Water Conservation / ମୃତ୍ତିକା ଓ ଜଳ ସଂରକ୍ଷଣ ସମ୍ପାଦନା ନିମନ୍ତେ ଯୋଜନା ଏବଂ ଡିଜାଇନ୍ ନେଇ କର୍ମଶାଳା

Key Points
ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନରେ ଆୟୋଜିତ ହୋଇଛି ୩ ଦିନିଆ କର୍ମଶାଳା । ଯେଉଁଥିରେ 'ଜଳ ବିଭାଜିକା ପରିଚାଳନାରେ ମୃତ୍ତିକା ଓ ଜଳ ସଂରକ୍ଷଣ ସମ୍ପାଦନା ନିମନ୍ତେ ଯୋଜନା ଏବଂ ଡିଜାଇନ୍' ଶୀର୍ଷକ ଉପରେ ଆଲୋଚନା କରାଯାଉଛି ।
ଭୁବନେଶ୍ଵର: ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟ ସହଭାଗୀତାରେ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ (IIWM)ରେ ଆୟୋଜିତ ହୋଇଛି ୩ ଦିନିଆ କର୍ମଶାଳା । ଯେଉଁଥିରେ 'ଜଳ ବିଭାଜିକା ପରିଚାଳନାରେ ମୃତ୍ତିକା ଓ ଜଳ ସଂରକ୍ଷଣ ସମ୍ପାଦନା ନିମନ୍ତେ ଯୋଜନା ଏବଂ ଡିଜାଇନ୍' ଶୀର୍ଷକ ଉପରେ ଆଲୋଚନା କରାଯାଉଛି ।
ଏହି ତାଲିମ୍ କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ନିର୍ଦ୍ଦେଶାଳୟର ଅଧିକାରୀ ଓ କର୍ମଚାରୀଙ୍କ ଲାଗି ଆୟୋଜନ କରାଯାଇଛି । ୧୮ ତାରିଖରେ ଆରମ୍ଭ ହୋଇଥିବା ଏହି କର୍ମଶାଳା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
କାର୍ଯ୍ୟକ୍ରମକୁ ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ନିର୍ଦ୍ଦେଶକ IAS ସୁବ୍ରତ ପଣ୍ଡା, ଭାତୀୟ ଜଳ ପ୍ରବନ୍ଧନ ସଂସ୍ଥାନର ନିର୍ଦ୍ଦେଶକ ଡ. ଅର୍ଜମାଦତ୍ତ ଷଡ଼ଙ୍ଗୀ, ପ୍ରଧାନ ବୈଜ୍ଞାନିକ ଡ. ସୁଶାନ୍ତ କୁମାର ଜେନା, ପ୍ରଧାନ ବୈଜ୍ଞାନିକ ଡ. ଧ୍ରୁବଚରଣ ସାହୁ, ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ କଲିଚରଣ ବେହେରା ପ୍ରମୁଖ ଶୁଭାରମ୍ଭ କରିଛନ୍ତି ।
କାର୍ଯ୍ୟକ୍ରମକୁ ସୌମ୍ୟ ରଞ୍ଜନ ନାୟକ ଏବଂ IIWMର ଅନ୍ୟ ଗବେଷକ ମାନେ ସଞ୍ଚାଳନ କରୁଛନ୍ତି । ପ୍ରଶିକ୍ଷଣ ଶିବିରରେ ଆଧୁନିକ ବୈଜ୍ଞାନିକ ପଦ୍ଧତିରେ ଜଳ ବିଭାଜିକା ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ଏବଂ ବିସ୍ତୃତ ଆଲୋଚନା କରାଯାଉଛି ।
📱 Get Argus News App
✨Related Topics
Explore more stories