Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀପାବଳୀ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ୍

Smruti Parija
Browse all articles by Smruti Parija
·1 year ago·1 min read
ଦୀପାବଳୀ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ୍

ଭୁବନେଶ୍ୱର: ଦୀପାବଳୀ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ । 300 କିଲୋରୁ ଅଧିକ ବାଣ ସାମଗ୍ରୀ ରଖିପାରିବେନି ଦୋକାନୀ । ଦୋକାନମାନଙ୍କ ମଝିରେ ଅତିକମରେ 3 ମିଟର ଦୂରତା ରହିବ । ଦୋକାନ ଆଗରେ ଫାଙ୍କା ସ୍ଥାନ ରହିବ । ଗାଇଡ଼ଲାଇନ ଅନୁଯାୟୀ ବାଣ ଦୋକାନ କରିବାକୁ ଦୋକାନୀଙ୍କୁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗକୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସାର୍ଟିଫାଏଡ ବାଣ କିଣିବାକୁ ରାଜଧାନୀବାସୀଙ୍କୁ ଅପିଲ୍ କରିଛନ୍ତି ଭୁବନେଶ୍ୱର ଡିସିପି । 25ଟି ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ସ୍ଥାନ ଚିହ୍ନଟ କରଯାଇଛି । 465 ଟି ଆବେଦନ କରାଯାଇଛି, 200 ଜଣଙ୍କୁ ଅନୁମତି ଦିଆଯାଇଛି । 

ସେପଟେ ଦୀପାବଳି ପୂର୍ବରୁ କମିସନରେଟ ପୋଲିସର ବ୍ୟାପକ ରେଡ୍ । ବାଲିପାଟଣା ଅଞ୍ଚଳରେ ପୋଲିସ ପକ୍ଷରୁ ରେଡ କରାଯାଇଥିଲା । ଗତକାଲି ଦୁଇଟି ମାମଲା 457/458 ରେ କେସ୍ ରୁଜୁ କରାଯାଇଛି । ବାଣ ତିଆରି କରିବା ସାମଗ୍ରୀ ଜବତ କରାଯାଇଛି । 150 କେଜିରୁ ଅଧିକ ଗନ୍ ପାଉଡ଼ର ଜବତ କରାଯାଇଛି । ଏହାସହ 50 କେଜି ଡ଼ଷ୍ଟ ପାଉଡ଼ର ଜବତ କରାଯାଇଛି । ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଚନ୍ଦ୍ରଶେଖର ମଲିକ ଏବଂ ବିଶ୍ୱନାଥ ମଲିକ । ଜବତ ବାଣ ସାମଗ୍ରୀ ମୂଲ୍ୟ 30 ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି । 

ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବା ସହ ସବୁଜ ବାଣ ଫୁଟେଇବାକୁ ରାଜଧାନୀବାସୀଙ୍କୁ ଅପିଲ୍ କରିଛନ୍ତି ଭୁବନେଶ୍ୱର ଡିସିପି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored