Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଡ୍‌ ଫ୍ଲୁ' : ଅଣ୍ଡା ଚିକେନ୍‌ ଦେଖିଲେ ଡର ଲାଗୁଛି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବାଡ୍‌ ଫ୍ଲୁ' : ଅଣ୍ଡା ଚିକେନ୍‌ ଦେଖିଲେ ଡର ଲାଗୁଛି

Key Points

  • ଅଣ୍ଡା ଚିକେନ୍‌ ଦେଖିଲେ ଡର ଲାଗୁଛି
  • ବାର୍ଡ ଫ୍ଲୁକୁ ନେଇ ଚିନ୍ତା ବଢିଛି
  • ପ୍ରଭାବିତ ଅଂଚଳରୁ କୁକୁଡା ଆଣିଲେ ଆକ୍ସନ

ଅର୍ଗସ ବ୍ୟୁରୋ : ପିପିଲିରେ ବାର୍ଡ ଫ୍ଲୁ ପରେ ରାଜଧାନୀରେ ପଶିଲାଣି ଛନକା । କାରଣ କୁକୁଡା କି ଅଣ୍ଡା ଖାଇବେ ଏବେ ଡର ଲାଗୁଛି । ସ୍ଥିତି ଏବେ ଯାହା କୁକୁଡା ପାଖରୁ ମଣିଷକୁ ବାର୍ଡ ଫ୍ଲୁ ହେଲେ ସ୍ଥିତି ଅଣାୟତ ହେବ । ଖାସ୍‌ କରି ରାଜଧାନୀରେ ଚିକେନ୍ ଖାଇବାକୁ ବାରଣ ସହ ପ୍ରଭାବିତ ଅଞ୍ଚଳରୁ କୁକୁଡ଼ା ଆଣିଲେ ବ୍ୟବସାୟୀଙ୍କ ବିରୋଧରେ ଆକ୍ସନ ଚେତାବନୀ ବି ଦେଲାଣି ପ୍ରଶାସନ ।

ବାର୍ଡ ଫ୍ଲୁର ଏବେ ହଟସ୍ପଟ୍ ସାଜିଛି ପୁରୀ । ଯେହେତୁ ପୁରୀରୁ ଭୁବନେଶ୍ଵରର ଦୂରତା ବହୁତ କମ୍ ତେଣୁ ରାଜଧାନୀରେ ବି କୁକୁଡା ଓ ଅଣ୍ଡାକୁ ନେଇ ପ୍ରବଳ ଟେନସନ । ସେଇଥି ଲାଗି ତ ଚିକେନ୍‌ ଖାଇବାକୁ ଲୋକେ ଡରିଲେଣି, ବ୍ୟବସାୟୀ କହିଲେଣି ଚିକେନ୍ ବେପାର ପୁରା ଡାଉନ୍ । ମାଡ଼ି ଚାଲିଥିବା ବାର୍ଡ ଫ୍ଲୁର ସିଧା ପ୍ରଭାବ ପଡ଼ିଛି ରାଜଧାନୀର ଆମିଷ ମାର୍କେଟ ଉପରେ । ଯେହେତୁ ଆଜି ରବିବାର ତେଣୁ ସାଧାରଣ ଦିନ ଅପେକ୍ଷା ଆଜି ଆମିଷ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କଥା ହେଲା, ପୂର୍ବରୁ ଯେଉଁଠି ଚିକେନ୍‌ ଦର ୨୫୦ ଶହ ଥିଲା ସେଇଠି ଏବେ ୨୦୦ରେ ବି କେହି ନେବାକୁ ରାଜି ହେଉନାହାନ୍ତି ।   

କଥା ହେଲା କୁକୁଡାକୁ ବାର୍ଡ ଫ୍ଲୁ ହେବା ପରେ ଚିକେନ୍‌ର ଚାହିଦା କମିଛି । ହେଲେ ମାଛ ଓ ମଟନ୍‌ର ଭାଉ ପୁରା ବଢିଛି । ଏଣେ ପଡ଼ୋଶୀ ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ ପରେ ରାଜଧାନୀରେ ଆକ୍ସନ ମୋଡକୁ ଆସିଛନ୍ତି BMC କର୍ତ୍ତୃପକ୍ଷ । ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରୁ ଚିକେନ ଆଣି ବିକିଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଶୁଣାଇଛନ୍ତି BMC କମିଶନର ।  କେବଳ ଏତିକି ନୁହେଁ, ଚିକେନ ଖାଉଥିବା ଓ ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ବାର୍ଡ ଫ୍ଲୁ ସଂପର୍କରେ ସଚେତନତା ପାଇଁ ବିଜ୍ଞପ୍ତି ବି ଜାରି କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bird-flu | Argus News