Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହୋଲି ପାଇଁ କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି

Odisha

ହୋଲି ପାଇଁ କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହୋଲି ପାଇଁ କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି

ଭୁବନେଶ୍ୱର:  ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି । ହୋଲିରେ ମତୁଆଲା ହେବା ପାଇଁ ଏବେ ସମସ୍ତେ ପ୍ରସ୍ତୁତ। ରାଗ ରୁଷାକୁ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିବାର ମଜା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ଵତନ୍ତ୍ର ହୋଇଥାଏ। ତେବେ ହୋଲି ଖେଳିବା ପରେ ରଙ୍ଗ ନ ଛାଡିଲେ ତାହା ବିରକ୍ତିକର ହୋଇଥାଏ। ଅନେକ ସମୟରେ ଦେଖାଯାଏ ଯେ ସାବୁନ ଇତ୍ୟାଦି ବ୍ୟବହାର କଲେ ମଧ୍ୟ ହୋଲିର ରଙ୍ଗ ଛାଡି ନଥାଏ। ତେଣୁ ହୋଲି ଖେଳିବା ପୂର୍ବରୁ କିଛିଟା ସତର୍କତା ଅବଲମ୍ବନ ନକଲେ ପରେ ଏହା କାଳ ହୋଇପାରେ। ଆସିଲା ରାଜଧାନୀରେ ହୋଲି ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ।

ହୋଲି ପାଇଁ ଭୁବନେଶ୍ବର କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି । ହୋଲିରେ 20 ପ୍ଲାଟୁନ ପୋଲିସ ନିୟୋଜିତ ରହିବେ । ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ନ ଯିବାକୁ ଅପିଲ କଲେ ଡିସିପି । ସମସ୍ତ ନଦୀ ଘାଟରେ ପୋଲିସ ଫୋର୍ସ, ଓଡ୍ରାଫ, ଫାୟାର ଟିମ ନିୟୋଜିତ ରହିବେ । ହୋଲିରେ ଡ୍ରିଙ୍କନ ଡ୍ରାଇଭ ନକରିବାକୁ କହିଲେ ଡିସିପି । ଏହାସହ ହୋଲି ଦିନ ଚେକିଂ ବ୍ଳକିଂ ମଧ୍ୟ କରାଯିବ । ସବୁ ଥାନା ଅଧିକାରୀମାନେ ରାସ୍ତାରେ ଜଗିବେ ।

ରାସ୍ତାରେ ଜନସାଧାରଣ ଝଗଡା ନକରିବାକୁ ମଧ୍ୟ କହିଛନ୍ତି ଡିସିପି । ଯିଏ ରାସ୍ତାରେ ପାଟି ତୁଣ୍ଡ କରିବେ, ଗଣ୍ଡଗୋଳ କରିବେ,ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହୋଲି ପୂର୍ବରୁ ରାଜଧାନୀର ସମସ୍ତ ହୋଟେଲ, ଲଜ ରେ ଯାଞ୍ଚ କରାଯିବ । ମଦ ବିକ୍ରି ଏବଂ କ୍ୟାମିକାଲ ରଙ୍ଗ ବିକ୍ରି ଉପରେ ରହିବ ପୋଲିସର ନଜର ରଖିବ ପୋଲିସ । ଶାନ୍ତି ଶୃଙ୍ଖଳାର ସହ ହୋଲି ସେଲିବ୍ରେସନ କରିବାକୁ ଅନୁରୋଧ କଲେ ଭୁବନେଶ୍ୱର ଡିସିପି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar-commissionerate-police-issues-special-guidelines-for-holi | Argus News