସନ୍ଦେହ ଓ ହତ୍ୟା । ମାରିବା ପରେ ନାନା ଡ୍ରାମା । ପ୍ରେମିକାଙ୍କ ଆକାଉଣ୍ଟରୁ ଉଠାଉଥିଲା ଟଙ୍କା । ୨ ମାସରେ ଥରେ ଅନ୍ କରୁଥିଲା ମୃତ ପ୍ରେମିକାଙ୍କ ମୋବାଇଲ୍ ଫୋନ୍ । ଆଉ ପ୍ରେମିକାଙ୍କ ଏଟିଏମ୍ରୁ ଟଙ୍କା ଉଠାଣ ଏବଂ ୨ ମାସରେ ମୋବାଇଲ୍ ଅନ୍ କରିବା ଭରତପୁର ଘରୋଇ ସହାୟିକା ମୃତ୍ୟୁ ମାମଲା ଉପରୁ ପରଦା ଉଠାଇଛି । ଏନେଇ ପ୍ରେସମିଟ୍ରେ ସବିଶେଷ ତଥ୍ୟ ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।
ଭରତପୁର ଘରୋଇ ସହାୟିକା ହତ୍ୟା ମାମଲାରେ ପୋଲିସ ପ୍ରେମିକକୁ ଗିରଫ କରିଛି । ପ୍ରେମିକାର ହତ୍ୟାର ୮ ମାସ ପରେ ପୋଲିସକୁ ସଫଳତା ମିଳିଛି । ଜାନୁଆରୀ ୨୭ରେ ଭରତପୁର ଥାନାରେ ୨୨ ବର୍ଷୀୟ ଯୁବତୀ ନିରୁପମା ନିଖୋଜ ନେଇ ଅଭିଯୋଗ ହୋଇଥିଲା । ପୋଲିସ ୮ ମାସର ଛାନଭିନ୍ କରିବା ପରେ ସଫଳତା ପାଇଛି । ଅଭିଯୁକ୍ତ ପ୍ରେମିକ ପୋଲିସକୁ ବାରମ୍ବାର ଭୂଆଁ ବୁଲାଇବା ପରେ ସତ ମାନିଛି ।
ଖୋର୍ଦ୍ଧା ସଦର ଥାନା ତାପଙ୍ଗ କଳିଙ୍ଗା ଖଣି ଅଞ୍ଚଳରୁ ମିଳିଛି ନିରୁପମାଙ୍କ ମୃତଦେହ । ଗିରଫ ଅଭିଯୁକ୍ତ ଦେବାଶିଷ, ନିରୁପମାଙ୍କୁ ୪ ବର୍ଷ ଧରି ଭଲ ପାଉଥିଲା । ଆଉ ସମୟ କ୍ରମେ ନିରୁପମାଙ୍କୁ ସନ୍ଦେହ କରିଥିଲା ଦେବାଶିଷ । ଜାନୁଆରୀ ୨୪ରେ ରିଲ୍ସ କରିବା ବାହାନାରେ ପ୍ରେମିକାକୁ ତାପଙ୍ଗ ନେଇ ଯାଇଥିଲା ଦେବାଶିଷ । ଆଉ ସେଠାରେ ହତ୍ୟା ପରେ ନିରୁପମାଙ୍କ ମୃତଦେହକୁ ଲୁଚାଇ ଫିଙ୍ଗି ଦେଇଥିଲା । ଏହି ବ୍ଲାଇଣ୍ଡ କେସ୍ରେ ପୋଲିସକୁ ସଫଳତା ମିଳିଛି ।
📱 Get Argus News App
✨
କେମିତି ମିଳିଲା ସଫଳତା ?
ବ୍ଲାଇଣ୍ଡ ମର୍ଡର କେସ୍ରେ କେମିତି ସଫଳତା ମିଳିଲା ତାହା କହିଛନ୍ତି ପୋଲିସ କମିଶନର । ପୋଲିସକୁ ଭୁଆଁ ବୁଲାଇବା ଭରପୁର ପ୍ରୟାସ କରୁଥିଲା ଅଭିଯୁକ୍ତ । ମଝିରେ ମଝିରେ ନିରୁପମାଙ୍କ ମୋବାଇଲ୍ ଅନ୍ କରିବା ସହ ସେ ଜୀବିତ ଥିବା ନେଇ ସମସ୍ତଙ୍କୁ ଭ୍ରମିତ କରୁଥିଲା ଦେବାଶିଷ । ଖାଲି ନିରୁପମାଙ୍କ ମୋବାଇଲ୍ ନୁହେଁ ପୋଲିସ ଦେବାଶିଷ ଠାରୁ ଯୁବତୀଙ୍କ ଭାଇଙ୍କ ଫୋନ୍ ସହ ପୋଷାକ, ଏଟିଏମ୍ କାର୍ଡ ଓ ବ୍ୟାଗ୍ ଜବତ କରିଛି ।
ନିରୁପମାଙ୍କ ତଣ୍ଟି ଚିପି କରି ହତ୍ୟା କରିଥିବା ମାନିଛି ଅଭିଯୁକ୍ତ । ନିରୁପମାଙ୍କୁ ହତ୍ୟା ପରେ ତାଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି ଟଙ୍କା ଉଠାଣ କରିଥିଲା । ନିରୁପମାଙ୍କ ମୋବାଇଲ୍ ଫୋନ୍ ଅନ୍ କରିବା ସହ ସଜାଡ଼ିବାକୁ ବି ନେଇଥିଲା ।ନିରୁପମାଙ୍କ ତଣ୍ଟି ଚିପି କରି ହତ୍ୟା କରିଥିବା ମାନିଛି ଅଭିଯୁକ୍ତ । ନିରୁପମାଙ୍କୁ ହତ୍ୟା ପରେ ତାଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି ଟଙ୍କା ଉଠାଣ କରିଥିଲା । ନିରୁପମାଙ୍କ ମୋବାଇଲ୍ ଫୋନ୍ ଅନ୍ କରିବା ସହ ସଜାଡ଼ିବାକୁ ବି ନେଇଥିଲା । ପୋଲିସର ପଚରାଉଚରା ପରେ ଦୀର୍ଘ ୮ ମାସ ନିରୁପମାଙ୍କ ମୃତଦେହ ଅଭିଯୁକ୍ତ ଦେଖାଇବା ସହ ବ୍ଲାଇଣ୍ଡ୍ କେସ୍ ଉପରୁ ପରଦା ଉଠିଛି ।